ବ୍ରହ୍ମଗିରି: ପୁରୀ ସଦର ଥାନା ଅନ୍ତର୍ଗତ ବ୍ରହ୍ମଗିରି ବ୍ଲକ ରାହାଡ଼ମଲ୍ଲ ପଞ୍ଚାୟତର ନିସିଭଅଁର ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ମାଡ ।
![ଗ୍ରାମରେ ଦୁଇ ଗୋଷ୍ଠି ମଧ୍ୟରେ ବୋମା ମାଡ଼](https://etvbharatimages.akamaized.net/etvbharat/prod-images/od-bram-02-bomamada-photo-od10012_04062020200836_0406f_1591281516_791.jpg)
ଏହି ଗୋଷ୍ଠୀ କନ୍ଦଳ ମଧ୍ୟରେ ଏକାଧିକ ବୋମା, କାଚ ବୋତଲ ମାଡ଼ ହେବା ସହ ଅଜବେଷ୍ଟସ୍ ଘର ଭାଙ୍ଗିଥିବା ସୁଚନା ମିଳିଛି । ସୂଚନା ଅନୁସାରେ ମହିଳାମାନେ ଘରୋଇ ସଂସ୍ଥାଠାରୁ ଲୋନ ଆଣିଥିଲେ । ସେଥି ମଧ୍ୟରୁ ଜଣେ ମହିଳା ତାଙ୍କ ଭାଗ ଟଙ୍କା ଅନ୍ୟ ଜଣଙ୍କୁ ଦେଇଥିଲେ । ସେହି ଟଙ୍କା ମାଗିବାରୁ ଦୁଇ ଜଣଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା ।
![ଗ୍ରାମରେ ଦୁଇ ଗୋଷ୍ଠି ମଧ୍ୟରେ ବୋମା ମାଡ଼](https://etvbharatimages.akamaized.net/etvbharat/prod-images/od-bram-02-bomamada-photo-od10012_04062020200836_0406f_1591281516_627.jpg)
ପରବର୍ତ୍ତୀ ସମୟରେ ଏହି ଝଗଡାଟି ଉଗ୍ର ରୂପ ଧାରଣ କରିଥିଲା । ଉକ୍ତ ଗ୍ରାମରେ ଏହି ଲୋନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଖବର ପାଇ ଗ୍ରାମରେ ପୋଲିସ ମୁତୟନ ହେବାରୁ ପରିସ୍ଥିତି ନିୟନ୍ତ୍ରଣଧିନ ଅଛି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ