ପୁରୀ: ବିଜୁ ସେତୁ ଭୁଶୁଡିବା ଘଟଣାରେ ପୁରୀରୁ ଗିରଫ ହେଲେ ଠିକାଦାର। ସୋମବାର ରାତିରେ ନବରଙ୍ଗପୁର ପୋଲିସ ପହଞ୍ଚି କୁମ୍ଭାରପଡା ପୋଲିସ ସହାୟତାରେ ବଉଳମଠ ସାହିରୁ ଗିରଫ ହୋଇଛନ୍ତି ଠିକାଦାର ଆଶିଷ କୁମାର ବିଶ୍ବାଳ।
ନବରଙ୍ଗପୁର ବିଜୁ ସେତୁ ଭୁଶୁଡିବା ଘଟଣାରେ ଠିକାଦାର ଓ ଦୁଇ ଯନ୍ତ୍ରୀଙ୍କ ବିରୁଦ୍ଧରେ ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମଲ ଉମରକୋଟ ଥାନାରେ ଏତଲା ଦେଇଥିଲେ ।
ସୂଚନାନୁଯାୟୀ, ଉମରକୋଟ ଥାନା ଅନ୍ତର୍ଗତ ତାଲାପଦର ଗାଁରେ ବିଜୁ ସେତୁ ନିର୍ମାଣକାର୍ଯ୍ୟ ଚାଲୁଥିବାବେଳେ ହଠାତ ଭୁଶୁଡିଛି ନିର୍ମାଣଧୀନ ପୋଲ। ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକ ମୃ୍ତ୍ୟୁବରଣ କରିଥିବାବେଳେ 6 ଜଣ ଗୁରୁତର ହୋଇଥିଲେ ।
ପୁରୀରୁ ଶକ୍ତ ପ୍ରସାଦ ମିଶ୍ର, ଇଟିଭି ଭାରତ