ETV Bharat / state

ଗିରଫ ହେଲେ ବଳଙ୍ଗା ଥାନା ASI - ବଳଙ୍ଗା ଥାନା ASI

ଦୁଷ୍କର୍ମ ଅଭିଯୋଗରେ ପୁରୀ ବଳଙ୍ଗା ଥାନା ASI ଚିତରଞ୍ଜନ ଦାଶଙ୍କୁ ଆଜି(ଶୁକ୍ରବାର) ପୁରୀ ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ...

balanga police
ଗିରଫ ହେଲେ ବଳଙ୍ଗା ଥାନା ASI
author img

By

Published : Jan 3, 2020, 10:31 PM IST

ପୁରୀ: ଗିରଫ ହେଲେ ବଳଙ୍ଗା ଥାନା ASI । ଦୁଷ୍କର୍ମ ଅଭିଯୋଗରେ ପୁରୀ ବଳଙ୍ଗା ଥାନା ASI ଚିତରଞ୍ଜନ ଦାଶଙ୍କୁ ଆଜି(ଶୁକ୍ରବାର) ପୁରୀ ପୋଲିସ ଗିରଫ କରିଛି । ଜଣେ ମହିଳାଙ୍କୁ ତାଙ୍କ କ୍ବାଟର୍ସରେ ଦୁଷ୍କର୍ମ କରିଥିବା ଅଭିଯୋଗ ଘଟଣାକୁ ନେଇ ପୋଲିସ ଗିରଫ କରିଛି ।

balanga police
ଦୁଷ୍କର୍ମ ଅଭିଯୋଗରେ ମାମଲା

ଡାକ୍ତରୀ ମାଇନା ଓ ବିଭିନ୍ନ ଦିଗକୁ ପୋଲିସ ତଦନ୍ତ କରି ପ୍ରମାଣ ମିଳିବା ପରେ ଅଭିଯୁକ୍ତ ASI ଚିତରଞ୍ଜନ ଦାଶକୁ ଗିରଫ କରାଯାଇ ଥିବା ପୁରୀ ଏସପି ସୂଚନା ଦେଇଛନ୍ତି । ଏନେଇ ବଳଙ୍ଗା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି। ପିପିଲି SDPO ଏହି ଘଟଣାର ତଦନ୍ତ କରୁଥିବା ବେଳେ ପୁରୀ ଏସପି ଉମାଶଙ୍କର ଦାସ ଏହି ଘଟଣା ଉପରେ ତୀଷ୍ମ ନଜର ରଖିଛନ୍ତି ।

ଗିରଫ ହେଲେ ବଳଙ୍ଗା ଥାନା ASI

ଗତକାଲି(ଗୁରୁବାର) ଅଭିଯୋଗ ହେବା ପରେ ଅଭିଯୁକ୍ତକୁ ଅଟକ ରଖାଯାଇଥିଲା। ଅଭିଯୋଗ ଅନୁଯାୟୀ, ପୀଡିତା ଜଣକୁ ଏକ ଅଭିଯୋଗରେ ସାହାଯ୍ୟ କରିବେ ବୋଲି କହି ପୁରୀ ବଳଙ୍ଗା ଥାନା ଏଏସଆଇ ଚିତ୍ତରଞ୍ଜନ ଦାଶ ତାଙ୍କ କ୍ବାଟର୍ସକୁ ଡାକି ନେଇ ସେଠାରେ ଉକ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ କିଛି ସମାଜସେବୀ ଜାଣିବା ପରେ ପୀଡିତାଙ୍କୁ ନେଇ ପିପିଲି SDPOଙ୍କ ନିକଟରେ ଏହି ଅଭିଯୋଗ କରିଥିଲେ । ପିପିଲି SDPO ଅଭିଯୋଗ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିଲେ। ତେବେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ରାଜ୍ୟ ସରକାରଙ୍କ 'ମୋ ସରକାର' କଡାକଡି ଭାବେ କାର୍ଯ୍ୟକାରୀ ହେବାକୁ ନିର୍ଦ୍ଦେଶ ଥିବାବେଳେ ଜଣେ ପୋଲିସ କର୍ମଚାରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିବା ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଅଭିଯୁକ୍ତ ପୋଲିସ ଅଧିକାରୀ ଗିରଫBody:ପୁରୀ ବଳଙ୍ଗା ଥାନା asi ଚିତ ରଞ୍ଜନ ଦାଶ ଙ୍କୁ ଆଜି ପୁରୀ ପୋଲିସ ଗିରଫ କରିଛି। ଜଣେ ମହିଳା ଙ୍କୁ ତାଙ୍କ କ୍ୱାର୍ଟର ରେ ଦୁଷ୍କର୍ମ କରିଥିବା ଅଭିଯୋଗ ଘଟଣା କୁ ନେଇ ତାଙ୍କ ପୋଲିସ ଗିରଫ କରିଛି। ଡାକ୍ତରୀ ମାଇନା ଓ ବିଭିନ୍ନ ଦିଗ କୁ ପୋଲିସ ତଦନ୍ତ କରି ପ୍ରମାଣ ମିଲିବା ପରେ ଅଭିଯୁକ୍ତ asi ଚିତ ରଞ୍ଜନ ଦାଶ କୁ ଗିରଫ କରାଯାଇ ଥିବା ପୁରୀ ଏସପି ସୂଚନା ଦେଇ ଛନ୍ତି। ଏ ନେଇ ବଳଙ୍ଗା ପୋଲିସ ଷ୍ଟେସନ ରେ 2/2020 ରେ ଏକ ମାମଲା ରୁଜୁ ହୋଇଛି। ପିପିଲି sdpo ଏହି ଘଟଣା ର ତଦନ୍ତ କରୁଥିବା ବେଳେ ପୁରୀ ଏସପି ଉମାସଙ୍କର ଦାସ ସ୍ୱତନ୍ତ୍ର ଧ୍ୟାନ ରଖିଛନ୍ତି ଏହି ମାମଲା ଉପରେ। ଗତକାଲି ଅଭିଯୋଗ ହେବା ପରେ ଅଭିଯୁକ୍ତ କୁ ଅଟକ ରଖାଯାଇ ଥିଲା। ଅଭିଯୋଗ ଅନୁଯାୟୀ ପୁରୀ ବଳଙ୍ଗା ଥାନା ଏ ଏସ ଆଇ ଚିତ୍ତ ରଞ୍ଜନ ଦାଶ ପିଡିତା ଜଣକୁ ଏକ ଅଭିଯୋଗ ନେଇ ସାହାଯ୍ୟ କରିବେ ବୋଲୀ କହି ତାଂକ କ୍ୱାର୍ଟ ର କୁ ଉକ୍ତ ମହିଳା ଙ୍କୁ ଦୁଷ୍କର୍ମ କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ କିଛି ସମାଜସେବୀ ଜାଣିବା ପରେ ପିଡିତା ଙ୍କୁ ନେଇ ପିପିଲି sdpo ଙ୍କ ନିକଟରେ ଏହି ଅଭିଯୋଗ କରିଥିଲେ। ପିପିଲି sdpo ଙ୍କ ଅଭିଯୋଗ ଗ୍ରହଣ କରି ତଦନ୍ତ ଆରଂଭ ଗତକାଲି କରିଥିଲେ। ତେବେ ଏହି ଘଟଣା ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇ ଥିଲା। ରାଜ୍ୟ ସରକାର ମୋ ସରକାର ଯୋଜନା ରେ ଥାନା ସ୍ତରରେ ଅଭିଯୋଗ କାରୀଙ୍କୁ ସମସ୍ତ ସାହାଯ୍ୟ ଓ ଭଲ ବ୍ୟବହାର ନେଇ ନିର୍ଦ୍ଦେଶ ଥିବା ବେଳେ ପୋଲିସ ନାଁ ଦୁଷ୍କର୍ମ ଅଭିଯୋଗ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇ ଥିଲା। ତୁରନ୍ତ ଅଭିଯୋଗ ପୋଲିସ କର୍ମଚାରୀ କୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇ ଥିଲା।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.