ETV Bharat / state

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, 5 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

author img

By

Published : Dec 14, 2022, 10:42 AM IST

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହି ସ୍ବତନ୍ତ୍ର ନୀତି ପାଇଁ ଅପରାହ୍ନ 5ଟାରୁ 5 ଘଣ୍ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ । ଅଧିକ ପଢନ୍ତୁ

banaklagi ritual
ଅଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି

ପୁରୀ: ଆଜି (ବୁଧବାର) ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ 'ବନକଲାଗି' ଅର୍ଥାତ 'ଶ୍ରୀମୁଖ ସିଂହାର' ନୀତି ଅନୁଷ୍ଠିତ ହେବ । ଏହି ସ୍ବତନ୍ତ୍ର ବନକଲାଗି ନୀତି ପାଇଁ ୪ ଘଣ୍ଟା ବନ୍ଦ ଶ୍ରୀଜିଉଙ୍କ ଦର୍ଶନ ରହିବ । ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଶ୍ରୀବିଗ୍ରହମାନଙ୍କ ଏହି ସ୍ବତନ୍ତ୍ର ବନକଲାଗି ନୀତି ପାଇଁ ସର୍ବସାଧାରଣ ଦର୍ଶନ ଅପରାହ୍ନ ୫.୦୦ ଟାରୁ ରାତ୍ର ୯.୦୦ ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ସର୍ବସାଧାରଣ ଦର୍ଶନ ଅପରାହ୍ନ ୫.୦୦ ଟାରୁ ରାତ୍ର ୯.୦୦ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ । ଦତ୍ତ ମହାପାତ୍ର ସେବକ ମାନେ ବିଭିନ୍ନ ପାରମ୍ପାରିକ ରଙ୍ଗରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିଥାନ୍ତି । ଏହାକୁ ବନକ ଲାଗି ନୀତି କୁହାଯାଏ ।

ଶ୍ରୀମନ୍ଦିରରେ ଦ୍ବିତୀୟ ଭୋଗମଣ୍ଡପ ଉଠିଲା ପରେ ଦତ୍ତମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ବିଭିନ୍ନ ପ୍ରକାର ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ବନକଲାଗି ନୀତିରେ ପାଳିଆ ପୂଜାପଣ୍ଡା, ପାଳିଆ ଖୁଣ୍ଟିଆ, ଗରାବଡୁ, ପାଳିଆ ପୁଷ୍ପମାଳ, ଚାଙ୍ଗଡା ମେକାପ, ମୁଦୁଲି ଆଦି ସେବକଙ୍କ ଯୋଗଦାନ ରହିଥାଏ । ନୀତି ଚାଲୁଥିବା ସମୟରେ ଅର୍ଥାତ ପ୍ରାୟ ଅପରାହ୍ନ ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.