ETV Bharat / state

କୋରୋନା ଆକ୍ରାନ୍ତଙ୍କୁ ଡାକ୍ତରଖାନା ନେବାକୁ ଆସି ପ୍ରଶାସନ ହଟହଟା - ବ୍ରହ୍ମଗିରିରେ ଡାକ୍ତରଖାନା ଯିବାକୁ ଆକ୍ରାନ୍ତ ଅରାଜି

କୋରୋନା ଆକ୍ରାନ୍ତଙ୍କୁ ଡାକ୍ତରଖାନା ଆଣିବାକୁ ଯାଇ ପ୍ରଶାସନ ନିରାଶ। ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଳକର କହଳପଦା ଗ୍ରାମର 8 ଜଣ କୋରୋନା ରୋଗୀଙ୍କୁ ଡାକ୍ତରଖାନା ନେବାକୁ ପ୍ରଶାସନ ତାଙ୍କ ଘରେ ପହଞ୍ଚିଥିବା ବେଳେ ସେଠାରୁ ନିରାଶ ହୋଇ ଫେରିଛନ୍ତି ।

bramhagiri administration humiliated, bramhagiri latest news, covid patient denies to go hospital, corona update in bramhagiri, ବ୍ରହ୍ମଗିରିରେ ପ୍ରଶାସନକୁ ଦୁର୍ବ୍ୟବହାର, ବ୍ରହ୍ମଗିରି ଲାଟେଷ୍ଟ ନ୍ୟୁଜ୍‌, ବ୍ରହ୍ମଗିରିରେ ଡାକ୍ତରଖାନା ଯିବାକୁ ଆକ୍ରାନ୍ତ ଅରାଜି, ବ୍ରହ୍ମଗିରିରେ କୋରୋନା ଅପଡେଟ
କୋରୋନା ଆକ୍ରାନ୍ତଙ୍କୁ ଡାକ୍ତରଖାନା ନେବାକୁ ଆସି ପ୍ରଶାସନ ହଟହଟା
author img

By

Published : Aug 9, 2020, 12:56 PM IST

ବ୍ରହ୍ମଗିରି: କୋରୋନା ଆକ୍ରାନ୍ତଙ୍କୁ ଡାକ୍ତରଖାନା ଆଣିବାକୁ ଯାଇ ପ୍ରଶାସନ ନିରାଶ। ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଳକର କହଳପଦା ଗ୍ରାମର 8 ଜଣ କୋରୋନା ରୋଗୀଙ୍କୁ ଡାକ୍ତରଖାନା ନେବାକୁ ପ୍ରଶାସନ ତାଙ୍କ ଘରେ ପହଞ୍ଚିଥିବା ବେଳେ ସେଠାରୁ ନିରାଶ ହୋଇ ଫେରିଛନ୍ତି । କେବଳ ସେତିକି ନୁହେଁ ସମ୍ପୃକ୍ତ ପରିବାରର ଜଣେ ଆକ୍ରାନ୍ତ ବ୍ରହ୍ମଗିରି ତହସିଲଦାର ଓ ଚିକିତ୍ସାଧିକାରୀଙ୍କ ସମେତ ପୋଲିସ ପ୍ରଶାସନ ସହ ଯୁକ୍ତିତର୍କ କରିଥିବା ଦେଖାଯାଇଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କୋରୋନା ଆକ୍ରାନ୍ତଙ୍କୁ ଡାକ୍ତରଖାନା ନେବାକୁ ଆସି ପ୍ରଶାସନ ହଟହଟା

ସୂଚନା ମୁତାବକ ଗତ 8 ଦିନ ତଳେ ଏହି ପରିବାରର ଜଣେ ବୟସ୍କ ବ୍ୟକ୍ତି ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଆଖି ବୁଜିଥିଲେ । ହେଲେ ମୃତ୍ୟୁ ପରେ ସେ କୋରୋନା ପଜିଟିଭ ଥିବା ଜଣା ପଡିଥିଲା । ଏନେଇ ପରିବାରର ସମସ୍ତଙ୍କର କୋରୋନା ଟେଷ୍ଟ କରାଯାଇଥିଲା । ଯେଉଁଥିରେ ପରିବାରର 8 ଜଣ ପଜିଟିଭ ଥିବା ଜଣା ପଡିଥିଲା । ତେବେ ଏହି ଆକ୍ରାନ୍ତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେବାକୁ ପ୍ରଥମେ ଆମ୍ବୁଲାନ୍ସ ଆସିଥିଲା । ହେଲେ ପରିବାର ଲୋକେ ଯିବା ପାଇଁ ରୋକଠୋକ ମନା କରିଦେଇଥିଲେ ।

ଏନେଇ ଖବର ପାଇବା ପରେ ସମ୍ପୃକ୍ତ ଆକ୍ରାନ୍ତଙ୍କୁ ତୁରନ୍ତ ଡାକ୍ତରଖାନା ସ୍ଥାନାନ୍ତର କରିବା ପାଇଁ ସେମାନଙ୍କୁ ବୁଝାସୁଝା କରିବାକୁ ଶନିବାର ସନ୍ଧ୍ୟାରେ ପହଞ୍ଚିଥିଲେ ବ୍ରହ୍ମଗିରି ତହସିଲଦାର, ବ୍ରହ୍ମଗିରି ଚିକିତ୍ସାଧିକାରୀ ଓ ପୋଲିସ ପ୍ରଶାସନ । କିନ୍ତୁ ସେମାନେ ପ୍ରଶାସନ ସହିତ ଯୁକ୍ତି ତର୍କ କରିତ ମେଡିକାଲ ନ ଯିବାକୁ ସଫାସଫି ମନା କରି ଦେଇଥିଲେ। ଯାହା ଫଳରେ ସେଠାରୁ ନିରାଶ ହୋଇ ଫେରି କୋଭିଡ ଆଇନକୁ ଅମାନ୍ୟ କରିବା ଅଭିଯୋଗରେ ବ୍ରହ୍ମଗିରି ତହସିଲଦାର ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ବ୍ରହ୍ମଗିରି ଥାନାରେ ଏତଲା ଦେଇଥିବା ଜଣାପଡିଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.