ETV Bharat / state

ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ; ଜଣେ ମୃତ, ଜଣେ ଗୁରୁତର

author img

By

Published : Mar 4, 2021, 1:50 PM IST

ଚନ୍ଦନପୁର ଥାନା ମଧୁବନବାଲିଆ ଗ୍ରାମରେ ଅଭାବନୀୟ ଘଟଣା । ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଜଣଙ୍କର ମୃତ୍ୟୁ ଏବଂ ଅନ୍ୟ ଜଣେ ଗୁରୁତର । ଅଧିକ ପଢନ୍ତୁ...

ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ; ଜଣେ ମୃତ, ଜଣେ ଗୁରୁତର
ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ; ଜଣେ ମୃତ, ଜଣେ ଗୁରୁତର

ପୁରୀ: ଚନ୍ଦନପୁର ଥାନା ମଧୁବନବାଲିଆ ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଜଣଙ୍କର ମୃତ୍ୟୁ ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ତେବେ ମୃତକ ଜଣକ ହେଉଛନ୍ତି ଦାମ ନାୟକ ଓ ଗୁରୁତର ଆହତ ଜଣକ ହେଉଛନ୍ତି ଧୁଶା ବାରିକ। ସୂଚନା ଅନୁଯାୟୀ ଗତକାଲି(ବୁଧବାର) ଗାଁ ମୁଣ୍ଡରେ ଥିବା ଖଳା ବାଡ଼ିରେ ମୃତକ ଦାମ ନାୟକଙ୍କ ବଡ଼ ଭାଇ ତ୍ରିନାଥ ନାୟକ ରାତିରେ ଶୋଇଥିଲେ । ତେବେ ସେହି ସମୟରେ ସେହି ଗ୍ରାମର ଧୁଶା ବାରିକ ପରିଶ୍ରା କରିବା ବେଳେ ଶୋଇଥିବା ତ୍ରିନାଥଙ୍କ ଉପରେ ପଡିଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ପରେ ଗଣ୍ଡଗୋଳ ହୋଇଥିଲା।

ଧୁଶା ବାରିକ ତ୍ରିନାଥ ନାୟକଙ୍କୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ପରଦିନ ଧୁଶା ବାରିକ ତାଙ୍କ ଇଟା ଭାଟିରେ କାମ କରୁଥିବା ବେଳେ ତ୍ରିନାଥଙ୍କ ଭାଇ ଦାମ ନାୟକ ଓ ତାଙ୍କ ପୁତୁରା ସେଠାକୁ ଯାଇ ଘଟଣା ବିଷୟରେ ପଚରା ଉଚରା ବେଳେ ପୁଣି ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ଧୁଶା ବାରିକ ଏକ ଶାବଳରେ ଦାମ ନାୟକଙ୍କ ମୁଣ୍ଡକୁ ପିଟିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକ।

ସେପଟେ ଧୁଶା ବାରିକ ମଧ୍ୟ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ଗ୍ରାମରେ ଉତ୍ତେଜନା ଲାଗି ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.