ETV Bharat / state

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଅର୍ଥ ଦାନ ନିମନ୍ତେ ହେବ ଅଭିଯାନ

author img

By

Published : Jan 9, 2021, 6:07 AM IST

ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ପ୍ରଭୁ ରାମଙ୍କ ମନ୍ଦିର । ମନ୍ଦିର ନିର୍ମାଣ ନିମନ୍ତେ ଅର୍ଥ ଦାନ କରିବାକୁ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତିର ଅନୁରୋଧ । ଅଧିକ ପଢନ୍ତୁ...

campaign to donate money for construction of Ayodhya Ram Temple
ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଅର୍ଥ ଦାନ ନିମନ୍ତେ ହେବ ଅଭିଯାନ

ପୁରୀ: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଅର୍ଥ ଦାନ ନିମନ୍ତେ ହେବ ଅଭିଯାନ । ପୁରୀର ସ୍ଥାନୀୟ ନାୟକ ପ୍ଲାଜା ସମ୍ମିଳନୀ କକ୍ଷ ପରିସରରେ ଏନେଇ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଜାନୁଆରୀ 15 ତାରିଖ ଠାରୁ 31 ତାରିଖ ମଧ୍ୟରେ ମନ୍ଦିର ପାଇଁ ଦାନ ସୁତ୍ରରେ ଅର୍ଥ ସଂଗ୍ରହ କରାଯିବ । ଏଥିପାଇଁ ସମସ୍ତେ ସହଯୋଗର ହାତ ବଢ଼େଇବାକୁ ସଂସ୍ଥା ପକ୍ଷରୁ ଅନୁରୋଧ କରାଯାଇଛି ।

ଅଯୋଧ୍ୟା ଠାରେ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେବାକୁ ଯାଉଛି । ଏଣୁ ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ମୁକ୍ତ ହସ୍ତରେ ମନ୍ଦିର ନିର୍ମାଣ ପାଇଁ ଦାନ କରିବାକୁ ସମିତି ପକ୍ଷରୁ ସମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.