ETV Bharat / state

ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ପାଇଁ ହେବ ସ୍ବତନ୍ତ୍ର ଅଭ୍ୟର୍ଥନା କେନ୍ଦ୍ର, ଏକକାଳୀନ ବସି ପାରିବେ ଅଢେଇ ହଜାର ଭକ୍ତ

author img

By ETV Bharat Odisha Team

Published : Dec 12, 2023, 10:07 PM IST

AC shed pathway at Puri Bada danda : ଭକ୍ତଙ୍କ ସୁବିଧା ପାଇଁ ବଡଦାଣ୍ଡରେ ଏସି ସେଡ୍ ପାଥ୍ ୱେର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଆସନ୍ତା ଡିସେମ୍ବର ୨୫ ସୁଦ୍ଧା ଏହି ଏସି ସେଡ୍ ପାଥ୍ ୱେ ନିର୍ମାଣ କାର୍ଯ୍ୟ ସାରିବାକୁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଛି । ଅଧିକ ପଢ଼ନ୍ତୁ

ac shed pathway
ac shed pathway
ac shed pathway

ପୁରୀ: ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ଅଧିକ ସୁବିଧା ଯୋଗାଇ ଦେବ ଶ୍ରୀମନ୍ଦିର ପ୍ରଶାସନ । ବିଶେଷ କରି ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତ କିଛି ସମୟ ବିଶ୍ରାମ ନେବା ସହ‌ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏକ ବିଶାଳ ଅଭ୍ୟର୍ଥନା କେନ୍ଦ୍ରରେ ବିଶ୍ରାମ ନେବାର ବ୍ୟବସ୍ଥା କରାଯାଉଛି । ତେବେ ଶ୍ରୀମନ୍ଦିର ଦୋଳବେଦୀ କୋଣ ନିକଟରେ ଉଛେଦ ହୋଇଥିବା ଭାଟିଆ ଧର୍ମଶାଳା ଓ ଶ୍ରୀକୃଷ୍ଣ ସିନେମା ହଲ୍ ଥିବା ଜାଗାରେ ଏହି ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବ । ଅଢେ଼ଇ ହଜାର ଭକ୍ତ ବସିବା ଭଳି ଏହି ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବାକୁ ଥିବାବେଳେ ଭକ୍ତଙ୍କ ପାଇଁ ଜୋତା ଷ୍ଟାଣ୍ଡ ସହ ଜିନିଷ ପତ୍ର ରଖିବା ପାଇଁ ବ୍ୟବସ୍ଥା ରହିବ ।

ସେହିପରି ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ ବ୍ୟବସ୍ଥା ଏବଂ ଏଲ୍ଇଡି ସ୍କ୍ରିନ ମାଧ୍ୟମରେ ଶ୍ରୀମନ୍ଦିରର ସମସ୍ତ ନୀତିକାନ୍ତି ବିଷୟରେ ଭକ୍ତଙ୍କୁ ସୂଚନା ଦିଆଯିବ । ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା ରହିବ । ଏହାଦ୍ବାରା ଶ୍ରୀମନ୍ଦିର ଆସୁଥିବା ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ଥିବା ସମୟରେ ସେଠାରେ ବିଶ୍ରାମ ନେଇପାରିବେ । ତେବେ ଯଥାଶୀଘ୍ର ଏହା ନିର୍ମାଣ କରାଯାଇ ଭକ୍ତଙ୍କ ସୁବିଧାରେ ଲାଗିବ ବୋଲି ପ୍ରଶାସନ ଯୋଜନା କରିଛି । ଅନ୍ୟପଟେ ଭକ୍ତଙ୍କ ପାଇଁ ଏଭଳି ବିଶେଷ ବ୍ୟବସ୍ଥା ହେଉଥିବାରୁ ଏହାକୁ ଭକ୍ତ, ବୁଦ୍ଧିଜୀବୀ ଓ ଜଗନ୍ନାଥ ପ୍ରେମୀ ସ୍ବାଗତ କରିଛନ୍ତି । ସେପଟେ ବଡ଼ଦାଣ୍ଡ ମର୍ଚ୍ଚିକୋଟ ଛକ ଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏସି ସେଡ୍ ପାଥ୍ ୱେ ନିର୍ମାଣ କାର୍ଯ୍ୟ ମଧ୍ୟ ଜୋରସୋରରେ ଆରମ୍ଭ ହୋଇଛି । ସମ୍ପୂର୍ଣ ଶୀତତାପ ନିୟନ୍ତ୍ରିତ ଏହି ଏସି ସେଡ୍ ପାଥ୍ ୱେରେ ଭକ୍ତଙ୍କ ବସିବା ପାଇଁ ବିଶେଷ ବ୍ୟବସ୍ଥା ସହ ପାନୀୟ ଜଳ ଏବଂ ମାଇକ୍ ଯୋଗେ ବିଭିନ୍ନ ସୂଚନା ପ୍ରଦାନ କରାଯିବ । ଫଳରେ ପ୍ରବଳ ଖରା, ବର୍ଷା, ଶୀତ, ଗରମ ଓ ଗୁଳୁଗୁଳିରୁ ଭକ୍ତ ମାନେ ରକ୍ଷା ପାଇବା ସହ ଲାଇନରେ ରହିଲେ ମଧ୍ୟ ଆଉ କଷ୍ଟ ପାଇବେ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ......ବଦଳିବ ଆନନ୍ଦ ବଜାର ରୂପରେଖ, ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି

ତେବେ ଆସନ୍ତା ଡିସେମ୍ବର ୨୫ ତାରିଖ ସୁଦ୍ଧା ଏହି ଏସି ସେଡ୍ ପାଥ୍ ୱେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ । ପ୍ରଥମ ପର୍ଯ୍ୟାୟରେ ମର୍ଚ୍ଚିକୋଟ ଛକ ପର୍ଯ୍ୟନ୍ତ ଏସି ସେଡ୍ ପାଥ୍ ୱେ ନିର୍ମାଣ କରାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ମାର୍କେଟ ଛକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ । ସେହିପରି ଜଗନ୍ନାଥ ବଲ୍ଲଭ ଠାରୁ ଦୋଳବେଦୀ କୋଣ ପର୍ଯ୍ୟନ୍ତ ହେବାକୁ ଥିବା ଶ୍ରୀଦାଣ୍ଡ ପଟେ ମଧ୍ୟ ଏକ ଏସି ସେଡ୍ ପାଥ୍ ୱେ ନିର୍ମାଣ ହେବାର ଯୋଜନା ରଖାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ଆସନ୍ତା ଜାନୁଆରୀ ୧୭ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତଙ୍କ ସୁବିଧାକୁ ରାଜ୍ୟ ଅଧିକ ଗୁରୁତ୍ଵ ଦେଉଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ କିଭଳି ଏକ ସୁଖଦ ଅନୁଭୂତି ନେଇ ଫେରିବେ ସେନେଇ ସମସ୍ତ ଉଦ୍ୟମ ସରକାରଙ୍କ ପକ୍ଷରୁ କରାଯାଉଥିବା ବେଳେ ଏହାକୁ ସବୁ ମହଲରେ ସ୍ବାଗତ କରାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.