ETV Bharat / state

ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଘର ଉପରକୁ ବୋମାମାଡ, ଜଣେ ଆହତ - ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଘର ଉପରକୁ ବୋମାମାଡ

ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଘର ଉପରକୁ ବୋମାମାଡ । ଅଧିକାରୀଙ୍କ ଝିଅ ଆହତ ହୋଇ ଥିବାବେଳେ ଘରର କାନ୍ଥ ଭାଙ୍ଗି ଯାଇଥିବା ସୂଚନା । ଜନଗହଳି ପୂର୍ଣ୍ଣ କୁମ୍ଭାରପଡା ଅଞ୍ଚଳରେ ଫୁଟିଲା ଲଗାତାର ତିନୋଟି ବୋମା । ଅଧିକ ପଢନ୍ତୁ

ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଘର ଉପରକୁ ବୋମାମାଡ, ଅଧିକାରୀଙ୍କ ଝିଅ ଆହତ

author img

By

Published : Apr 23, 2022, 11:01 PM IST

Updated : Apr 24, 2022, 7:41 AM IST

ପୁରୀ: ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଘର ଉପରକୁ ବୋମାମାଡ । ପ୍ରଥମେ ଫୋନରେ ଧମକ ଦେବା ପରେ ଘର ଉପରକୁ ବୋମାମାଡ କରିଥିବା ଅଭିଯୋଗ ହୋଇଛି । ଏଥିରେ ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଝିଅ ଆହତ ହୋଇଥିବା ସୂଚନା ।

ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଘର ଉପରକୁ ବୋମାମାଡ, ଜଣେ ଆହତ

ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ମସଜିଦ ନିକଟରେ ଘଟିଛି ଏହି ଘଟଣା । ଜିଲ୍ଲା ମ୍ୟୁନିସପାଲିଟି ଅଫିସରେ ଏନଫୋର୍ସମେଣ୍ଟ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା କାଶିନାଥ ମହାରଣାଙ୍କ ଘର ଉପରକୁ ବୋମାମାଡ କରାଯାଇଛି । ଦୁର୍ବୃତ୍ତମାନେ ତିନୋଟି ବୋମା ମାଡ କରି ଫେରାର ହୋଇଯାଇ ଥିବାବେଳେ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଦୁର୍ବୃତ୍ତଙ୍କ ବୋମାମାଡରେ କାଶିନାଥଙ୍କ ଝିଅ ଆହତ ହୋଇ ଥିବାବେଳେ ଘରର କାନ୍ଥ ଭାଙ୍ଗି ଯାଇଛି । ଗତ ୧୬ ତାରିଖରେ କାଶୀନାଥଙ୍କ ଘରୁ ଦୁର୍ବୁତ୍ତମାନେ ପାରା ଚୋରି କରିଥିଲେ । ଏନେଇ କୁମ୍ଭାରପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଗିରଫ କରିନଥିଲା । ସେପଟେ ଏନେଇ ଥାନାରୁ କେସ୍ ପ୍ରତ୍ୟାହାର କରିବାକୁ ଫୋନ ଯୋଗେ ଧମକ ଦେଇଥିଲେ ଦୁର୍ବୃତ୍ତ । ଏହାପରେ କାଶିନାଥଙ୍କ ଘର ଉପରେ ବୋମାମାଡ କରିଥିବା ଅଭିଯୋଗ ହୋଇଛି ।

ପୁରୀରେ ଫୁଟିଲା ବୋମା

  • ଜନଗହଳି ପୂର୍ଣ୍ଣ କୁମ୍ଭାରପଡା ଅଞ୍ଚଳରେ ଫୁଟିଲା ଲଗାତାର ତିନୋଟି ବୋମା
  • ପ୍ରଥମେ ଫୋନରେ ଧମକ 15ମିନିଟ ପରେ ବୋମା ମାଡ
  • ଥାନାଠାରୁ 300ମିଟର ଦୁରରେ ଫୁଟିଲା ବୋମା

    ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 24, 2022, 7:41 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.