ପୁରୀ: ‘ବ୍ଲୁ ଫ୍ଲାଗ ବିଚ୍’ ନିର୍ମାଣ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି । ପୂର୍ବରୁ ଏନେଇ ଜାଗା ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଜିଲ୍ଲାପାଳ ବଳବନ୍ତ ସିଂ କ୍ଷେତ୍ର ପରିଦର୍ଶନ କରିଥିଲେ । ICZMPର ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ ଓ ବିଭାଗୀୟ ଇଞ୍ଜିନିୟର ମାନଙ୍କ ସହ କ୍ଷେତ୍ର ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ।
ନିର୍ମାଣ କାର୍ଯ୍ୟର ଅଗ୍ରଗତି ଉପରେ ବିସ୍ତୃତ ଆଲୋଚନା କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ‘ବ୍ଲୁ ଫ୍ଲାଗ ବିଚ’ ପାଇଁ ଚିହ୍ନଟ ହୋଇଥିବା ସ୍ଥାନରେ ପାଚେରୀ ନିର୍ମାଣ କରାଯିବ । ତେବେ ଆସନ୍ତା ରବିବାର ଠାରୁ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ । ଏହି କାର୍ଯ୍ୟ ପ୍ରାୟ ଏକ ସପ୍ତାହ ମଧ୍ୟରେ ସରିବ ବୋଲି ବିଭାଗୀୟ ଇଞ୍ଜିନିୟର ମାନେ ପ୍ରତିଶୃତି ଦେଇଥିବା ଜଣାପଡିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ