ETV Bharat / state

ପିପିଲି ଟୋଲ ଗେଟରେ ଗୁଳି ଫାଙ୍କା ଚାଳନା, 3 ଗିରଫ 2 ଫେରାର

author img

By ETV Bharat Odisha Team

Published : Oct 19, 2023, 9:08 PM IST

ପୁରୀ ପିପିଲି ଟୋଲ ଗେଟରେ ଫାଙ୍କା ଚାଳନ । ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଘନ ଘନ ଚଢ଼ାଉ ପରେ 3 ଜଣ ଦୁର୍ବୃତ୍ତ ଗିରଫ । ଅଧିକ ପଢନ୍ତୁ

ପିପିଲି ଟୋଲ ଗେଟରେ ଫାଙ୍କା ଚାଳନ
ପିପିଲି ଟୋଲ ଗେଟରେ ଫାଙ୍କା ଚାଳନ
ପିପିଲି ଟୋଲ ଗେଟରେ ଫାଙ୍କା ଚାଳନ

ପୁରୀ: ପିପିଲି ଟୋଲ ଗେଟରେ ଫାଙ୍କା ଗୁଳି ଚାଳନା । ଫାଙ୍କା ଗୁଳି ଚାଳନା କରି ଫେରାର ମାରିଥିଲେ ଦୁର୍ବୃତ୍ତ । ତେବେ ଏହି ଘଟଣାକୁ ନେଇ ପୁରୀ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଘନ ଘନ ଚଢ଼ାଉ ପରେ 3 ଜଣ ଦୁର୍ବୃତ୍ତକୁ ପୁରୀ ପୋଲିସ୍ ଧରିବାରେ ସଫଳ ହୋଇଛି । ଆଉ 2 ଜଣ ଫେରାର ହୋଇ ଯାଇଥିବା ବେଳେ ତାଙ୍କୁ ପୋଲିସ ଖୁବଶୀଘ୍ର କାବୁ କରିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଆଜି ସକାଳ 5ଟା ବେଳେ ପୁରୀ ପିପିଲି ଟୋଲ ଗେଟରେ କିଛି ଦୁର୍ବୃତ୍ତ ଟୋଲ ଗେଟ୍ କର୍ମଚାରୀଙ୍କ ସହ ଝଗଡା କରିଥିଲେ । ତେବେ ଟୋଲ ଫିକୁ ନେଇ ଏହି ଝଗଡ଼ା ହୋଇଥିଲା । ଏହି ସମୟରେ ଦୁର୍ବୃତ୍ତମାନେ ଟୋଲ ଗେଟ ନିକଟରେ ଫାଙ୍କା ଗୁଳି ଚାଳନା କରିଥିଲେ । ଏହାପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏହାପରେ ଟୋଲ ଗେଟ୍ କର୍ମଚାରୀ ପିପିଲି ଥାନାରେ ଅଭିଯୋଗ କରିଥିଲେ । ଏହାକୁ ନେଇ ପିପିଲି ଥାନା ପୋଲିସ ସର୍ଚ୍ଚ ଅପରେସନ କରି 3 ଜଣ ଦୁର୍ବୃତ୍ତଙ୍କ ଧରିବାରେ ସଫଳ ହୋଇଥିଲେ ।

ଅଧିକ ପଢନ୍ତୁ...ପାରାଦୀପ ପୋର୍ଟର ଲାଞ୍ଚୁଆ ଡାକ୍ତର: ଲାଞ୍ଚ ଟଙ୍କାରେ ମା'ଙ୍କୁ ଗିଫ୍ଟ ଦେଇଥିଲେ 80ଲକ୍ଷ ଟଙ୍କାର ଫ୍ଲାଟ୍

ପୁରୀ ଏସପି କେ ବିଶାଳ ସିଂ କହିଛନ୍ତି, ‘‘ଫାଙ୍କା ଗୁଳିଚାଳନା କରି ଦୁର୍ବୃତ୍ତମାନେ ଫେରାର ପରେ ପୋଲିସ ଖବର ପାଇ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ କରିଥିଲା । ତେବେ ପୁରୀ ସଦର ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ବେଳେ ଦୁର୍ବୃତ୍ତଙ୍କ ସହ ମୁହାଁମୁହିଁ ହୋଇଥିଲେ । ଦୁର୍ବୃତ୍ତମାନେ ପୋଲିସକୁ ଚକମା ଦେଇ କୋଣାର୍କ ପରେ ନିମାପଡ଼ାରେ ପହଞ୍ଚିଥିଲେ । ପରେ ପୋଲିସ ହାତରୁ ଖସିଯିବା ପାଇଁ କାରକୁ ରଖି ଫେରାର ହେବପାଇଁ ନିମାପଡ଼ା ନିକଟରେ ଏକ ଜଙ୍ଗଲରେ ଲୁଚି ଯାଇଥିଲେ । ହେଲେ ପୋଲିସ ଦୁର୍ବୃତ୍ତଙ୍କୁ କାବୁ କରିବାରେ ସଫଳ ହେଇଥିଲା । ତେବେ ଗିରଫ ହୋଇଥିବା ଦୁର୍ବୃତ୍ତ କେଉଁଠାରୁ ଆସିଥିଲେ, କୁଆଡେ ଯାଉଥିଲେ । କାହିଁକି ବନ୍ଧୁକ ଆଣିଥିଲେ ସେନେଇ ତଦନ୍ତ ଜାରି ରହିଛି । 3 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ସହ ଥିବା ଆଉ 2 ଜଣ ଫେରାର ଅଛନ୍ତି । 2ଜଣଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ।

ଅଧିକ ପଢନ୍ତୁ...ଦଶହରା ପୂର୍ବରୁ ଆକ୍ସନ ମୋଡ୍‌ରେ ଅବକାରୀ ବିଭାଗ, 8 ଦିନରେ 70 ଗିରଫ

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.