ETV Bharat / state

କାଳିଆ ସାନିଧ୍ୟ ପାଇଁ ବିହାର ରୁ ପୁରୀ; ତୁଣ୍ଡରେ ଭାଗବତ, ସ୍ମରଣରେ ଜଗନ୍ନାଥ

ଜଣେ ଯୁବତୀ ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ବସି ମହାପ୍ରଭୁଙ୍କୁ ସ୍ମରଣ ସହ ଭାଗବତ ଗୀତା ପାଠ କରିବା ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଯୁବତୀ ଜଣକ ହେଉଛନ୍ତି ବିହାର ପାଟନାର ଜୟା କୁମାରୀ । ଅଧିକ ପଢନ୍ତୁ...

author img

By

Published : Oct 12, 2020, 5:02 PM IST

BIHAR STUDENTS RESITE GEETA AND BHAGABAT AT BADADANDA IN PURI

ପୁରୀ: କୋଭିଡ କଟକଣାରେ ଶ୍ରୀମନ୍ଦିର ଖୋଲିବକି, ନ ଖୋଲିବ ସେ ଚର୍ଚ୍ଚା ଆଲୋଚନା ଚାଲିଛି । ତେବେ ଏହି ଚର୍ଚ୍ଚା ଚାଲିଥିବା ବେଳେ ଜଣେ ଯୁବତୀ ଶ୍ରୀମନ୍ଦିର ସିଂହ ଦ୍ୱାର ସାମ୍ନାରେ ବସି ମହାପ୍ରଭୁଙ୍କ ସ୍ମରଣ ସହ ଭାଗବତ ଗୀତା ପାଠ କରିବା ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଯୁବତୀ ଜଣକ ହେଉଛନ୍ତି ବିହାର ପାଟନାର ଜୟା କୁମାରୀ । ସେ ମେଡ଼ିକାଲ ଏଣ୍ଟ୍ରାନ୍ସ ନିଟ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ସେ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ଏକାକି ସୁଦୂର ବିହାରରୁ ଟ୍ରେନରେ ଆସି ପୁରୀରେ ପହଁଚିଛନ୍ତି ।

କାଳିଆ ସାନିଧ୍ୟ ପାଇଁ ବିହୀରରୁ ପୁରୀ; ତୁଣ୍ଡରେ ଭାଗବତ, ସ୍ମରଣରେ ଜଗନ୍ନାଥ

ସେ ଏଠାରେ କିଛି ଦିନ ରହି ଶ୍ରୀମନ୍ଦିର ସାମ୍ନାରେ ମହାପ୍ରଭୁଙ୍କୁ ସ୍ମରଣ ସମେତ ଭଗବତ ପାଠ କରିବେ । ତେବେ କୋଭିଡ କଟକଣାକୁ ନେଇ ଶ୍ରୀମନ୍ଦିରକୁ ଖୋଲିବା ଉଚିତ ନୁହେଁ କି ନାହଁ ସେ ନେଇ ଅତି ସୁନ୍ଦର ଉତ୍ତର ରଖିଛନ୍ତି ।

ଜୟା କୁମାରୀ କହିଛନ୍ତି ଯେ ଭଗବାନ ଆମର ହୃଦୟ ମନ ଭିତରେ ରହିବା ଉଚିତ । କେବଳ ଯେ ମହାପ୍ରଭୁଙ୍କ ଦର୍ଶନ କଲେ ମହାପ୍ରଭୁଙ୍କ କୃପା ଓ ଶାନ୍ତି ମିଳିବ ସେ ନେଇ କୌଣସି ମାନେ ନାହିଁ । ହୃଦୟରେ ଭଗବାନଙ୍କୁ ସବୁବେଳେ ସ୍ମରଣ କରିବା ଉଚିତ ।

ବର୍ତ୍ତମାନ କୋଭିଡ କଟକଣାରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣା ନେଇ କୌଣସି ସମସ୍ୟା ନାହିଁ । ସେ ପତିତପାବନଙ୍କୁ ମୁଣ୍ଡିଆ ମାରି ବେଶ ଆନନ୍ଦ ଅନୁଭବ କରୁଥିବା କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.