ETV Bharat / state

କୁଶଭଦ୍ରା ନଦୀରେ ବୁଡ଼ି B.Tech ଛାତ୍ର ମୃତ

author img

By

Published : Nov 7, 2021, 8:48 PM IST

ଜିଲ୍ଲା ଗୋପ ବ୍ଲକ ବଣିଆସାହି ନିକଟ କୁଶଭଦ୍ରା ନଦୀରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକ ଜଗତସିଂହପୁର ଜିଲ୍ଲାର ଇଞ୍ଜିନିୟରିଂ ଛାତ୍ର ବାପି ଦାସ ବୋଲି ଜଣାପଡ଼ିଛି । ଅଧିକ ପଢ଼ନ୍ତୁ...

କୁଶଭଦ୍ରା ନଦୀରେ ବୁଡ଼ି B.Tech ଛାତ୍ର ମୃତ
କୁଶଭଦ୍ରା ନଦୀରେ ବୁଡ଼ି B.Tech ଛାତ୍ର ମୃତ

ପୁରୀ: ଜିଲ୍ଲା ଗୋପ ବ୍ଲକ ବଣିଆସାହି ନିକଟ କୁଶଭଦ୍ରା ନଦୀରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକ ଜଗତସିଂହପୁର ଜିଲ୍ଲାର ଇଞ୍ଜିନିୟରିଂ ଛାତ୍ର ବାପି ଦାସ ବୋଲି ଜଣାପଡ଼ିଛି । ଯୁବକ ଜଣଙ୍କ ତାଙ୍କର ଜଣେ ବନ୍ଧୁଙ୍କ ଘରକୁ ବୁଲି ଆସିଥିବାବେଳେ ଆଜି(ରବିବାର) ଅପରାହ୍ଣରେ ସାଙ୍ଗମାନଙ୍କ ସହ କୁଶଭଦ୍ରା ନଦୀକୁ ଗାଧୋଇବାକୁ ଯାଇଥିଲେ । ତେବେ ଛାତ୍ର ଜଣକ ଅଥଳ ନଦୀ ଜଳକୁ ଯାଇ ବୁଡ଼ି ଯାଇଥିବା କଥା ସାଙ୍ଗମାନେ କହିଛନ୍ତି ।

କୁଶଭଦ୍ରା ନଦୀରେ ବୁଡ଼ି B.Tech ଛାତ୍ର ମୃତ

ଛାତ୍ର ଜଣକ ବୁଡ଼ି ଯାଉଥିବାବେଳେ ସ୍ଥାନୀୟ ଲୋକମାନେ ନିକଟସ୍ଥ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ୧ ଘଣ୍ଟା ଧରି ପାଣି ଭିତରେ ଖୋଜାଖୋଜି କରିଥିଲେ ମଧ୍ୟ ଛାତ୍ରର ପତ୍ତା ମିଳନଥିଲା । ପରେ ସ୍ଥାନୀୟ ଲୋକଙ୍କ ସହାୟତା ଖୋଜାଖୋଜି ପରେ ମୃତଦେହ ଉଦ୍ଧାର ହୋଇଛି । ବାପି ଦାସଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ଗୋପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେପଟେ ଗୋପ ପୋଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.