ETV Bharat / state

ବଦଳିବ ଆନନ୍ଦ ବଜାର ରୂପରେଖ, ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି

author img

By ETV Bharat Odisha Team

Published : Dec 11, 2023, 8:32 PM IST

Updated : Dec 11, 2023, 9:06 PM IST

Chhatisa Nijog meeting held today: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ବଦଳିବ ଆନନ୍ଦ ବଜାରର ରୂପରେଖ । ସୋମବାର ବସିଥିବା ଛତିଶା ନିଯୋଗ ବୈଠକରେ ନିଆଗଲା ନିଷ୍ପତ୍ତି । ଅଧିକ ପଢନ୍ତୁ

Chhatisa Nijog
Chhatisa Nijog

ବଦଳିବ ଆନନ୍ଦ ବଜାର ରୂପରେଖ, ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି

ପୁରୀ: ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଆନନ୍ଦ ବଜାରର ରୂପରେଖ ବଦଳିବ। ଆନନ୍ଦ ବଜାରରେ ବିଭିନ୍ନ ଦୋକାନ ମାନଙ୍କରେ ଟଙ୍ଗା ଯାଇଥବା ଜରି ପାଲ ହଟାଯାଇ ସ୍ଥାୟୀ ସେଡ୍ ନିର୍ମାଣ ହେବ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଜି (ସୋମବାର) ଅନୁଷ୍ଠିତ ହୋଇଥିବା ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।

ଆନନ୍ଦ ବଜାରରେ ଦୋକାନୀମାନଙ୍କୁ ଯେଉଁ ସ୍ଥାନରେ ମହାପ୍ରସାଦ ବିକ୍ରି ପାଇଁ ଅନୁମତି ଦିଆଯାଇଛି କେବଳ ସେହି ସ୍ଥାନରେ ହିଁ ସେମାନେ ବିକ୍ରି କରିପାରିବେ। କୋଇଲି ବୈକୁଣ୍ଠ କିମ୍ବା ଶ୍ରୀମନ୍ଦିର ବେଢ଼ାରେ ମହାପ୍ରସାଦ ବିକ୍ରି ପାଇଁ ଅନୁମତି ଦିଆଯିବ ନାହିଁ। ଭକ୍ତମାନେ ନିର୍ଦ୍ଧାରିତ ସ୍ଥାନରେ ଯେଭଳି ମହାପ୍ରସାଦ ସେବନ କରିପାରିବେ ସେନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ପାଳିଆ ସେବାୟତମାନଙ୍କୁ ମହାପ୍ରସାଦ ବିକ୍ରି କରିବା ପାଇଁ ସ୍ବତନ୍ତ୍ର ସ୍ଥାନ ଦିଆଯିବ । ତେବେ ଆସନ୍ତାକାଲି କାଲି ଏକ ସ୍ବତନ୍ତ୍ର ଟିମ ଆନନ୍ଦ ବଜାର ଯାଇ ଏସମସ୍ତ ବ୍ୟବସ୍ଥାର ନିରୀକ୍ଷଣ କରି ଆବଶ୍ୟକ ପଦକ୍ଷେପ ନେବେ।

ସେହିପରି ଆଗାମୀ ଦିନରେ କିଭଳି ମହାପ୍ରସାଦର ଦର ନିର୍ଦ୍ଧାରଣ ହୋଇପାରିବ ସେନେଇ ପଦକ୍ଷେପ ନିଆଯିବ। ସୁଆର ମହାସୁଆର ନିଯୋଗ ପକ୍ଷରୁ ନିର୍ଦ୍ଧାରିତ ଦର ତାଲିକା ଆସିବା ପରେ ଏହାକୁ ତର୍ଜମା କରାଯାଇ ଦର ତାଲିକା ଲାଗୁ କରାଯିବ । ଆସନ୍ତା ୧୬ ତାରିଖରୁ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ ହେବାକୁ ଥିବାବେଳେ ଏହା କିଭଳି ଶୃଙ୍ଖଳିତ ହୋଇପାରିବ ସେନେଇ ଆଲୋଚନା ହୋଇଛି । ଆସନ୍ତା ଡିସେମ୍ବର ୩୧ ତାରିଖ ରାତିରେ ଭକ୍ତଙ୍କ ସଂଖ୍ୟାକୁ ଦେଖି ମହାପ୍ରଭୁଙ୍କ ରାତ୍ର ପହୁଡ ନୀତି ହେବା ନେଇ ବିଚାର କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଏହା ବି ପଢନ୍ତୁ-ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପ୍ରସ୍ତୁତି ଜୋରଦାର, ପ୍ରଶାସନର ସମୀକ୍ଷା ବୈଠକ

ସେହିପରି ଜାନୁଆରୀ ୧ ତାରିଖ ଦିନ ସ୍ଥିତି ଦେଖି ଦିବା ପହୁଡ଼ ନୀତି ମଧ୍ୟ ସଙ୍କୁଚିତ କରିବା ପାଇଁ ନିଷ୍ପତ୍ତି ନିଆଯିବ । ଏହାଦ୍ବାରା ଭକ୍ତମାନେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ବୋଲି ଆଶା ରଖିଛନ୍ତି ମୁଖ୍ୟ ପ୍ରଶାସକ । ତେବେ ପହିଲି ଭୋଗ ନୀତି ଭିତରେ କିଛି ଦିନ ଦିବା ପହୁଡ଼ ନୀତି କରାଯିବ ବୋଲି ନିଷ୍ପତ୍ତି ହୋଇଛି । ମକର ସଂକ୍ରାନ୍ତି, ପୁଷ୍ୟାଭିଷେକ ପୂର୍ଣ୍ଣିମାରେ ଭକ୍ତଙ୍କ ଅହେତୁକ ଗହଳି ହେବାର ସମ୍ଭାବନା ଥିବାରୁ ସେନେଇ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ । ଆସନ୍ତା ଜାନୁଆରୀ ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯିବ। ଛତିଶା ନିଯୋଗର ସଦସ୍ୟମାନେ ଅତିଥିମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ଯିବେ ।

ତେବେ ଛତିଶା ନିଯୋଗର କେଉଁ କେଉଁ ସଦସ୍ୟ ମାନେ ଅତିଥିଙ୍କୁ ନିମନ୍ତ୍ରଣ କରିବା ପାଇଁ ଯିବେ ତା'ର ଏକ ତାଲିକା ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅବସରରେ ଜଗନ୍ନାଥ ବଲ୍ଲଭ ଜଗନ୍ନାଥ ସଂସ୍କୃତିକୁ ନେଇ ଏକ ପ୍ରଦର୍ଶନୀ ଆୟୋଜନ ହେବ । ସେହିପରି ପୁରୀ ମୁନିସପାଲିଟି ମାର୍କେଟ କମ୍ପ୍ଲେକ୍ସରେ ଏକ ଲେଜର ଶୋ'ର ମଧ୍ୟ ଆୟୋଜନ କରାଯିବ । ଏହି ପ୍ରଦର୍ଶନୀ ଓ ଲେଜର ଶୋ'ରେ ଶ୍ରୀମନ୍ଦିର ଐତିହ୍ୟ ପରମ୍ପରା ବିଷୟରେ ସୂଚନା ଦିଆଯିବ । ଏହି ଉତ୍ସବ ସମୟରେ ପୁରୀ ସହରବାସୀ ନିଜ ନିଜ ଅଞ୍ଚଳକୁ ପରିସ୍କାର ପରିଛନ ରଖିବା ସହ ଦୀପ ଜାଳିବାକୁ ଅନୁରୋଧ କରାଯାଇଛି । ଭକ୍ତମାନଙ୍କ ପାଇଁ ନିର୍ମାଣ ହେଉଥିବା ସ୍ବତନ୍ତ୍ର ଏସି କରିଡୋରରେ ବସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହ ପାନୀୟ ଜଳ, ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଶ୍ରୀମନ୍ଦିର ନୀତିକାନ୍ତି ନେଇ ସୂଚନା ପ୍ରଦାନ କରାଯିବ ।

ଏହା ବି ପଢନ୍ତୁ- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପ୍ରସ୍ତୁତି, ଯଜ୍ଞସ୍ଥାନ ହେଲା ଚିହ୍ନଟ

ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ୨୫୦୦ ଭକ୍ତ ବସିବା ଭଳି ଏକ ସେଡ୍ ନିର୍ମାଣ କରାଯିବ । ଏହି ଅଭ୍ୟର୍ଥନା କେନ୍ଦ୍ରରେ ଭକ୍ତମାନେ କିଛି ସମୟ ବିଶ୍ରାମ ନେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇପାରିବେ । ଏଥିସହ ଭକ୍ତଙ୍କ ଲଗେଜ, ଜୋତା ଷ୍ଟାଣ୍ଡ ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ରହିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ କିଭଳି ସଫଳ କରାଯିବ ସେଦିଗରେ ସମସ୍ତେ ଆଗେଇ ଆସିବା ପାଇଁ ଅନୁରୋଧ କରିଛି ଛତିଶା ନିଯୋଗ । ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକକୁ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ଛତିଶା ନିଯୋଗ ସଦସ୍ୟ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଙ୍କ ସହ ପରିଚାଳନା କମିଟି ସେବାୟତ ସଦସ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ପୁରୀ

Last Updated : Dec 11, 2023, 9:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.