ପୁରୀ: ବଲାଙ୍ଗୀରର ଶିକ୍ଷୟିତ୍ରୀ ମମିତା ମେହେର ଆତ୍ମାର ଶାନ୍ତି ନିମନ୍ତେ ପୁରୀରେ ବିଜେପି ପକ୍ଷରୁ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଡ଼ଦାଣ୍ଡର ମାଉସୀ ମା’ ମନ୍ଦିର ନିକଟରେ ଏହି କାର୍ଯ୍ୟକ୍ରମରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ବହୁ ବିଜେପି କର୍ମୀ ଏଥିରେ ସାମିଲ ହୋଇଥିଲେ । ତେବେ ମମିତା ମେହେରଙ୍କୁ ଯେଭଳି ଅତି ଜଘନ୍ୟ ଭାବେ ହତ୍ୟା କରାଗଲା ତାହା ଓଡିଶାବାସୀଙ୍କୁ ମର୍ମାହତ କରିଛି ବୋଲି ସମ୍ବିତ ପାତ୍ର କହିଛି ।
ସବୁଠୁ ଦୁଃଖର କଥା ହେଉଛି, ମମିତାଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ବଡ଼ ବଡ଼ିଆ ବ୍ୟକ୍ତିଙ୍କୁ ବିଜେଡି ସରକାର ସୁରକ୍ଷା ଦେଉଛି । ବିଜେଡିର ମନ୍ତ୍ରୀ ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ମଧ୍ୟ ସଠିକ ତଦନ୍ତ ହେଉନାହିଁ । ସେହିପରି ପୂର୍ବରୁ ଅନେକ ନାବାଳିକା ଓ ମହିଳାଙ୍କୁ ନିର୍ଯାତନା ଓ ହତ୍ୟା ଘଟିଥିବାବେଳେ ମମିତା ଭଳି ବଡ଼ବଡ଼ିଆ ଲୋକଙ୍କୁ ନବୀନ ସରକାର ସବୁବେଳେ ସୁରକ୍ଷା ଦେଇ ଆସୁଥିବା ସମ୍ବିତ ପାତ୍ର ଓ ବୈଜୟନ୍ତ ପଣ୍ଡା କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ