ETV Bharat / state

ଏରାୱାଡ଼ି ଡ଼ଲଫିନ ସୁରକ୍ଷା ନେଇ ସଚେତନ କଲା ଚିଲିକା ବନବିଭାଗ

ଏରାୱାଡ଼ି ଡ଼ଲଫିନର ସୁରକ୍ଷା ନେଇ ଚିଲିକା ବନବିଭାଗର ସଚେତନ ଶିବିର ଅନୁଷ୍ଠିତ । ଅଧିକ ପଢନ୍ତୁ

author img

By

Published : Nov 16, 2021, 2:02 PM IST

ଏରାୱାଡ଼ି ଡ଼ଲଫିନ ସୁରକ୍ଷା ନେଇ ସଚେତନ କଲା ଚିଲିକା ବନବିଭାଗ
ଏରାୱାଡ଼ି ଡ଼ଲଫିନ ସୁରକ୍ଷା ନେଇ ସଚେତନ କଲା ଚିଲିକା ବନବିଭାଗ

ବ୍ରହ୍ମଗିରି: ବିରଳ ଏରାୱାଡ଼ି ଡ଼ଲଫିନର ସୁରକ୍ଷା ନେଇ ଚିଲିକା ବନବିଭାଗର ସଚେତନ ଶିବିର । ସାତପଡ଼ା ଗଙ୍ଗାଧରପୁର ଗ୍ରାମରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାତପଡ଼ା ଚିଲିକାରେ ବିରଳ ପ୍ରଜାତିର ଏରାୱାଡ଼ି ଡ଼ଲଫିନ ଦେଖାଯାଇଥାନ୍ତି। ଏହାକୁ ଦେଖିବା ପାଇଁ ପ୍ରତିଦିନ ସାତପଡ଼ାକୁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ଭିଡ ଜମେ। ଏଥିସହ ପର୍ଯ୍ୟଟକ ମାନେ ଚିଲିକାରେ ଡ଼ଲଫିନ ଦେଖିବା ସହିତ ନୌକା ବିହାରର ମଜା ନିଅନ୍ତି।

ଏହି ସମୟରେ ଚିଲିକାରେ ପ୍ରତିଦିନ ଯନ୍ତ୍ରଚାଳିତ ଡ଼ଙ୍ଗା ଶବ୍ଦରେ ଡ଼ଲଫିନ ମାନଙ୍କ ଚଳପ୍ରଚଳରେ ବ୍ୟାଘାତ ସୃଷ୍ଟି ହୋଇଥାଏ। ତତ ସହିତ ବେଆଇନ ଚିଙ୍ଗୁଡି ଘେରି ହେତୁ ଡ଼ଲଫିନ ମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥାଏ। ଫଳରେ ପ୍ରତି ବର୍ଷ ଏକାଧିକ ଡ଼ଲଫିନ ମାନଙ୍କ ମୃତ୍ୟୁ ଘଟୁଛି । ଯାହାକୁ ନେଇ ପରିବେଶ ବିତ ମାନେ ଚିନ୍ତାବ୍ୟକ୍ତ କରିଛନ୍ତି। ତେବେ ଏବେ ଡଲଫିନଙ୍କ ସୁରକ୍ଷା ପାଇଁ ଏହି ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.