ETV Bharat / state

ବନକଲାଗି ନୀତି ବିବାଦ: ଦ୍ବିତୀୟ ଥର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ସ୍ଥଗିତ

author img

By

Published : Aug 1, 2023, 7:16 AM IST

ବନକଲାଗି ନୀତି ବିବାଦ । କ୍ରମାଗତ ଦ୍ବିତୀୟଥର ପାଇଁ ସ୍ଥଗିତ ରହିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଅଧିକ ପଢନ୍ତୁ

ବନକଲାଗି ନୀତି ବିବାଦ
ବନକଲାଗି ନୀତି ବିବାଦ

ପୁରୀ: ଆଜି(ମଙ୍ଗଳବାର) ବସିବନି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ବନକଲାଗି ନୀତି ନିଷ୍ପତ୍ତି ନେଇ ବସିଥିବାକୁ ଥିବା ପରିଚାଳନା କମିଟି ବୈଠକ କ୍ରମାଗତ ଦ୍ବିତୀୟ ଥର ପାଇଁ ସ୍ଥଗିତ ରହିଛି । ଆଜି ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହ ଠାରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବାର ଥିଲା । ଏଥିରେ ବନକଲାଗି ନିଷ୍ପତ୍ତି ନିଆଯାଇଥାନ୍ତା । କିନ୍ତୁ ଏହା ସ୍ଥଗିତ ରହିବାରୁ ପୁଣି ଅଧାରେ ଝୁଲିଲା ବନକଲାଗି ନୀତି ନିଷ୍ପତ୍ତି ।

ବନକଲାଗି ନୀତି ବିବାଦ
ବନକଲାଗି ନୀତି ବିବାଦ

ଚଳିତ ବର୍ଷ ରଥଯାତ୍ରା ପରେ ପ୍ରଥମ କରି ଗତ ୨୭ ଜୁଲାଇରେ ହେବାକୁ ଥିବା ପରିଚାଳନା କମିଟି ବୈଠକକୁ ସ୍ଥଗିତ ରଖାଯାଇଥିଲା । ରଥଯାତ୍ରା ପରେ କୌଣସି ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇପାରି ନାହିଁ । ଚଳିତ ବର୍ଷ ଶେଷଥର ପାଇଁ ୧୨ ଜୁନରେ ବୈଠକ ବସିଥିଲା । ତେବେ ମଙ୍ଗଳବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଏଜେଣ୍ଡାରେ ରତ୍ନଭଣ୍ଡାର ଓ ଚାରିଦ୍ବାର ଖୋଲିବା ପ୍ରସଙ୍ଗ ନଥିଲା । ହେଲେ ହଠାତ୍ କାହିଁକି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକକୁ ସ୍ଥଗିତ ରଖାଯାଇଛି ସେନେଇ ନାନା ପ୍ରଶ୍ନ ଉଠିଛି । ଆଜିର ପରିଚାଳନା କମିଟିରେ ମହାପ୍ରଭୁଙ୍କ ବନକଲାଗି ନୀତି ନେଇ ଜାରି ଅଚଳାବସ୍ଥା ଦୂର କରିବା ସଂକ୍ରାନ୍ତରେ ଚୂଡାନ୍ତ ନିଷ୍ପତ୍ତି ହୋଇଥାନ୍ତା । ବୈଠକ ସ୍ଥଗିତ ରହିବା ପରେ ଆସନ୍ତା ବୁଧବାର ବନକଲାଗି ନୀତି ହେବ ନା ଅଚଳାବସ୍ଥା ଜାରି ରହିବ ସେନେଇ ଭକ୍ତ ମହଲରେ ପ୍ରଶ୍ନ ଉଠିଛି ।

ଏହାମଧ୍ୟ ପଢନ୍ତୁ: ବନକଲାଗି ବିବାଦ: ରାଜନୀତିରୁ ଓହରି ଲୋକଙ୍କ ଭାବାବେଗ ବୁଝିବା ଦରକାର, କହିଲା ବିଜେପି

ଅନ୍ୟପଟେ ପରିଚାଳନା କମିଟି ବୈଠକକୁ ବିରୋଧ କରିଛି ପୁରୀର ଶ୍ରୀଜଗନ୍ନାଥ ସେନା । ଭକ୍ତଙ୍କ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଉ ନଥିବାକୁ ନେଇ ଜଗନ୍ନାଥ ସେନା ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛି । ଭକ୍ତମାନେ ଖରା, ବର୍ଷାରେ ଲମ୍ବା ଲାଇନରେ ଦୀର୍ଘ ସମୟ ଠିଆ ହୋଇ ରହୁଛନ୍ତି । ଏହି ଦୃଷ୍ଟିରୁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବି ଜୋର ଧରିଥିବା ବେଳେ ଏହି ପ୍ରସଙ୍ଗ ପରିଚାଳନା କମିଟିରେ ଆଲୋଚନା ହେଉନାହିଁ । ସେହିପରି ରତ୍ନ ଭଣ୍ଡାର ମରାମତି, ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ନେଇ ଭକ୍ତ ମହଲରେ ଦାବି ହେଉଥିବା ବେଳେ ଏହି ପ୍ରସଙ୍ଗକୁ ଅଣଦେଖା କରାଯାଉଛି । ଶ୍ରୀମନ୍ଦିର ସିଂହଦ୍ଵାରରେ ଦଶାବତାର ମୂର୍ତ୍ତି ଲଗାଇବାରେ ଅବହେଳା, ଭକ୍ତଙ୍କ ପାଇଁ ସ୍ଥାୟୀ ସେଡ୍ ନିର୍ମାଣ ନକରି ଅସ୍ଥାୟୀ ସେଡ ନିର୍ମାଣରେ ଲକ୍ଷ ଲକ୍ଷ ଟଙ୍କା ଅଯଥାରେ ବ୍ୟୟ କରାଯିବା, ଏମାର ମଠରୁ ବାହାରି ଥିବା ରୁପା ଇଟାକୁ ରତ୍ନ ଭଣ୍ଡାରକୁ ନ ଆଣିବା ଆଦି ବିଭିନ୍ନ ପ୍ରସଙ୍ଗ ପରିଚାଳନା କମିଟିରେ ପ୍ରସଙ୍ଗ ଭାବେ ସ୍ଥାନ ନ ପାଇବାକୁ ଜଗନ୍ନାଥ ସେନା ଦୃଢ଼ ବିରୋଧ କରିଛି ।

ତେବେ ରତ୍ନ ଭଣ୍ଡାର ଲୁଟ ହୋଇଥିବା ଯୋଗୁଁ ଏହାକୁ ଖୋଲି ଦେଲେ ଭକ୍ତଙ୍କ ଆକ୍ରୋଶର ଶିକାର ହୋଇ ସରକାର ଭାଙ୍ଗି ଯିବା ଭୟରେ ରତ୍ନ ଭଣ୍ଡାର ଖୋଲିବାରେ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଜଗନ୍ନାଥ ସେନା ଅଭିଯୋଗ କରିଛି । ସେହିପରି ମହାପ୍ରଭୁଙ୍କ କୋହିନୂର ହୀରାକୁ ଫେରାଇ ଆଣିବା ନେଇ ମଧ୍ୟ କେବେ ବି ଶ୍ରୀମନ୍ଦିର ପରିଚାଳନା କମିଟି ଆଲୋଚନାରେ ସ୍ଥାନ ପାଉନାହିଁ । କେବଳ ଖଣି ଲିଜ, ଜମି ବିକ୍ରି ପ୍ରସଙ୍ଗ ଯେଉଁଥିରେ ପିସି ଭାଗ ରହିଛି ସେହି ପ୍ରସଙ୍ଗ କେବଳ ଆଲୋଚୋନା ହେଉଥିବା ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ତେବେ ଭକ୍ତଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଉପରୋକ୍ତ ପ୍ରସଙ୍ଗ ଶ୍ରୀମନ୍ଦିର ପରିଚଳନା କମିଟିରେ ସ୍ଥାନ ଦେବାକୁ ଜଗନ୍ନାଥ ସେନା ଦାବି କରିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.