ETV Bharat / state

ପୁରୀରୁ ପ୍ରତି ଜିଲ୍ଲାକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ ବସ୍: ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା - Jagannath Express Bus

Puri Parikrama Project: ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ମହାପାତ୍ର । ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ତଦାରଖ କରିଛନ୍ତି । ଭକ୍ତଙ୍କ ଯାତାୟତ ପାଇଁ ପୁରୀରୁ ପ୍ରତି ଜିଲ୍ଲାକୁ ଜଗନ୍ନାଥ ଏକ୍ସପ୍ରେସ ବସ୍ ଚାଲିବା ନେଇ ଦେଇଛନ୍ତି ସୂଚନା । ଅଧିକ ପଢ଼ନ୍ତୁ

ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା

author img

By ETV Bharat Odisha Team

Published : Jan 10, 2024, 6:29 PM IST

ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା

ପୁରୀ: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବକୁ ନେଇ ଶ୍ରୀକ୍ଷେତ୍ର ଏବେ ଚଳଚଞ୍ଚଳ । ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଉଦ୍‌ଘାଟନ କରିବେ । ଆଜି ପୁରୀ ଗସ୍ତରେ ଆସି ସମସ୍ତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର । ସମଙ୍ଗ୍‌ ପାର୍କିଂ, ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ପାର୍କିଂ ଏବଂ ତୀର୍ଥଯାତ୍ରୀ କେନ୍ଦ୍ର, ଶ୍ରୀମାର୍ଗ ଏବଂ ଶ୍ରୀମନ୍ଦିର ପରିକ୍ରମା ମାର୍ଗକୁ ନିଜେ ବୁଲି ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା । ଆସନ୍ତାକାଲି ଅର୍ଥାତ ୧୧ ତାରିଖ ରାତି ସୁଦ୍ଧା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ କରାଯାଇ ଶ୍ରୀମନ୍ଦିର ପ୍ରଶାସନକୁ ପୂଜାବିଧି ପାଇଁ ହସ୍ତାନ୍ତର କରିବାକୁ ଓବିସିସି ଓ ଟାଟାକୁ ମିଳିଥିବା ନିର୍ଦ୍ଦେଶକୁ ପୁଣିଥରେ ମନେପକାଇ ଦେଇଛନ୍ତି ସୁରେଶ ମହାପାତ୍ର ।

ପୁରୀରୁ ଗଡ଼ବ ଜଗନ୍ନାଥ ଏକ୍ସପ୍ରେସ ବସ୍:

ସେବାୟତଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଏହି ବୈଠକକୁ ଅଧ୍ୟକ୍ଷତା କରିଥିବା ବେଳେ ସେବାୟତଙ୍କ ସୁବିଧା ଅସୁବିଧା ସମ୍ପର୍କରେ ସେ ଅବଗତ ହୋଇଥିଲେ । ସେବାୟତଙ୍କ ପରିବାରର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ପାଇଁ ସ୍ବତନ୍ତ୍ର କୋଚିଂ ବ୍ୟବସ୍ଥା, କୋଚିଂ ପାଇଁ ଆର୍ଥିକ ସାହାଯ୍ୟ ପ୍ରଦାନ ଏବଂ ସେବାୟତଙ୍କର ସ୍ବାସ୍ଥ୍ୟ ବୀମା ରାଶିକୁ 10 ଲକ୍ଷକୁ ବୃଦ୍ଧି କରାଯିବା ନେଇ ଆଲୋଚନା ହୋଇଥିଲା । ତେବେ ଏହି ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ ବୋଲି ସୁରେଶ ଚନ୍ଦ୍ର ମହାପାତ୍ର ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ସେ କହିଛନ୍ତି, "ଖୁବଶୀଘ୍ର ପୁରୀରୁ ସମସ୍ତ ଜିଲ୍ଲା ମୁଖ୍ୟାଳୟକୁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ ଚଳାଚଳ ନେଇ ରାଜ୍ୟ ସରକାର ବ୍ୟବସ୍ଥା କରିବେ । ପୁରୀକୁ ଯେଭଳି ଜଗନ୍ନାଥ ପ୍ରେମୀ ଓ ଭକ୍ତ ବିନା କୌଣସି ବାଧାରେ ଆସିପାରିବେ, ସେନେଇ ମୁଖ୍ୟମନ୍ତ୍ରୀ ଏହି ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଖୁବଶୀଘ୍ର ଶୁଭାରମ୍ଭ କରିବେ ।"

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ସମସ୍ତ ନିର୍ମାଣ କାର୍ଯ୍ୟ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଶ୍ରୀମନ୍ଦିର ଉତ୍ତର ପୂର୍ବ 'ଐଶାନ୍ୟ' କୋଣରେ ଯଜ୍ଞ ମଣ୍ଡପ ଏବଂ ଶ୍ରୀମନ୍ଦିର ଚାରିଦ୍ବାରରେ ବେଦ ପାଠ ପାଇଁ ମଣ୍ଡପ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେପଟେ ସମସ୍ତ ଅତିଥିଙ୍କ ସହ ବିଭିନ୍ନ ସେବାୟତ ନିଯୋଗ ଓ ଅନ୍ୟ ବରିଷ୍ଠ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯାଉଥିବା ଜିଲ୍ଲାପାଳ କହିଛନ୍ତି । ମହାପ୍ରଭୁଙ୍କ ଏହି ଭବ୍ୟ କାର୍ଯ୍ୟକ୍ରମରେ ସମସ୍ତ ଜଗନ୍ନାଥ ପ୍ରେମୀ ସହଯୋଗର ହାତ ବଢାଇବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.