ETV Bharat / state

ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ, କଂଗ୍ରେସ ପକ୍ଷରୁ ପିପିଲିରେ ଧାରଣା - ଆବାସ ଯୋଜନାରେ ହିତାଧୀକାରୀ ଚୟନରେ ବ୍ୟାପକ ଅନିୟମିତତା

ଏଣିକି କେହି ଆଉ ଖୋଲା ଆକଶ ତଳେ ଜୀବନ ବିତାଇବେନି । ଗରିବ ବାସହରାଙ୍କୁ ମିଳିବ ଘର । ଏନେଇ କେନ୍ଦ୍ରପକ୍ଷରୁ ମିଳିଥିଲା ରାଜ୍ୟକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ହେଲେ ଏହି ଯୋଜନା କୁ ନେଇ ବଢ଼ି ଚାଲିଛି ରାଜନୀତି । ଫଳରେ ଆଜି ବି ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ଅଛନ୍ତି । ଅଧିକ ପଢ଼ନ୍ତୁ

Irregularity in PM Awas Yojana
ଆବାସ ଯୋଜନାରେ ଅନିୟମିତତା
author img

By

Published : Jan 25, 2023, 12:23 PM IST

ଆବାସ ଯୋଜନାରେ ଅନିୟମିତତା

ପୁରୀ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧୀକାରୀ ଚୟନରେ ବ୍ୟାପକ ଅନିୟମିତତା । ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ନେତୃତ୍ୱରେ ପିପିଲି ବ୍ଳକ ସମ୍ମୁଖରେ ଶତାଧିକ କଂଗ୍ରେସ କର୍ମୀ ଧାରଣା ଦେବାସହ ପ୍ରତିବାଦ କରିଥିଲେ । ଏନେଇ ଏକ ସଭାର ଆୟୋଜନ ମଧ୍ୟ ହୋଇଥିଲା । ପିପିଲି ପ୍ରାଣୀ ଚିକିତ୍ସାଳୟଠାରୁ ଏକ ଶୋଭାଯାତ୍ରାରେ ବାହାରି ପିପିଲି ବଜାରରେ ପଦଯାତ୍ରାରେ ଆସି ପିପିଲି ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ କଂଗ୍ରେସ କର୍ମୀ ।

ଗତ ଫନି ବାତ୍ୟାରେ ପୁରୀ ଜିଲ୍ଲା ସର୍ବାଧିକ କ୍ଷତି ହୋଇଥଲା । ଫନି କ୍ଷତିଗ୍ରସ୍ତ ପାଇଁ ଆବାସ ଯୋଜନା ଜରୁରୀ ହୋଇ ପଡ଼ିଥିଲା । ସଦ୍ୟ ପ୍ରକାଶିତ ଆବାସ ହିତାଧୀକାରୀ ତାଲିକାରେ ଅନେକ ଯୋଗ୍ୟ ବାଦ୍ ପଡ଼ିଥିଲେ । ଏନେଇ ଅଭିଯୋଗ ହୋଇଥିଲା । ଅଯୋଗ୍ୟ ସାମିଲ ହୋଇଥିବା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ପିପିଲି ବ୍ଲକ ସମ୍ମୁଖରେ ତିନି ଘଣ୍ଟା ଧରି ଧାରଣା ଦିଆଯାଇଥିଲା।

ଏପରିକି ୩ ଦଫା ଦାବିରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପିପିଲି ବିଡିଓଙ୍କୁ କଂଗ୍ରେସ ପକ୍ଷରୁ ଦିଆଯାଇଛି । ସେପଟେ ଯଦି ଦାବିପୂରଣ କରିବାରେ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରନ୍ତି ତେବେ ଆଗାମୀ ଦିନରେ ଆଉ ଧାରଣା ନୁହେଁ କଂଗ୍ରେସ ପକ୍ଷରୁ ହାଲାବୋଲ ଆନ୍ଦୋଳନ କରାଯିବ ବୋଲି ନିଶିକାନ୍ତ ମିଶ୍ର କହିଛନ୍ତି ।

ତେଣୁ ତୁରନ୍ତ ଆବାସ ବଣ୍ଟନକୁ ନେଇଥିବା ଅଭିଯୋଗ ଶୁଣାଣି ଅବଧି ବୃଦ୍ଧି, ଆବାସ ବଣ୍ଟନ ରେ ଦୁର୍ନୀତି କରିଥିବା ଅଫିସରଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଦାବି କରି ପୁରୀ ପିପିଲି କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପିପିଲି ବିଡ଼ିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବ୍ୟାପକ ଦୁର୍ନୀତି ହୋଇଛି । ଯେଉଁ ହିତାଧିକାରୀଙ୍କୁ ଏଠାରେ ଆବାସ ମିଳିବା କଥା ସେମାନଙ୍କୁ ମିଳିନି । ଯେଉଁମାନଙ୍କ ଆବାସ ଯୋଜନା ତାଲିକାରେ ନାଁ ଅଛି ଅବା ଘର ଅଛି ତା ପରେ ବି ସେମାନଙ୍କୁ ଘର ଦିଆଯାଉଛି । ଅର୍ଥାତ ଥିଲାବାଲାଙ୍କୁ ଘର ଦିଆଯାଉଛି । କିନ୍ତୁ ଯେଉଁ ହିତାଧିକରୀ ଯୋଗ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାକୁ ତାଙ୍କୁ ଦିଆଯାଉନି । ଫଳରେ ଅନେକ ହିତାଧିକାରୀ ଘର ନପାଇ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ତେବେ ଏହି ଆବାସ ଯୋଜନାକୁ ନେଇ ଯେଉଁଭଳି ଭାବେ ଦୁର୍ନୀତି ଚାଲିଛି ତାହା ଅତ୍ୟନ୍ତ ନିନ୍ଦନୀୟ । ତେଣୁ ଏହି ସମସ୍ୟାର ସମାଧାନ ନହେଲେ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ନେଇ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଆନ୍ଦୋଳନ କରିବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.