ETV Bharat / state

ଧର୍ମେନ୍ଦ୍ର ମୃତ୍ୟୁ ଘଟଣା ଓ ଅର୍ଚ୍ଚନା ନାଗ ପ୍ରସଙ୍ଗ ନେଇ ପୁରୀରେ ବିଜେପିର ବିକ୍ଷୋଭ

author img

By

Published : Oct 31, 2022, 7:46 AM IST

ପୁରୀ ଗୋପ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା ଏବଂ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଯୌନ କେଳେଙ୍କାରୀ ଘଟଣାକୁ ନେଇ ପୁରୀରେ ବିଜେପିର ବିକ୍ଷୋଭ । ପୁରୀରେ ଏସପି କାର୍ଯ୍ୟାଳୟ ଆଗରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଥିଲା । ଅଧିକ ପଢନ୍ତୁ

ଧର୍ମେନ୍ଦ୍ର ମୃତ୍ୟୁ ଘଟଣା ଓ ଅର୍ଚ୍ଚନା ନାଗ ପ୍ରସଙ୍ଗ ନେଇ ପୁରୀରେ ବିଜେପିର ବିକ୍ଷୋଭ
ଧର୍ମେନ୍ଦ୍ର ମୃତ୍ୟୁ ଘଟଣା ଓ ଅର୍ଚ୍ଚନା ନାଗ ପ୍ରସଙ୍ଗ ନେଇ ପୁରୀରେ ବିଜେପିର ବିକ୍ଷୋଭ

ପୁରୀ: ଥମିବାର ନାଁ ନେଉନାହିଁ ପୁରୀ ଗୋପ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା ଏବଂ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଘଟଣା । ଏହି ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ ପ୍ରତିବାଦ ସହ ବିକ୍ଷୋଭ କରାଯାଉଥିବା ବେଳେ ଗତକାଲି(ରବିବାର) ପୁରୀରେ ଏସପି କାର୍ଯ୍ୟାଳୟ ଆଗରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: BJD ZP DEATH CASE: ଖୁବଶୀଘ୍ର ତଦନ୍ତ ଘେରକୁ ଆସିବେ ମନ୍ତ୍ରୀ ସମୀର, ପ୍ରସ୍ତୁତ ପୋଲିସ !

ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ସମ୍ପୂର୍ଣ ଭୁଶୁଡି ଯାଇଛି । ଶାସକ ଦଳର ନେତା ଓ ମନ୍ତ୍ରୀ ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ଥିବା ବେଳେ ପୋଲିସ ଚାପର ବଶବର୍ତ୍ତୀ ହୋଇ କାର୍ଯ୍ୟନୁଷ୍ଠାନ ନେଉନାହିଁ । ଏହାର ପ୍ରତିବାଦରେ ପୁରୀ ଏସପିଙ୍କ କାର୍ଯ୍ୟାଳୟ ଆଗରେ ପୁରୀ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଓ ଅର୍ଚ୍ଚନା ନାଗ ଯୌନ କେଳେଙ୍କାରୀ ଘଟଣାରେ ପୋଲିସ୍ ନିରପେକ୍ଷ ତଦନ୍ତ ନକଲେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ ବୋଲି ପୁରୀ ବିଧାୟକ ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: କୋହଲିଙ୍କ ମାଇଲଷ୍ଟୋନ, ଟି୨୦ ବିଶ୍ବକପ କ୍ୟାରିଅରରେ ୧୦୦୦ ରନ ପୂରଣ

ଏନେଇ ପୁରୀ ବିଧାୟକ କହିଛନ୍ତି,"ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ସମ୍ପୂର୍ଣ ଭୁଶୁଡି ଯାଇଛି । ବିଜେଡିର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ କାହିଁକି ଆତ୍ମହତ୍ୟା କରିଲେ ସେନେଇ ଆତ୍ମହତ୍ୟା ପୂର୍ବରୁ ଏକ ସାମ୍ବାଦିକଙ୍କୁ ଜଣାଇଥିଲେ । ସେହି ପ୍ରମାଣକୁ ଗୁରୁତ୍ବର ସହ ନିଆଯାଉନାହିଁ । ଏହାସହ ଅର୍ଚ୍ଚନା ନାଗଙ୍କ ଯୌନ କେଳେଙ୍କାରୀ ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ସରକାର ଏହାକୁ ମଧ୍ୟ ଚାପିକି ରଖିଛନ୍ତି । ଯଦି ରାଜ୍ୟରେ ଏହି ସରକାର ରୁହେ ତେବେ ଆଗାମୀ ଦିନରେ କଣ ହେବ ସେନେଇ ଅନୁମାନ କରାଯାଉଛି । ତେଣୁ ଏହାକୁ ନେଇ ଆମେ ଏସ୍ପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛୁ । ଯଦି ପଦକ୍ଷେପ ନିଆନଯାଏ ତେବେ ନବୀନ ନିବାସ ଘେରାଉ କରାଯିବ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.