ପୁରୀ: ଦୀପାବଳିରେ ଅଶାନ୍ତ ହେଲା ପିପିଲି ( bullet shot Firing in Pipili ) । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଫୁଟିଲା ଗୁଳି । ପିପିଲିରେ ଯୁବକଙ୍କୁ ଗୁଳିମାଡ । ଯୁବକଙ୍କ ଜଙ୍ଘରେ ଗୁଳି ମାଡ଼ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା । ପ୍ରଥମେ ଚିକିତ୍ସା ପାଇଁ ପିପିଲି ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ଆହତ ଯୁବକ ହେଲେ ପିପିଲି ଉଜାଣିପଡ଼ାର ସାନୁ ପ୍ରଧାନ । କମେଣ୍ଟମରାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଜଣାପଡିଛି । ତେବେ ଯୁବକଙ୍କୁ କିଏ ଗୁଳିମାଡ କରିଛି ସେନେଇ କିଛି ସ୍ପଷ୍ଟ ସୂଚନା ହସ୍ତଗତ ହୋଇ ନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ପୁରୀ, ଇଟିଭି ଭାରତ