ETV Bharat / state

ଶ୍ରୀମନ୍ଦିରରେ ବିଜୟାଦଶମୀ ନୀତି, ରାଜରାଜେଶ୍ବର ବେଶରେ ଦର୍ଶନ ଦେବେ ମହାପ୍ରଭୁ

author img

By

Published : Oct 5, 2022, 10:26 AM IST

ଆଜି ପବିତ୍ର ଦଶହରା ତଥା ବିଜୟାଦଶମୀ । ଏନେଇ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବିଜୟା ଦଶମୀ ନୀତି । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବିଜୟାଦଶମୀ ନିତି

ପୁରୀ: ଆଜି ପବିତ୍ର ଦଶହରା ତଥା ବିଜୟାଦଶମୀ । ଏନେଇ ଶ୍ରୀମନ୍ଦିରରେ ବିଜୟା ଦଶମୀ ନୀତି ଅନୁଷ୍ଠିତ ହେବ । ଏହି ଅବସରରେ ଆଜି ମହାପ୍ରଭୁ ସୁନାବେଶ ବା ରାଜରାଜଶ୍ବେର ବେଶରେ ସଜ୍ଜିତ ହେବେ ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ, ଚନ୍ଦନ, ନୂଆ ଲୁଗା, ୩୨ ମୂର୍ତ୍ତି ସ୍ବର୍ଣ୍ଣ ଅଳଙ୍କାର ପରେ ସୁନାବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିବେ । ପବିତ୍ର ବିଜୟା ଦଶମୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସକାଳୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି । ସେପଟେ ଦଶହରା ଅବସରରେ ମା' ବିମଳାଙ୍କ ପ୍ରତିନିଧି ଭାବେ ପୂଜା ପାଉଥିବା ମା' କାକୁଡ଼ିଖାଇଙ୍କ ଆଜି ରାତିରେ ବିସର୍ଜନ ସହ ଆସନ୍ତାକାଲି ଅନ୍ୟ ସମସ୍ତ ଗୋଷାଣୀ ମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବୀସଭା ହେବା ପରେ ବିସର୍ଜନ ଅନୁଷ୍ଠିତ ହେବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.