ETV Bharat / state

ଦୁଇ ଦିନିଆ ରାଜ୍ୟସ୍ତରୀୟ ବସ୍ ମାଲିକ ସମ୍ମିଳନୀ ଉଦ୍‌ଘାଟିତ, ଯୋଗଦେଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ - ପରିବହନ ମନ୍ତ୍ରୀ ଟୁକୁନି ସାହୁ

ପୁରୀ ଟାଉନ ହଲ୍‌ଠାରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ବସ୍ ମାଲିକ ସମ୍ମିଳନୀ ଉଦ୍‌ଘାଟିତ । ମୁଖ୍ୟ ଅତିଥି ଭାବେ ଯୋଗଦେଲେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ରାଜ୍ୟରେ ବସ୍ ମାଲିକଙ୍କର ଥିବା ବିଭିନ୍ନ ସମସ୍ୟା ଓ ଯାତ୍ରୀ ପରିବହନକୁ ଅଧିକ ସୁଦୃଢ କରିବା ଦିଗରେ ଏହି ବୈଠକରେ ଆଲୋଚନା ହୋଇଥିଲା । ଅଧିକ ପଢ଼ନ୍ତୁ

ରାଜ୍ୟସ୍ତରୀୟ ବସ୍ ମାଲିକ ସମ୍ମିଳନୀ
ରାଜ୍ୟସ୍ତରୀୟ ବସ୍ ମାଲିକ ସମ୍ମିଳନୀ
author img

By

Published : Feb 11, 2023, 10:38 PM IST

ରାଜ୍ୟସ୍ତରୀୟ ବସ୍ ମାଲିକ ସମ୍ମିଳନୀ

ପୁରୀ: ସହରର ଟାଉନ ହଲ୍‌ଠାରେ ଉଦ୍‌ଘାଟିତ ହୋଇଛି ଦୁଇ ଦିନିଆ ରାଜ୍ୟସ୍ତରୀୟ ବସ୍ ମାଲିକ ସମ୍ମିଳନୀ । ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ । ରାଜ୍ୟରେ ବସ୍ ମାଲିକଙ୍କର ଥିବା ବିଭିନ୍ନ ସମସ୍ୟା, ଯାତ୍ରୀ ପରିବହନକୁ ଅଧିକ ସୁଦୃଢ କରିବା, ଉପଯୁକ୍ତ ସେବା ଯୋଗାଇଦେବା ଭଳି ପ୍ରମୁଖ ପ୍ରସଙ୍ଗ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା ।

ବିଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀକୁ ଯାତ୍ରୀ ଏବଂ ଭକ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ କିଭଳି ବସ ସେବାକୁ ଅଧିକରୁ ଅଧିକ ସୁଗମ କରିହେବ, ସେନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ପୁରୀକୁ ବହୁତ କମ୍ ଟ୍ରେନ୍ ଆସୁଥିବାରୁ ଯାତ୍ରୀ ଏବଂ ଭକ୍ତ ଯାତାୟତ ପାଇଁ ବସ୍ ଉପରେ ବିଶେଷ ଭାବରେ ନିର୍ଭର କରିଥାନ୍ତି । ତେଣୁ ଭକ୍ତ ଓ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖାଯାଇ ପୁରୀରେ ଏକ ଅତ୍ୟାଧୁନିକ ବିଶ୍ବସ୍ତରୀୟ ବସ ଷ୍ଟାଣ୍ଡର ଆବଶ୍ୟକତା ଥିବା ସଂଘ ପକ୍ଷରୁ କୁହାଯାଇଛି । ସେହିପରି ପୁରୀକୁ ୬ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ ନିର୍ମାଣ, ବିଭିନ୍ନ ରାଜ୍ୟକୁ ସିଧାସଳଖ ବସ ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ନିକଟରେ ଦାବି ରଖିଛି ସଂଘ ।

ସେପଟେ ରାଜ୍ୟରେ ବସ୍‌ଯାତ୍ରୀ ସେବାକୁ ଅଧିକ ସୁଦୃଢ ଓ ସୁଗମ କରିବା ପାଇଁ ରାଜ୍ୟ ସରକାର ସବୁବେଳେ ବିଭିନ୍ନ ପଦକ୍ଷେପ ନେଉଥିବା କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ବସ ମାଲିକଙ୍କ ବିଭିନ୍ନ ସମସ୍ୟା ଓ ଦାବି ରାଜ୍ୟ ସରକାର କିଛି ମାତ୍ରାରେ ପୂରଣ କରିଥିବାବେଳେ ଅନ୍ୟ କିଛି ଦାବି ଆଲୋଚନା ଜରିଆରେ ସମାଧାନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ତେବେ ପୁରୀକୁ ଅଧିକ ଯାତ୍ରୀ ବସ ଯୋଗେ ଆସୁଥିବାରୁ ଏଠାରେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ଆଉ ଏକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ସରକାର ଯୋଜନା ରଖିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ମାଳତୀପାଟପୁର ବସଷ୍ଟାଣ୍ଡ ଭଳି ଆଉ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ ଆଗାମୀ ଦିନରେ ସରକାର ନିର୍ମାଣ କରିବା ପାଇଁ ଯୋଜନା ରଖିଛନ୍ତି । ରାଜ୍ୟସ୍ତରୀୟ ବସ ମାଲିକ ସମ୍ମିଳନୀରେ ସଂଘର ରାଜ୍ୟ ସଭାପତି ଲୋକନାଥ ପାଣି, ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସମେତ ବରିଷ୍ଠ କର୍ମକର୍ତ୍ତା ଯୋଗ ଦେଇଥିଲେ । ତେବେ ଆଗାମୀ ଦିନରେ ଯାତ୍ରୀ ମାନଙ୍କ ଗମନାଗମନ ସୁବିଧା ପାଇଁ ସଂଘ ପକ୍ଷରୁ ଅନେକ ପଦକ୍ଷେପ ନିଆଯିବ ବୋଲି ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.