ETV Bharat / state

ବସ-ବାଇକ୍ ମୁହାଁମୁହିଁ ଧକ୍କା, ଆଖିବୁଜିଲେ ବାପା ମା’ଙ୍କ ସହିତ ପିଲା

author img

By

Published : Feb 9, 2023, 10:25 PM IST

ବସ ବାଇକ୍ ମୁହାଁମୁହିଁ ଧକ୍କା । ମର୍ମନ୍ତୁଦ ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ରହିଛି ତାନି ବର୍ଷର ଶିଶୁ । ଅଧିକ ପଢ଼ନ୍ତୁ

ବସ ବାଇକ୍ ମୁହାଁମୁହିଁ ଧକ୍କା
ବସ ବାଇକ୍ ମୁହାଁମୁହିଁ ଧକ୍କା

ବଲାଙ୍ଗୀର: ବଲାଙ୍ଗୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ ବାଇକ୍ ମୁହାଁମୁହିଁ ଧକ୍କା । ସ୍ବାମୀ ସ୍ତ୍ରୀ ସହିତ ଶିଶୁର ମୃତ୍ୟୁ। ବଲାଙ୍ଗୀର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର ତିନି ଜଣଙ୍କ ମୃତ୍ୟୁ ହୋଇଛି। ତେବେ ବସ୍ ଏକ ବାଇକକୁ ମୁହାଁମୁହିଁ ଧକ୍କା ଦେବା ଫଳରେ ବାଇକରେ ଥିବା ସ୍ବାମୀ ସ୍ତ୍ରୀ ଓ ତାଙ୍କ ତିନି ବର୍ଷର ଶିଶୁର ମୃତ୍ୟୁ ହୋଇଛି। ତେବେ ଏପରି ଅଭାବନୀୟ ଘଟଣା ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିନ ଖମନ୍ ଗ୍ରାମ ନିକଟ 26 ନମ୍ୱର୍ ଜାତୀୟ ରାଜପଥ ଘଟିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣହରାଇଥିବା ମୃତକମାନେ ଟିଟିଲାଗଡ ଉଡାର ଗ୍ରାମର ବୋଲି ପରିଚୟ ମିଳିଛି।

ସୂଚନା ଅନୁସାରେ ଏହି ଗ୍ରାମର ସରୋଜ ପଶାୟତ ତାଙ୍କ ସ୍ତ୍ରୀ କରିଷ୍ମା ପଶାୟତ ଓ ଦୁଇ ଶିଶୁ ଆଜି ବାଇକ୍ ଯୋଗେ ବଲାଙ୍ଗୀର ଖୁଜେନ ପାଲି ଗ୍ରାମକୁ ଆସିଥିଲେ। ସିନ ଖମନ ଗ୍ରାମ ନିକଟରେ ବଲାଙ୍ଗୀର ପଟୁ ଯାଉଥିବା ଗଣପତି ଘରୋଇ ବସ୍ ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା। ତେବେ ଘଟଣା ସ୍ଥଳରେ ସ୍ଵାମୀଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଅନ୍ୟ ଆହତ ମାନଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ତେବେ ଚିକିତ୍ସା ଧିନ ଅବସ୍ଥାରେ ତିନି ବର୍ଷର ଶିଶୁର ମୃତ୍ୟୁ ହୋଇଥିଲା। ସେହିପରି ଗୁରୁତର ଥିବା ମହିଳା ଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତରିତ କରା ଯାଇଥିବା ବେଳେ ସେଠି ତାଙ୍କର ମୃତ୍ୟୁ ହୋଇଛି। ସେପଟେ ବଲାଙ୍ଗୀର ସଦର ପୋଲିସ୍ ଏହାର ତଦନ୍ତ କରୁଥିବାର ଜଣାପଡ଼ିଛି ।

ତେବେ ୧୧ ଜାନୁଆରୀରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଟ୍ରକ ସହ କାରର ମୁହାଁମୁହିଁ ଧକ୍କା ହୋଇଥିଲା ।ପୁଅର ବାହାଘର ପାଇଁ କପଡ଼ା କିଣି ସ୍କର୍ପିଓ ଗାଡ଼ିରେ ଫେରୁଥିବା ବେଳେ ଅଧାରାସ୍ତାରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି ।

ଏହାସହ ସେହିଦିନ ବଲାଙ୍ଗୀର ଲୋଇସିଂହା ଥାନା ଅନ୍ତର୍ଗତ 26 ନମ୍ୱର୍ ବରଗଡ ବୋରିଗୁମ୍ମା ଜାତୀୟ ରାଜପଥ ବୁର୍ଡା ଗ୍ରାମ ନିକଟରେ ଏହି ଦୁର୍ଘଟଣା ହୋଇଥିଲା । ବଲାଙ୍ଗୀର ପଟକୁ ଆସୁଥିବା ଏକ ସ୍କର୍ପିଓ ଗାଡ଼ି ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ସ୍କର୍ପିଓରେ ଥିବା ଦୁଇଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଥିଲେ । ତେବେ ଦୁନକୁ ଦିନ ସଡକ ଦର୍ଘଟଣା ବଢ଼ୁଥିଲେ ମଧ୍ୟ ଚାଳକ ଏହା ପ୍ରତି ସଚେତନ ହେଉ ନାହାଁନ୍ତି । ଫଳରେ ଏପରି ଭୟର ଦୁର୍ଘଟଣା ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.