ETV Bharat / state

ଲୋକନାଥ ପୀଠରେ ପ୍ଲାଷ୍ଟିକ କଳସୀରେ ଜଳଲାଗି, କଟକଣା ଲଗାଇବାକୁ ଦାବି

author img

By

Published : Jul 25, 2022, 6:17 PM IST

ବଢୁଛି ପ୍ଲାଷ୍ଟିକ କଳସୀର ବ୍ୟବହାର । ଲୋକନାଥ ପୀଠରେ ପ୍ଲାଟିକ କଳସୀରେ ଜଳଲାଗି କଲେ ଅଧିକାଂଶ କାଉଡିଆ । ପରିବେଶ ପ୍ରଦୂଷିତ ହେବାର ଆଶଙ୍କା ରହିଛି । ପ୍ଲାଷ୍ଟିକ କଳସୀ ବ୍ୟବହାର ଉପରେ କଟକଣା ଲଗାଇବାକୁ ଦାବି । ଅଧିକ ପଢନ୍ତୁ

ଲୋକନାଥ ପୀଠରେ ପ୍ଲାଷ୍ଟିକ କଳସୀରେ ଜଳଲାଗି : କଟକଣା ଲଗାଇବାକୁ ଦାବି

ପୁରୀ: ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର । ବୋଲବମ ହରହର ବମ୍ ଧ୍ବନିରେ କମ୍ପୁଛି ବିଭିନ୍ନ ଶୈବପୀଠ । କାଉଡିଆମାନେ ସାଧାରଣତଃ ପିତ୍ତଳ, ତମ୍ବା ଓ ମାଟି କଳସୀରେ ଜଳଆଣି ଶିବଙ୍କ ଉପରେ ଜଳ ଲାଗି କରାଇଥାନ୍ତି । ମାତ୍ର ଚଳିତ ଥର ପୁରୀର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଲୋକନାଥଙ୍କ ମନ୍ଦିରରେ ହଜାର ହଜାର କାଉଡିଆ ପ୍ଲାଷ୍ଟିକ୍‌ କଳସୀରେ ଜଳଲାଗି କରିଛନ୍ତି । ଜଳଲାଗି ପରେ ପ୍ଲାଷ୍ଟିକ କଳସୀ ଗୁଡିକ ମନ୍ଦିର ପରିସରରେ ଏଣେତେଣେ ଫିଙ୍ଗି ଚାଲି ଯାଉଛନ୍ତି । ଫଳରେ ମନ୍ଦିର ପରିବେଶ ଅପରିସ୍କାର ହେବାସହ ପ୍ଲାଷ୍ଟିକ୍‌ ପାତ୍ର ବ୍ୟବହାର ପରିବେଶ ପାଇଁ ମଧ୍ୟ କ୍ଷତିକାରକ ବୋଲି ଅନ୍ୟକାଉଡିଆମାନେ କହିଛନ୍ତି ।

ହଜାର ହଜାର ପ୍ଲାଷ୍ଟିକ କଳସୀ ମନ୍ଦିର ଚାରିପଟେ ପଡ଼ି ରହିଥିବା ଦେଖିବାକୁ ମିଳିଛି । ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ନେଇ ପରିବେଶ ପ୍ରଦୂଷିତ ହେବାର ଆଶଙ୍କା ରହିଛି । ଯାହାକୁ ନେଇ ବିଭିନ ମହଲରେ ଉଦବେଗ ପ୍ରକାଶ ପାଇଛି । ପ୍ରଶାସନ ଓ ଲୋକନାଥ ମନ୍ଦିର ଟ୍ରଷ୍ଟ ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ପାଇଁ କଡା ପଦକ୍ଷେପ ନେବାକୁ ଦାବି ହୋଇଛି । ଲୋକନାଥ ମନ୍ଦିରକୁ ପ୍ଲାଷ୍ଟିକ କଳସୀ ନେବାରେ କଟକଣା ଲଗାଇବାକୁ ଭକ୍ତମାନେ ମଧ୍ୟ ଦାବି କରିଛନ୍ତି ।

ପ୍ଲାଷ୍ଟିକ କଳସୀ ବ୍ୟାନ୍‌ କରାଗଲେ ଆଗାମୀ ଦିନରେ ବୋଲବମ୍ ଭକ୍ତ ଏହା ଆଣିବେ ନାହିଁ । ଫଳରେ ପରିବେଶ ପ୍ରଦୂଷଣ ହେବ ନାହିଁ । ତେବେ ବ୍ରହ୍ମପୁର ଆସିଥିବା କିଛି କାଉଡିଆ ଜଳ ଲାଗି ପାଇଁ ପିତ୍ତଳ କଳସୀ ଆଣିଛନ୍ତି । ବୋଲବମ ଭକ୍ତମାନେ ଆଣିଥିବା ପ୍ଲାଷ୍ଟିକ କଳସୀକୁ ସେମାନେ ନାପସନ୍ଦ କରିଛନ୍ତି । ଏହା ଦ୍ବାରା ମନ୍ଦିରର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ପରିବେଶ ଉପରେ କୁପ୍ରଭାବ ପଡ଼ୁଥିବା କହିଛନ୍ତି । ସମସ୍ତ ବୋଲବମ୍ ଭକ୍ତମାନେ ପିତ୍ତଳ, ତମ୍ବା ଓ ମାଟି କଳସୀ ବ୍ୟବହାର କରିବାକୁ କହିଛନ୍ତି ବ୍ରହ୍ମପୁରରୁ ଆସିଥିବା କାଉଡିଆ ।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.