ପୁରୀ: ପୁରୀରେ ନିଆରା ଢଙ୍ଗରେ ହୋଲି ଖେଳିଲେ ଭିକ୍ଷୁକ ଓ ବିଦେଶୀ ପର୍ଯ୍ୟଟକ । ସର୍ବୋଦୟ ନଗର ସ୍ଥିତ ରାତ୍ରୀ ଆଶ୍ରୟସ୍ଥଳରେ 40 ଜଣ ଭିକାରୀଙ୍କ ସହ ନିଳାଦ୍ରୀ ନିଲୟ ଯୋଜନାର ଅଧିକାରୀ ଓ କର୍ମଚାରୀ ହୋଲି ଖେଳିଛନ୍ତି ।
କିଛି ଦିନ ପୂର୍ବେ ପୁରୀକୁ ଭିକାରୀ ମୁକ୍ତ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନେଇ ଜିଲ୍ଲା ପ୍ରଶାସନ ଭିକାରୀଙ୍କୁ ନେଇ ନୀଳାଦ୍ରି ଭବନରେ ଥଇଥାନ କରିଛି । ବଡ଼ ଦାଣ୍ଡରେ ଭିକ୍ଷାବୃତି ଛାଡି ଏହି ଯୋଜନାରେ ସାମିଲ ହୋଇଥିବା ଭିକାରୀ ମାନେ ହୋଲି ପାଳନ କରି ବେଶ ଖୁସି ପ୍ରକାଶ କରିଛନ୍ତି ।
ସେହିପରି, ପୁରୀ ବୁଲିବାକୁ ଆସିଥିବା 30ରୁ ଅଧିକ ଜାପାନୀ ପର୍ଯ୍ୟଟକ ଚକ୍ରତୀର୍ଥ ରୋଡରେ ପରସ୍ପରକୁ ଅବିର ବୋଳି ହୋଲି ପର୍ବ ପାଳନ କରିଛନ୍ତି । ତେବେ କରୋନା ଭାଇରସ ଆତଙ୍କ ଯୋଗୁଁ ହୋଲି ଖେଳିବା ସମୟରେ ବେଶ ସତର୍କତା ଅବଲମ୍ବନ କରିଥିଲେ ଏହି ପର୍ଯ୍ୟଟକ ମାନେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ