ETV Bharat / state

ପୁରୀ ହବିଷ୍ୟାଳୀ କ୍ୟାମ୍ପରେ ନବୀନ ସ୍ତୁତି: ଘେରିଲା ବିଜେପି, ମୁଖ୍ୟମନ୍ତ୍ରୀ ଲୋକଙ୍କ ହୃଦୟରେ ଅଛନ୍ତି କହିଲା ବିଜେଡି

author img

By

Published : Oct 27, 2022, 7:00 PM IST

ପୁରୀ ହବିଷ୍ୟାଳୀ କ୍ୟାମ୍ପରେ ଶୁଣିବାକୁ ମିଳିଛି ନବୀନ ସ୍ତୁତି ! ଜଣେ ହବିଷ୍ୟାଳୀ ମା' ଏହା ଗାଉଥିବାବେଳେ ଉପସ୍ଥିତ ରହିଛନ୍ତି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବା ସହ ମୁଖ୍ୟମନ୍ତ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି ବିଜେପି । ଦେଖନ୍ତୁ ଏହି ରିପୋର୍ଟ

ପୁରୀ ହବିଷ୍ୟାଳୀ କ୍ୟାମ୍ପରେ ନବୀନ ସ୍ତୁତି, ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

ଭୁବନେଶ୍ବର/ପୁରୀ: ହବିଷ୍ୟାଳୀ କ୍ୟାମ୍ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ତୁତି । ସରକାରୀ ଯୋଜନାର ଜୟ ଗାନ ସହ ନବୀନଙ୍କୁ ଚଳନ୍ତି ଠାକୁର ସମ୍ବୋଧନ । ପୁରୀ ବଗଲା ଧର୍ମଶାଳା ହବିଷ୍ୟାଳୀ କ୍ୟାମ୍ପରେ ସୃଷ୍ଟି ହେଲା ବିଜେଡି କର୍ମଶାଳାର ଭ୍ରମ । ଜଣେ ହବିଷ୍ୟାଳୀ ମା' ଏହା ଗାଉଥିବାବେଳେ ଉପସ୍ଥିତ ରହିଛନ୍ତି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ଘେରିବା ସହ ମୁଖ୍ୟମନ୍ତ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି ଦଳ । ସେପଟେ ବିଜେଡି କହିଛି, ଯଦି କେହି ଶ୍ରଦ୍ଧା ମନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରସଂଶା କରିଲା ତାକୁ ନେଇ ରାଜନୀତି କରିବା ଦୁର୍ଭାଗ୍ୟଜନକ ।

ହବିଷ୍ୟାଳୀଙ୍କ ଦ୍ବାରା ନବୀନ ବନ୍ଦନା ଗାଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିବା ସମୟରେ ଖୋଦ ଜିଲ୍ଲା ପ୍ରଶାସନର ବଡ଼ ଅଧିକାରୀଙ୍କ ଉପସ୍ଥିତ ଥିଲେ । ପୁରୀ ବଗଲା ହବିଷ୍ୟାଳୀ କ୍ୟାମ୍ପରେ ଏଭଳି ଚିତ୍ର ଦେଖିବାକୁ ମିଳିଥିବା ବେଳେ ରାଜ୍ୟ ରାଜନୀତି ସରଗରମ ହୋଇଛି । ରାଜ୍ୟ ସରକାର ଓ ପ୍ରଶାସନିକ କଳକୁ ଘେରିଛନ୍ତି ବିରୋଧୀ । ହବିଷ୍ୟାଳୀଙ୍କ ଦ୍ୱାରା ନବୀନ ବନ୍ଦନାକୁ ନିନ୍ଦା କରିଛି ବିଜେପି । ହବିଷ୍ୟାଳୀଙ୍କ ଦ୍ୱାରା ଏଭଳି ଗୀତ ପରିବେଷଣ କରାଇବା ଅତ୍ୟନ୍ତ ଦୁଃଖ ଓ ପରିତାପର କଥା ବୋଲି ବିଜେପି କହିଛି । ଓଡିଶାବାସୀଙ୍କ ଧାର୍ମିକ ଭାବନା, ମହାପ୍ରଭୁ ଜଗନ୍ନାଥ ସଂସ୍କୃତି ଓ ସର୍ବୋପରି ହବିଷ୍ୟାଳୀଙ୍କ ସଂସ୍କୃତିକୁ ଅପମାନ ବୋଲି କହିଛି ବିଜେପି । ଏ ଅପମାନ ବିରୁଦ୍ଧରେ ଯଦି ସରକାର କ୍ଷମା ମାଗିବେ ନାହିଁ, ତେବେ ଆଗକୁ ସମଗ୍ର ପୁରୀ ଅଞ୍ଚଳରୁ ଆନ୍ଦୋଳନ ବ୍ୟାପକ ହେବ ବୋଲି କହିଛନ୍ତି ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡା ।

ଏହା ବି ପଢନ୍ତୁ- ହବିଷ୍ୟାଳୀ ଗାଇଲେ ନବୀନ ଭଜନ, ନିନ୍ଦା କଲା ବିଜେପି

ବିଜେପିର ଆନ୍ଦୋଳନ ଚେତାବନୀର ଜବାବ ରଖିଛି ବିଜେଡି । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, "କାର୍ତ୍ତିକ ମାସରେ ହବିଷ୍ୟାଳୀମାନେ ପୁରୀରେ ଜଗନ୍ନାଥଙ୍କୁ ଆରାଧନା କରିଥାନ୍ତି । ସେଠାରେ ହବିଷ୍ୟାଳୀଙ୍କ ପାଇଁ ରାଜ୍ୟ ସରକାର ଅନେକ ବ୍ୟବସ୍ଥା କରିଛନ୍ତି । ୨୨ ବର୍ଷ ଶାସନ କାଳରେ ନବୀନ ବାବୁ ସାଢେ ୪ କୋଟି ଲୋକଙ୍କ ହୃଦୟରେ ଅଛନ୍ତି । ତେଣୁ କିଏ ଶ୍ରଦ୍ଧା ମନରେ ନବୀନ ବାବୁଙ୍କୁ ପ୍ରସଂଶା କରିଲା ତାକୁ ନେଇ ରାଜନୀତି କରିବା ଦୁର୍ଭାଗ୍ୟଜନକ ।"

ହବିଷ୍ୟାଳୀ ମା'ଙ୍କ ଦ୍ୱାରା ସରକାରୀ ଯୋଜନାର ଗୁଣଗାନ କରେଇବାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । ଯେଉଁମାନେ ଏଭଳି କାର୍ଯ୍ୟ କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ସେପଟେ ଏହି ଭିଡ଼ିଓ ଭାଇରାଲ ହେଉଥିବା ବେଳେ ରାଜ୍ୟବାସୀ ମଧ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.