ETV Bharat / state

Panchayat Election Result: ବ୍ରହ୍ମଗିରିରେ ଛକା ମାରିଲା ବିଜେଡି - ବ୍ରହ୍ମଗିରିରେ ବିଜେଡି ବିଜୟୀ

ଶେଷ ହୋଇଛି ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ପ୍ରକ୍ରିୟା। ବ୍ରହ୍ମଗିରିରେ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ଶତ ପ୍ରତିଶତ ଆସନରେ ବିଜୟୀ ହୋଇ ରେକର୍ଡ ସୃଷ୍ଟି କରିଛି। ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର 6ଟି ଜିଲ୍ଲା ପରିଷଦ ଆସନକୁ 6ଟିକୁ ଦଖଲ କରିବାରେ ବିଜେଡି ସଫଳ ହୋଇଛି। ଅଧିକ ପଢ଼ନ୍ତୁ

bjd wins in panchayat election in  bramhagiri polls
Panchayat Election Result: ବ୍ରହ୍ମଗିରିରେ ବିଜେଡି 6ରୁ6
author img

By

Published : Mar 1, 2022, 8:40 AM IST

ବ୍ରହ୍ମଗିରି: ଶେଷ ହୋଇଛି ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ପ୍ରକ୍ରିୟା। ବ୍ରହ୍ମଗିରିରେ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ଶତ ପ୍ରତିଶତ ଆସନରେ ବିଜୟୀ ହୋଇ ରେକର୍ଡ ସୃଷ୍ଟି କରିଛି। ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର 6ଟି ଜିଲ୍ଲା ପରିଷଦ ଆସନକୁ 6ଟିକୁ ଦଖଲ କରିବାରେ ବିଜେଡି ସଫଳ ହୋଇଛି।

ପୁରୀ ଜିଲ୍ଲା ବ୍ରହ୍ମଗିରିର ନିର୍ବାଚନ ମଣ୍ଡଳୀରେ ବିଜେଡି ସମସ୍ତ ଜୋନରେ ବିପୁଳ ପରିମାଣରେ ଭୋଟ ବ୍ୟବଧାନ ସହ ନିର୍ବାଚନରେ ବିଜୟୀ ହୋଇଛି। କୌଣସି ଜୋନରେ ମଧ୍ୟ ବିରୋଧୀ ଦଳ ଖାତା ଖୋଲିବାକୁ ସଫଳ ହୋଇ ପାରିନାହିଁ। ବ୍ରହ୍ମଗିରି ବ୍ଲକ 30 ନଂ ଜୋନରେ ବିଜେଡି ପ୍ରାର୍ଥୀ ଜମ୍ବେଶ୍ବର ସାହୁ 15756 ଭୋଟରେ ଆସନ ହାତେଇନ୍ତି। ସେହିଭଳି ବିଜେପି ପ୍ରାର୍ଥୀ ସୁରଥ ଦଳାଇ 12316 ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ କୁମାର ପ୍ରଧାନ 1135 ଭୋଟ ପାଇଛନ୍ତି।

ବିଜେଡି ପ୍ରାର୍ଥୀ ଜମ୍ବେଶ୍ବର ସାହୁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ସୁରଥ ଦଳାଇଙ୍କୁ 3440 ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.