ETV Bharat / state

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ । ଗତକାଲି ଅକ୍ଷୟ ତୃତୀୟ ଅବସରରେ ରଥ ନିର୍ମାଣ ଅନୁକୂଳ ସମ୍ପାଦନ ହେବା ପରେ ଆଜିଠୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଅଧିକ ପଢନ୍ତୁ

author img

By

Published : Apr 24, 2023, 6:17 PM IST

chariot construction of  rath yatra
chariot construction of rath yatra
chariot construction of rath yatra

ପୁରୀ: ଆଜିଠୁ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ । ଗତକାଲି ପବିତ୍ର ଅକ୍ଷୟ ତୃତୀୟ ଅବସରରେ ତିନି ରଥର ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥିଲା। ରଥ ନିର୍ମାଣ ପାଇଁ ଭୋଇ ସେବାୟତମାନେ ରଥଖଳାରେ ଆବଶ୍ୟକୀୟ କାଠ ପହଞ୍ଚାଇବା ପରେ କରତି ସେବାୟତମାନେ ତୁମ୍ବ ନିର୍ମାଣ ପାଇଁ ଫାଶି କାଠ ଚିରଟ ଆରମ୍ଭ କରିଛନ୍ତି । ତେବେ ପ୍ରଥମ ଦିନରେ ତିନି ରଥ ପାଇଁ ତିନୋଟି ତୁମ୍ଭ କଟାଯାଇଛି ।

ଏହା ମଧ୍ୟ ପଢନ୍ତୁ- ଝାଡଖଣ୍ଡରେ ଓଡିଶା ଯୁବକଙ୍କୁ ହତ୍ୟା, ଖଣ୍ଡ ଖଣ୍ଡ କରି ଫୋପାଡି ଦେଲେ ଦମ୍ପତି

ରଥଖଳାର ଚତୁପାର୍ଶ୍ବକୁ ଧଳା କପଡ଼ା ଗୁଡାଯାଇ ରଥ ନିର୍ମାଣ କାର୍ଯ୍ୟ କରାଯାଉଛି। ପ୍ରାଥମିକ ଭାବରେ ତିନି ରଥ ପାଇଁ ୪୨ ଗୋଟି ଚକର ଆବଶ୍ୟକତା ଥିବା ବେଳେ ୪୨ ଗୋଟି ତୁମ୍ବର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ବିଶ୍ବକର୍ମା ଓ କରତ ସେବାୟତ। ସେହିପରି ରଥ ନିର୍ମାଣରେ ସମ୍ପୃକ୍ତ ସମସ୍ତ ସେବାୟତମାନେ ଅତ୍ୟନ୍ତ ନିଷ୍ଠାର ସହ ଶୁଦ୍ଧପୁତ ଭାବରେ ରଥନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି । ସାଧାରଣ ଲୋକଙ୍କଠାରୁ ରଥଖଳାକୁ ଦୂରରେ ରଖିବା ପାଇଁ ସମଗ୍ର ରଥଖଳାକୁ ଧଳାକପଡ଼ା ଦ୍ୱାରା ଆଦୃତ କରି ରଖାଯାଇଛି। ତିନି ରଥ ପାଇଁ ଭୋଇ ସେବାୟତ ମାନେ ୬ଟି ତୁମ୍ବ ଯୋଗାଇବା ପରେ ରଥର ମୁଖ୍ୟ ବିଶ୍ଵକର୍ମା ନିର୍ଦ୍ଧିଷ୍ଟ ମାପ ଅନୁଯାୟୀ ତୁମ୍ବ ଗୁଡ଼ିକ କରୁଛନ୍ତି ।

ତେବେ ତୁମ୍ବ ନିର୍ମାଣ ସରିବା ପରେ ଏଥିରେ ବିନ୍ଧ ଅନୁକୂଳ କରାଯାଇ ଖୋଦେଇ ସହ ପଇ ଓ ଅର ପର୍ଯ୍ୟାୟ କ୍ରମେ ନିର୍ମାଣ କରାଯିବ। ସେପଟେ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନେ ରଥଯାତ୍ରା ପୂର୍ବରୁ ନିଜ ନିଜର କାର୍ଯ୍ୟ ଯେଭଳି ସମ୍ପାଦନା କରିବେ ସେ ନେଇ ପ୍ରୟାସ ଆରମ୍ଭ କରିଛନ୍ତି । ତେବେ ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ ରଥକାଠର ଆବଶ୍ୟକତା ଥିବାବେଳେ ଗତ ବର୍ଷ ୧୧୮ ଖଣ୍ଡ କାଠ ବଳକା ରହିଛି । ଆଜିସୁଦ୍ଧା ସମୁଦାୟ ୪୪୯ ଖଣ୍ଡ ରଥକାଠ ପୁରୀରେ ଆସି ପହଞ୍ଚିଛି। ପର୍ଯ୍ୟାୟ କ୍ରମେ ଅବଶିଷ୍ଟ ରଥକାଠ ଆସି ରଥଖଳାରେ ପହଞ୍ଚିଯିବ ।

ଏହା ମଧ୍ୟ ପଢନ୍ତୁ- ରାହୁଲଙ୍କୁ ପାଟନା ହାଇକୋର୍ଟରୁ ଆଶ୍ବସ୍ତି: ମୋଦି ସାଙ୍ଗିଆ ମାମଲାରେ ତଳ କୋର୍ଟରେ ହେବେନି ହାଜର

ରଥ ସଂହିତା ଓ ଶିଳ୍ପ ଶାସ୍ତ୍ର ମୁତାବକ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ରଥ ଅମିନ ଓ ବିଶ୍ଵକର୍ମା ମହାରଣାଙ୍କ ନିର୍ଦ୍ଦେଶରେ କରତିଆ ସେବକ ତୁମ୍ବ କାଟିବା କାର୍ଯ୍ୟ ଜାରି ରଖିଛନ୍ତି । ଏପଟେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ଭକ୍ତମାନେ ରଥ ନିର୍ମାଣ କାର୍ଯ୍ୟ ଦେଖି ନିଜକୁ ଭାଗ୍ୟବାନ ମନେ କରିଥିବା କହିଛନ୍ତି ।‌

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.