ETV Bharat / state

ପିପିଲିରେ ବିଜେଡିର ସଂକଳ୍ପ ସମାବେଶ - bjd sankalpa samabesha

ପିପିଲିରେ ବିଜେଡିର ସଂକଳ୍ପ ସମାବେଶ ଅନୁଷ୍ଠିତ । ସମାବେଶରେ ଶହ ଶହ ଦଳୀୟ କର୍ମୀଙ୍କ ଯୋଗଦାନ । ଅଧିକ ପଢନ୍ତୁ...

ପିପିଲିରେ ବିଜେଡିର ସଂକଳ୍ପ ସମାବେଶ
ପିପିଲିରେ ବିଜେଡିର ସଂକଳ୍ପ ସମାବେଶ
author img

By

Published : Mar 31, 2021, 8:18 PM IST

Updated : Mar 31, 2021, 8:30 PM IST

ପୁରୀ: ପିପିଲି ଉପନିର୍ବାଚନ ନେଇ ବିଜେଡି ଜୋରଦାର ପ୍ରଚାର ପ୍ରସାର ଆରମ୍ଭ କରିଥିବାବେଳେ ନିର୍ବାଚନ ପାଇଁ ଏକ ସଂକଳ୍ପ ସମାବେଶ ଅନୁଷ୍ଠିତ କରିଛି । ଜସୁଆପୁର ପଞ୍ଚାୟତରେ ଅନୁଷ୍ଠିତ ଏହି ସମାବେଶରେ ଶହ ଶହ ବିଜେଡି କର୍ମୀ ସାମିଲ ହୋଇଥିଲେ ।

ପିପିଲିରେ ବିଜେଡିର ସଂକଳ୍ପ ସମାବେଶ

ସଭାରେ ବିଜେଡିକୁ ପିପିଲି ନିର୍ବାଚନରେ ଜୟଯୁକ୍ତ କରିବା ନେଇ କର୍ମୀଙ୍କୁ ଶପଥ ପାଠ କରାଯାଇଥିଲା । ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ଏହି ଶପଥ ପାଠ କରାଇଥିଲେ । ଉକ୍ତ ସଭାରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଉପସ୍ଥିତ ରହି କର୍ମୀଙ୍କୁ ଉତ୍ସାହିତ କରିଥିଲେ । ନବୀନ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଏବଂ ତାଙ୍କ ବାପାଙ୍କ ଅଧୁରା କାର୍ଯ୍ୟକୁ ପୂରଣ କରିବେ ବୋଲି ପ୍ରାର୍ଥୀ ରୁଦ୍ର ମହାରଥୀ କହିଥିଲେ ।

ତେବେ ବିଜେଡି ସୁପ୍ରିମୋ ରୁଦ୍ରଙ୍କ ଭଳି ଜଣେ ପ୍ରତିଭାବନ ଯୁବକଙ୍କୁ ଏବଂ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ସୁପୁତ୍ରକୁ ନିର୍ବାଚନ ଲଢ଼ିବାକୁ ଅନୁମତି ଦେଇଥିବାରୁ ବିଜେଡି ଯୁବନେତା ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥର ପୁଣି ପିପିଲିରେ ବିଜେଡି ଗଡ଼ ବଜାୟ ରଖିବା ସହ ବିପୁଳ ଭୋଟରେ ବିଜୟ ହାସଲ କରିବ ବୋଲି ଯୁବନେତା ପ୍ରକାଶ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 31, 2021, 8:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.