ETV Bharat / state

ତୁଟିଲା ବିବାଦ: ଆସନ୍ତାକାଲି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ରୁ ସାଧାରଣ ଦର୍ଶନ ବନ୍ଦ

author img

By

Published : Aug 8, 2023, 12:57 PM IST

ଶେଷରେ ବିବାଦରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଆସନ୍ତାକାଲି ଶ୍ରାବଣ-ମଳ କୃଷ୍ଣ ନବମୀ ତିଥି ଅବସରରେ ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ସନ୍ଧ୍ୟା ୬ ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ । ଅଧିକ ପଢନ୍ତୁ

banaklagi ritual
banaklagi ritual
banaklagi ritual

ପୁରୀ: ବହୁ ବାଦବିବାଦ ପରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି । ଆସନ୍ତାକାଲି ବୁଧବାର ଶ୍ରାବଣ-ମଳ କୃଷ୍ଣ ନବମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ବିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଏହି ନୀତି କରାଯିବ । ଏଥିପାଇଁ ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏକ ମାସ ପରେ ଶ୍ରୀଜିଉଙ୍କ ବନକଲାଗି ନୀତି କରାଯିବ ।

ତେବେ ମହାପ୍ରଭୁଙ୍କ ବନକ ଲାଗି ନୀତିକୁ ନେଇ ଚାଲିଥିବା ବିବାଦର ଅନ୍ତ ହୋଇଛି । ଏନେଇ ସେବାୟତ ସଞ୍ଜୟ ଦତ୍ତମହାପାତ୍ର ସୂଚନା ଦେଇଛନ୍ତି । ନିଳାଦ୍ରି ବିଜେ ପରଠୁ ଦେଢ଼ ମାସ ହେଲାଣି ମହାପ୍ରଭୁଙ୍କ ବନକଲାଗି ନିତି ହୋଇନି । ମଳିନ ପଡିଲାଣି ଓଡିଆ ଜାତିର ମଉଡମଣୀଙ୍କ ଶ୍ରୀମୁଖ । ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ବଡ଼ ଠାକୁରଙ୍କ ଶ୍ରୀମୁଖ ଦର୍ଶନ କରି ଧନ୍ୟ ହୋଇଥାନ୍ତି ଭକ୍ତ । ହେଲେ ବିବାଦ ଯୋଗୁଁ ସେହି କଳାଠାକୁରଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇପାରୁ ନଥିଲା । ଏଣୁ ଭକ୍ତ ଦୁଃଖ, ଆବେଗ ଓ ସର୍ବୋପରି ମହାପ୍ରଭୁଙ୍କ ନୀତି ଶୃଙ୍ଖଳା ପାଇଁ ସବୁ ବିବାଦକୁ ଭୁଲି ଦତ୍ତ ମହାପାତ୍ର ସେବକ ମହାପ୍ରଭୁଙ୍କ ସେବା ପାଇଁ ନିଷ୍ପତ୍ତି ହୋଇଛି ।

ଏହା ମଧ୍ୟ ପଢନ୍ତୁ- Banakalagi Ritual: ଆସନ୍ତା 9 ତାରିଖ ବୁଧବାର ହୋଇପାରେ ବନକଲାଗି ନୀତି

ରେକର୍ଡ ଅଫ୍ ରାଇଟ ଅନୁଯାୟୀ, ବୁଧବାର ବା ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇ ଥିବାରୁ ଏହାକୁ ସ୍ଵାଗତ କରିଛନ୍ତି ଦତ୍ତମହାପାତ୍ର ସେବକ । ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ କେବଳ ବୁଧବାର ଵନକଲାଗି ନିତି ପାଇଁ ନିଷ୍ପତ୍ତି ନେଇଥିଲା । ଯାହାକି ରେକର୍ଡ ଅଫ ରାଇଟ୍‌ର ଉଲଘଂନ ଶହ ଶାସ୍ତ୍ର ନିୟମ ବିରୋଧ ଥିଲା । ଯାହାକୁ ନେଇ ଦତ୍ତ ମହାପାତ୍ର ସେବକ ବିରୋଧ କରି ମହାପ୍ରଭୁଙ୍କ ବନକ ଲାଗି ନୀତି କରି ନଥିଲେ । ଫଳରେ ନିଳାଦ୍ରୀ ବିଜେଠାରୁ ମହାପ୍ରଭୁଙ୍କ ବନକ ଲାଗି ନୀତି ହୋଇ ପାରିନଥିଲା । ଶେଷରେ ଶ୍ରୀ ମନ୍ଦିର ପ୍ରଶାସନ ବୁଧବାର ଅବା ଗୁରୁବାର ବନକଲାଗି ନିଷ୍ପତ୍ତି ନେବା ପରେ ଅଚଳାବସ୍ଥା ଦୂର ହୋଇଛି । ତେବେ ଯେଉଁ ବୁଧବାର ମହାପ୍ରଭୁ ନକ୍ଷତ୍ର ବନ୍ଦାପନା ନୀତି ପଡ଼ିବ ତା ପରଦିନ ଅର୍ଥାତ ଗୁରୁବାର ମହାପ୍ରଭୁଙ୍କ ବନକ ଲାଗି ନୀତି ହେବା ନେଇ ନିଷ୍ପତ୍ତି ହୋଇଛି । ଅନ୍ୟପଟେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିବା ବନକ ଲାଗି ସେବାୟତ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.