ETV Bharat / state

ନବ ଯୌବନ ଦର୍ଶନ ଓ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

author img

By

Published : Jun 18, 2023, 7:29 AM IST

ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ ଓ ରଥ ଯାତ୍ରା କିଭଳି ଶୃଙ୍ଖଳିତ ଭାବେ ଆୟୋଜନକୁ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଅଧିକ ପଢନ୍ତୁ

chief secretary pradip kumar jena
chief secretary pradip kumar jena

chief secretary pradip kumar jena

ପୁରୀ: ପାଖେଇ ଆସୁଛି କାଳିଆ ସାଆନ୍ତେଙ୍କ ଘୋଷଯାତ୍ରା । ଏନେଇ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ ଓ ରଥଯାତ୍ରା କିଭଳି ଶୃଙ୍ଖଳିତ ଭାବେ ଆୟୋଜନକୁ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ପୁରୀ ଗସ୍ତରେ ଆସି ସେ ସମୀକ୍ଷା କରିଛନ୍ତି । ବିଭିନ୍ନ ସେବାୟତ ନିଯୋଗ, ପୋଲିସ୍ ଡିଜି, ପୁରୀ ଜିଲ୍ଲାପାଳଙ୍କ ସହ ମୁଖ୍ୟ ଶାସନ ସଚିବ ଏକ ସମୀକ୍ଷା ବୈଠକ କରିଛନ୍ତି ।

ତେବେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ ଓ ରଥ ଯାତ୍ରା ଦିନ କିଭଳି ନୀତିକାନ୍ତି ନିର୍ଦ୍ଧାରତ ସମୟ ପୁର୍ବରୁ ସହଳ ହୋଇ ପାରିବ ସେ ନେଇ ବୈଠକ ରେ ଆଲୋଚନା ହୋଇଛି । ଏଥିସହ ପାଳିଆ ସେବାୟତ ମାନେ ନିଜର ନୀତି ପୂର୍ବରୁ ଆସି କିଭଳି ସ୍ଥାନରେ ପହଞ୍ଚି ପାରିବେ ସେ ନେଇ ବୈଠକରେ ଆଲୋଚନା ହୋଇଯାଇଛି । ତେବେ ଯେତେ ପ୍ରସ୍ତୁତି ହେଲେ ମଧ୍ୟ ମହାପ୍ରଭୁଙ୍କ ଇଚ୍ଛା ବିନା କୌଣସି କାର୍ଯ୍ୟ ସଠିକ୍ ସମୟରେ ହୋଇ ପାରିବନି । ଏଣୁ ସବୁ କିଛି ଠିକ୍ ସମୟରେ ହେବା ପାଇଁ ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଅନ୍ୟପଟେ ଏଥର ଉଭା ତିଥି ନଥିବାରୁ ନବ ଯୌବନ ଦର୍ଶନକୁ ସୀମିତ ସମୟ କରାଯାଇ ଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । ନବ ଯୌବନ ଦର୍ଶନ ଓ ରଥଯାତ୍ରା ମଝିରେ ଉଭା ତିଥି ପୂର୍ବରୁ ଅନେକ ଥର ପଡିଥିବାରୁ ପ୍ରଶାସନକୁ ରଥଯାତ୍ରା ପ୍ରସ୍ତୁତି ନେଇ ଯଥେଷ୍ଟ ସମୟ ମିଳିଥାଏ । ଫଳରେ ନବ ଯୌବନ ଦର୍ଶନକୁ ଅଧିକ ସମୟ ରଖାଯାଇ ଥାଏ ଭକ୍ତ ମାନଙ୍କ ପାଇଁ । କିନ୍ତୁ ଚଳିତ ବର୍ଷ ନବ ଯୌବନ ଦର୍ଶନ ପରଦିନ ରଥ ଯାତ୍ରା ପଡ଼ୁଛି । ଫଳରେ ସମୟ କମ ଥିବାରୁ ଶୀଘ୍ର ନୀତି କାନ୍ତି ସରିବା ସହ ସେନା ପଟା ଲାଗି ପାଇଁ ଦର୍ଶନ ଅବଧିକୁ କମ ରଖାଯାଇଛି । ରଥ ଯାତ୍ରା ଦିନ ନୀତି ଯେଭଳି ବିଳମ୍ବ ନ ହୁଏ ତାକୁ ଦୃଷ୍ଟି ରେ ରଖାଯାଇ ଏହି ପଦକ୍ଷେପ ନିଆଯାଇଛି ।

ଆସନ୍ତା 19 ତାରିଖରେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ । ସକାଳ 8 ଟାରୁ 9 ଟାଯାଏ ଟିକେଟ୍‌ କାଟି ଥିବା ବ୍ୟକ୍ତି ମହାପ୍ରଭୁଙ୍କ ଦର୍ଶନ କରିବେ । ଏହାକୁ ପାରମାଣିକ ଟିକେଟ ଦର୍ଶନ ରଖାଯାଇଛି । ସକାଳ 9 ଟା ଦିନ 11ଟା ଯାଏ ସାଧାରଣ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.