ETV Bharat / state

କୃଷ୍ଣପ୍ରସାଦରେ ଜନସମ୍ପର୍କ ପଦଯାତ୍ରା, ଶକ୍ତି ପ୍ରଦର୍ଶନ କଲେ ସଞ୍ଜୟ

author img

By

Published : Nov 11, 2022, 10:38 PM IST

ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ବିଶାଳ 'ଜନସମ୍ପର୍କ ପଦଯାତ୍ରା କୃଷ୍ଣପ୍ରସାଦ ବ୍ଲକରେ ଅନୁଷ୍ଠିତ ହୋଇଛି । ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଏହି ପଦଯାତ୍ରା ଆୟୋଜନ କରିଛନ୍ତି । ନିର୍ବାଚନ ପୂର୍ବରୁ ହଜାର ହଜାର ନେତା ଓ କର୍ମୀଙ୍କୁ ସାମିଲ୍ କରି ସଞ୍ଜୟନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

କୃଷ୍ଣପ୍ରସାଦରେ ଜନସମ୍ପର୍କ ପଦଯାତ୍ରା, ଶକ୍ତି ପ୍ରଦର୍ଶନ କଲେ ସଞ୍ଜୟ
କୃଷ୍ଣପ୍ରସାଦରେ ଜନସମ୍ପର୍କ ପଦଯାତ୍ରା, ଶକ୍ତି ପ୍ରଦର୍ଶନ କଲେ ସଞ୍ଜୟ

ଭୁବନେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ବିଶାଳ 'ଜନସମ୍ପର୍କ ପଦଯାତ୍ରା କୃଷ୍ଣପ୍ରସାଦ ବ୍ଲକରେ ଅନୁଷ୍ଠିତ ହୋଇଛି । ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଏହି ପଦଯାତ୍ରା ଆୟୋଜନ କରିଛନ୍ତି । ନିର୍ବାଚନ ପୂର୍ବରୁ ହଜାର ହଜାର ନେତା ଓ କର୍ମୀଙ୍କୁ ସାମିଲ୍ କରି ସଞ୍ଜୟ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ତାଙ୍କ ସଂଗଠନ କେତେ ଶକ୍ତିଶାଳୀ ଆଜି ପଦଯାତ୍ରା ଜରିଆରେ ଦଳୀୟ ନେତା ଓ ବିରୋଧୀଙ୍କୁ ଜଣାଇବାକୁ ଚେଷ୍ଟା କରିଛନ୍ତି ସଞ୍ଜୟ ।

ବିଜୁ ଜନତା ଦଳ ଭିତରେ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଅଣଦେଖା ହେଉଥିବା ଚର୍ଚ୍ଚା ଲାଗି ରହିଛି । ନିର୍ବାଚନ ପରିଚାଳନା ହେଉ ଅବା ରାଜ୍ୟସ୍ତରୀୟ ଦଳୀୟ କାର୍ଯ୍ୟକ୍ରମରେ ସଂଜୟଙ୍କୁ କ୍ବଚିତ ଦେଖିବାକୁ ମିଳୁଛି । ଭୁବନେଶ୍ୱରରେ ଥିଲେ ମଧ୍ୟ ଦଳୀୟ ମାମଲାରେ ହସ୍ତକ୍ଷେପ ନକରିବାକୁ ଚାପ ରହିଥିବା ସଞ୍ଜୟଙ୍କ ସମର୍ଥକ କହିଛନ୍ତି । ଏକଦା ମୁଖ୍ୟମନ୍ତ୍ରୀ ତଥା ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟତର ଥିବା ସଞ୍ଜୟଙ୍କୁ ଅଣଦେଖା ତାଙ୍କ ସମର୍ଥକ ସହଜରେ ହଜମ କରିପାରୁନାହାନ୍ତି । ବ୍ରହ୍ମଗିରି ଓ ପୁରୀ ଜିଲ୍ଲାରେ ସଞ୍ଜୟଙ୍କୁ ସୀମିତ ରଖିବା ଲାଗି ଦଳ ଭିତରେ ଚେଷ୍ଟା ହେଉଥିବା ମଧ୍ୟ ଚର୍ଚ୍ଚା ଲାଗି ରହିଛି । ଆଗାମୀ ଦିନରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ରାଜନୈତିକ ପାଣିପାଗ ବଦଳିବାର ଆଶଙ୍କା ରହିଛି ।

ଏହା ମଧ୍ୟ ପଢନ୍ତୁ: Padmapur By Poll: ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ: ବିଧାୟିକା କୁସୁମ ଟେଟେ

ଏହାରି ଭିତରେ ସଞ୍ଜୟଙ୍କ ଶକ୍ତି ପ୍ରଦର୍ଶନ ଚର୍ଚ୍ଚା ସୃଷ୍ଟି କରୁଛି । 2024 ନିର୍ବାଚନ ପୂର୍ବରୁ ସଞ୍ଜୟଙ୍କ ଏଭଳି ଶକ୍ତି ପ୍ରଦର୍ଶନ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ସଞ୍ଜୟଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରା ବଜ୍ରକୋଟରୁ ବାହାରି ପ୍ରାୟ 5 କିଲୋମିଟର ଦୂର ମାଲୁଦ ପଞ୍ଚୁଦୋଳ ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲା । ପରେ ମାଲୁଦ ପଞ୍ଚୋଦୋଳ ପଡିଆ ନିକଟରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଉଦବୋଧନ ଦେଇଛନ୍ତି ସଞ୍ଜୟ ।

ଏହା ମଧ୍ୟ ପଢନ୍ତୁ: Himachal Pradesh Assembly Elections: ପ୍ରଧାନମନ୍ତ୍ରୀଙ୍କୁ ଭୋଟ ଦେବେ କି ଭୋଟର?

ସଞ୍ଜୟ କହିଛନ୍ତି ଯେ, ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସମଗ୍ର ରାଜ୍ୟରେ ଅନୁଷ୍ଠିତ ହେଉଛି ଜନସମ୍ପର୍କ ପଦଯାତ୍ରା । ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଜନସେବାରେ ନିଜକୁ ଉତ୍ସର୍ଗୀକୃତ କରିବା ପାଇଁ ଦଳର କର୍ମୀ ଓ ସ୍ଥାନୀୟ ନେତୃବୃନ୍ଦଙ୍କୁ ସେ ଆହ୍ୱାନ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.