ETV Bharat / state

ଶ୍ରୀମନ୍ଦିର ଖୋଲିବା ସପକ୍ଷରେ ସେବାୟତ, ଆସନ୍ତାକାଲି ବସିବ ଛତିଶା ନିଯୋଗ ବୈଠକ - ଶ୍ରୀମନ୍ଦିର ଖୋଲିବାକୁ ଦାବି

କୋଭିଡ ଗାଇଡଲାଇନ ଅନୁସାରେ ଶ୍ରୀମନ୍ଦିରକୁ ବାଦ ଦେଇ ଆଜିଠୁ ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିଛି । ଶ୍ରୀମନ୍ଦିର ଖୋଲିବାକୁ ଆସନ୍ତାକାଲି ବସିବ ଛତିଶା ନିଯୋଗ ବୈଠକ । ଅଧିକ ପଢନ୍ତୁ...

ଶ୍ରୀମନ୍ଦିର ଖୋଲିବା ସପକ୍ଷରେ ସେବାୟତ, ଆସନ୍ତାକାଲି ବସିବ ଛତିସା ନିଯୋଗ ବୈଠକ

author img

By

Published : Aug 3, 2021, 10:58 AM IST

Updated : Aug 3, 2021, 11:55 AM IST

ପୁରୀ: ଶ୍ରୀମନ୍ଦିର ଖୋଲିବା ନେଇ ଆସନ୍ତାକାଲି(ବୁଧବାର) ବସିବ ଛତିଶା ନିଯୋଗ ବୈଠକ । ରାଜ୍ୟ ସରକାରଙ୍କ କୋଭିଡ ଅନଲକ ଗାଇଡ଼ଲାଇନ ଅନୁଯାୟୀ ଶ୍ରୀମନ୍ଦିରକୁ ଛାଡି ଅନ୍ୟ ସମସ୍ତ ଧର୍ମାନୁଷ୍ଠାନକୁ ଭକ୍ତଙ୍କ ପ୍ରବେଶକୁ ଅନୁମତି ଦେଇଛନ୍ତି । କୋଭିଡ ଗାଇଡ଼ଲାଇନ ମାନି ଭକ୍ତ କିଭଳି ଦର୍ଶନ କରିବେ, ସେ ନେଇ ସରକାର SOP ଜାରି କରିଛନ୍ତି ।

ଶ୍ରୀମନ୍ଦିର ଖୋଲିବା ସପକ୍ଷରେ ସେବାୟତ, ଆସନ୍ତାକାଲି ବସିବ ଛତିଶା ନିଯୋଗ ବୈଠକ

ଏନେଇ ଆସନ୍ତାକାଲି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସିବ । ଏହି ବୈଠକରେ ଶ୍ରୀମନ୍ଦିର କିଭଳି ଖୋଲାଯିବ, କୋଭିଡ ଗାଇଡ଼ ଲାଇନ ପାଳନ ହେବ ସେନେଇ ଆଲୋଚନା ହେବ । ସେପଟେ ସେବାୟତଙ୍କ କହିବା କଥା କୋଭିଡ ସଂକ୍ରମଣ କମିବାରେ ଲାଗିଛି । ଏଣୁ ସବୁ କିଛି କୋଭିଡ କଟକଣାରେ ଚାଲିଥିବାବେଳେ ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର SOP ହେଉ । କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଶ୍ରୀମନ୍ଦିରକୁ ମଧ୍ୟ ଭକ୍ତଙ୍କ ପ୍ରବେଶକୁ ଅନୁମତି ଦିଆଯାଉ । ଦୀର୍ଘଦିନ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଅଛନ୍ତି ଭକ୍ତ । ତେବେ ଭକ୍ତଙ୍କ ଶ୍ରୀମନ୍ଦିର ଖୋଲିବା ପାଇଁ ଛତିଶା ନିଯୋଗ ବୈଠକ ଦାବି ଉପସ୍ଥାପନ ହେବ ବୋଲି ସେବାୟତ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Aug 3, 2021, 11:55 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.