ଭୁବନେଶ୍ବର: ରାଜ୍ୟରେ ଦକ୍ଷତା ଶିକ୍ଷାକୁ ଅଧିକ ସୁଦୃଢ଼ କରିବାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଏ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ମାଣ ହେଉଛି ଦକ୍ଷତା ବିକାଶ କେନ୍ଦ୍ର (Govt industrial training Institute in puri) । ଆଜି ପୁରୀ ଜିଲ୍ଲାରେ ଏକ ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ଆଜି ପୁରୀ ଜିଲ୍ଲାର କୃଷ୍ଣପ୍ରସାଦରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଲୋକାର୍ପଣ କରିବେ । ଭିସି ଜରିଆରେ ଏହାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ସନ୍ଧ୍ୟା 5ଟାରେ ଏହା ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏଠାରେ ଇଲେକ୍ଟ୍ରିସିଆନ, ଫିଟର, ଇଲେକ୍ଟ୍ରୋନିକ୍ସ ମେକାନିକ୍ସ, ଡ୍ରେସ ମେକିଙ୍ଗ ଆଦି ଟ୍ରେଡ଼ରେ ତାଲିମ ପ୍ରଦାନ କରାଯିବ ବୋଲି ଜଣାପଡିଛି । କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର, ବିଭାଗୀୟ ସଚିବ, ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହିବେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ