ପୁରୀ: ନିମାପଡା ଗ୍ରାମ୍ୟ ଉନ୍ନୟନ ବିଭାଗର ମନୋମୁଖୀ କାର୍ଯ୍ୟ ପାଇଁ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ଵରେ ଧାରଣା ଦେଇଛି ବିଜେପି । ବିଶେଷକରି ବାତ୍ୟା ଫନି ପରେ ନିମାପଡା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ 10 କୋଟି ଟଙ୍କା ଉନ୍ନୟନ କାର୍ଯ୍ୟ ବିନା ଟେଣ୍ଡରରେ ମନୋମୁଖୀ ଭ।ବରେ କରାଯାଉଥିବା ଅଭିଯୋଗ ଅ।ଣି ଧାରଣା ଦେଇଥିଲା ବିଜେପି ।
ବାତ୍ୟା ପାଇଁ ଆସିଥିବା ଅର୍ଥକୁ ଦଳୀୟ ଭିତ୍ତିରେ ବଣ୍ଟା ଯାଇ ଅର୍ଥକୁ ତୋଷାରପାତ କରାଯାଉଥିବା ଓ ଏଥିରେ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହମତିରେ ହେଉଥିବା ଅଭିଯୋଗ ଅ।ଣି ଶତାଧିକ ବିଜେପି କର୍ମୀ ଧାରଣା ଦେଇଥିଲେ । ଘଟଣାସ୍ଥଳରେ ନିମାପଡା ପୋଲିସ ପହଞ୍ଚି ଧାରଣାରତ ବିଜେପି କର୍ମୀଙ୍କୁ ବୁଝାସୁଝା କରିବା ସହିତ ବିନା ଟେଣ୍ଡରରେ ହେଉଥିବା କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ କରାଯିବା ନେଇ ଗ୍ରାମ୍ୟ ଉନ୍ନୟନ ନିର୍ବାହୀଯନ୍ତ୍ରୀ ପ୍ରତିଶୃତି ଦେବା ପରେ ଧାରଣାରୁ ହଟିଥିଲା ବିଜେପି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ