ETV Bharat / state

Bahuda Yatra Live Updates: ଜନ୍ମବେଦୀରୁ ବାହୁଡିଲେ ମଣିମା, ଘର୍ଘର ନାଦରେ ଗଡିଲା ନନ୍ଦିଘୋଷ

author img

By

Published : Jun 28, 2023, 8:52 AM IST

Updated : Jun 28, 2023, 2:11 PM IST

ବାହୁଡା ଯାତ୍ରା
ବାହୁଡା ଯାତ୍ରା

14:04 June 28

ଗଡିଲା ନନ୍ଦିଘୋଷ, ଜନ୍ମବେଦୀରୁ ବାହୁଡିଲେ ମହାବାହୁ

ଶରଧାବାଲିରେ ଗଡିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ । ପ୍ରଥମ ବଡଠାକୁରଙ୍କ ତାଳଧ୍ବଜ ଓ ମାଆ ସୁଭଦ୍ରାଙ୍କ ଦର୍ପଦଳନ ପରେ ଶେଷରେ କାଳିଆ ସାଆନ୍ତେଙ୍କ ନନ୍ଦିଘୋଷ ରଥ ଗଡିଛି । ଘର୍ଘର ନାଦରେ ରଥରେ ବଜି ଭକ୍ତ ମେଳରେ ଜନ୍ମବେଦୀରୁ ବାହାଡୁଛନ୍ତି ବ୍ରହ୍ମାଣ୍ଡ ଠାକୁର । ମହାପ୍ରଭୁଙ୍କ ରଥକୁ ଟାଣି ନେଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ୯ ଦିନର ଯାତ୍ରା ସାରି ଶ୍ରୀଗୁଣ୍ଡିଚା ମନ୍ଦିରରୁ ଫେରିଯାଉଛନ୍ତି ତିନି ଠାକୁର । ମହାପ୍ରଭୁଙ୍କ ରଥ ଦଉଡିକୁ ଛୁଇଁ ଭାବବିହ୍ବଳ ହୋଇପଡୁଛି ଭକ୍ତ । ବଡଦାଣ୍ଡରେ ସୃଷ୍ଟି ହୋଇଛି ଜନସମୁଦ୍ର ।

13:54 June 28

ଶରଧାବାଲିରେ ଗଡିଲା ଦର୍ପଦଳନ ରଥ

ବଡଭାଇଙ୍କ ପଛକୁ ଗଡିଲା ଭଉଣୀ ସୁଭଦ୍ରାଙ୍କ ରଥ । ତାଳଧ୍ବଜ ରଥ ପରେ ଚାନ୍ଦିମୁହିଁ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥଟଣା ଆରମ୍ଭ ହୋଇଛି । ଶରଧାବାଲିରେ ଭକ୍ତ ମେଳରେ ଆଗକୁ ବଢୁଛି ଭକ୍ତ । ବଡ ଭାଇ ପଛେ ପଛେ ଚାଲିଛନ୍ତି ଗେହ୍ଲା ଭଉଣୀ । ହଜାର ହଜାର ଭକ୍ତ ଦେବୀ ସୁଭଦ୍ରାଙ୍କ ରଥକୁ ଟାଣି ନେଉଛନ୍ତି । ତିନି ରଥରେ ଛେରାପହଁରା ପରେ ରଥଟଣା ଆରମ୍ଭ ହୋଇଛି । ବଡଭାଇ ଓ ଭଉଣୀଙ୍କ ପରେ ପଛକୁ କାଳିଆ ସାଆନ୍ତେଙ୍କ ନନ୍ଦିଘୋଷ ରଥଟଣା ହେବ ।

13:53 June 28

ରଥରେ କଣେଇ କଣେଇ ଚାହୁଁଛନ୍ତି କାଳିଆ ସାଆନ୍ତେ

ଶରଧାବାଲିରେ ରଥାରୂଢ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ରଥରେ ମହାପ୍ରଭୁ ବିଶ୍ବନିୟନ୍ତାଙ୍କ ଦିବ୍ୟ ଦର୍ଶନ କରି କୃତାର୍ଥ ମନେ କରୁଛନ୍ତି ଭକ୍ତ । ଚକା ଆଖିରେ ଆଖି ମିଶାଇ ଭକ୍ତଜନ ଭାବବିହ୍ବଳ ହୋଇପଡୁଛନ୍ତି । ନିଜର ଭକ୍ତଜନକୁ ରଥରୁ କଣେଇ କଣେଇ ଚାହୁଁଛନ୍ତି ମଣିମା । ତେବେ ଚଳିତ ବର୍ଷ ସମସ୍ତ ନୀତିକାନ୍ତି ସଅଳ ଚାଲିଛି । ଗଜପତି ମହାରାଜା ଦିବ୍ୟସିଂହ ଛେରାପହଁରା କରିବା ପରେ ୩ ଘଣ୍ଟା ଆଗରୁ ରଥଟଣା ଆରମ୍ଭ ହୋଇଛି ।

13:07 June 28

ଜନ୍ମବେଦୀରୁ ବାହୁଡିଲେ ଶ୍ରୀଜିଉ, ରଥଟଣା ଆରମ୍ଭ

ଜନ୍ମବେଦୀରୁ ବାହୁଡିଲେ ଶ୍ରୀଜିଉ । ନବଦିନାତ୍ମକ ଲୀଳାଖେଳା ସାରି ଭାଇଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀକୁ ବାହାରିଲେ ମହାବାହୁ । ଆରମ୍ଭ ହୋଇଯାଇଛି ଟଥଟଣା । ପ୍ରଥମେ ବଡଦାଣ୍ଡରେ ଗଡିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ । ରଥରେ ବିଜେ କରି ଶ୍ରୀଗୁଣ୍ଡିଚା ମନ୍ଦିରରୁ ଫେରୁଛନ୍ତି ହଳଧର । ଲକ୍ଷ ଲକ୍ଷ ଭକ୍ତଙ୍କ ମେଳରେ ଘର୍ଘର ନାଦରେ ଗଡୁଛି ରଥ । ନିର୍ଦ୍ଧାରିତ ସମୟର ପ୍ରାୟ ୩ ଘଣ୍ଟା ଆଗରୁ ରଥଟଣା ଆରମ୍ଭ ହୋଇଛି । ଭକ୍ତମାନେ ବଡଠାକୁରଙ୍କ ରଥକୁ ଟାଣି ନେଉଛନ୍ତି । ପଛକୁ ଭଉଣୀ ସୁଭଦ୍ରା ଓ ଭାଇ କଳିଆ ସାଆନ୍ତେ ରଥରେ ବସି ଯିବେ । ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଛି ଖଣ୍ଡମଣ୍ଡଳ । ଜଗନ୍ନାଥମୟ ହୋଇଛି ଶ୍ରୀକ୍ଷେତ୍ର ।

12:50 June 28

ସରିଲା ଛେରା ପହଁରା, ରଥ ଟାଣି ନେବାକୁ ବ୍ୟାକୁଳ ଭକ୍ତ

ତିନି ରଥରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସରିଲା ଛେରା ପହଁରା ନୀତି । ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ସରିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ରଥରେ ଛେରା ପହଁରା କରିଛନ୍ତି । ତାମଯାନରେ ବସି ଗଜପତି ମହାରାଜା ରଥ ପାଖକୁ ଆସିଥିଲେ । ଛତ୍ରି ଧରି ମହାପ୍ରଭୁଙ୍କ ଆଦ୍ୟସେବକଙ୍କୁ ପାଛୋଟି ଆଣିଥିଲେ ସେବାୟତ । ଛେରା ପହଁରା ନୀତି ସରିବା ପରେ ରଥ ଟାଣିବାକୁ ବ୍ୟାକୁଳ ହେଲେଣି ଭକ୍ତ । ମହାପ୍ରଭୁଙ୍କ ଟାଣି ନେବାକୁ ମନ ଅଥୟ ହେଲାଣି ।

11:46 June 28

ଛେରା ପହଁରା କଲେ ଗଜପତି ମହାରାଜା

ଲୀଳାଖେଳା ସାରି ଜନ୍ମବେଦୀରୁ ବାହୁଡିବେ ଶ୍ରୀଜିଉ । ରଥରେ ବିଜେ କରିଛନ୍ତି କଳା ଠାକୁର । ଜୟ ଜଗନ୍ନାଥ ଧ୍ବନିରେ ଫାଟି ପଡୁଛି ବଡଦାଣ୍ଡ । ମହାପ୍ରଭୁଙ୍କୁ ରଥରେ ଦର୍ଶନ କରି କୃତ୍ୟ କୃତ୍ୟ ହେଉଛି ଭକ୍ତ । କାଳିଆ ଧନକୁ ଦେଖି ଉତଫୁଲ୍ଲିତ ସଭିଏଁ । ଏହାରି ଭିତରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥରେ ପହଞ୍ଚିଛନ୍ତି । ଆରମ୍ଭ ହୋଇଛି ଛେରା ପହଁରା ନୀତି । ଗଜପତି ମହାରାଜା ରଥରେ ଛେରା ପହଁରା ଆରମ୍ଭ କରିଛନ୍ତି ।

10:22 June 28

ରଥରେ ବିଜେ କଲେ ଚତୁର୍ଦ୍ଧାବିଗ୍ରହ, ଚକା ଆଖିକୁ ଦେଖି ଭାବବିହ୍ବଳ ଭକ୍ତ

ଚକା ଆଖିକୁ ଦେଖି ଭାବବିହ୍ବଳ ଭକ୍ତ
ଚକା ଆଖିକୁ ଦେଖି ଭାବବିହ୍ବଳ ଭକ୍ତ

ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଶେଷ ହୋଇଛି । ଭକ୍ତ ଗହଣରେ ଝୁଲି ଝୁଲି ଟାହିଆ ହଲେଇ ରଥରେ ବିଜେ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା, ହଳଧର ପ୍ରଭୁ ବଡ ଠାକୁର ଓ ଚକ୍ରଧର ପ୍ରଭୁ ସୁଦର୍ଶନ । ରଥାରୂଢ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଭକ୍ତ । କାଳିଆ ସାଆନ୍ତେଙ୍କ ଚକା ନୟନରେ ନୟନ ମିଶାଇ ଭାବିବିହ୍ବଳ ହୋଇପଡୁଛନ୍ତି ଭକ୍ତ । ସମର୍ପଣ ଭାବ ନେଇ ହଟିଆ ଠାକରୁଙ୍କ ପାଇଁ ଶରଧାବାଲିରେ ନୃତ୍ୟ କରୁଛନ୍ତି ନୃତ୍ୟଶିଳ୍ପୀ । ଚକାଆଖିରୁ ଦେଖି କିଏ କାନ୍ଦି ପକାଉଛି ତ ଆଉ କିଏ ହାତ ଟେକି ଦେଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ଫାଟି ପଡୁଛି ଶ୍ରୀକ୍ଷେତ୍ର ।

10:14 June 28

ସରିଲା ମହାବାହୁଙ୍କ ପହଣ୍ଡି: ରଥାରୂଢ଼ ହେଲେ କାଳିଆ ସାଆନ୍ତେ

ପୁରୀ: ସରିଲା ନବଦିନାତ୍ମକ ଯାତ୍ରା । ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡୁଛନ୍ତି ମହାବାହୁ । ଝୁଲି ଝୁଲି ଆସୁଛନ୍ତି କଳା ଠାକୁର । ଟାହିଆ ହଲେଇ ରଥରେ ଚଢୁଛନ୍ତି । ଭକ୍ତ ମେଳରେ ମହାପ୍ରଭୁ ବ୍ରହ୍ମାଣ୍ଡ ଠାକୁର ରଥରେ ବିଜେ କରୁଛନ୍ତି । କାଳିଆ ସାଆନ୍ତେଙ୍କ ବାହୁଡା ଯାତ୍ରା ପାଇଁ ଲୋକାରଣ୍ୟ ବଡଦାଣ୍ଡ । ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଛୁଟି ଆସୁଛନ୍ତି ଶ୍ରୀକ୍ଷେତ୍ର । ଜୟ ଜଗନ୍ନାଥ ଧ୍ବନିରେ ଫାଟୁ ପଡୁଛି ଖଣ୍ଡମଣ୍ଡଳ । ଭାବବିହ୍ବଳ ଭକ୍ତ । ଖୁସିରେ ମହାବାହୁଙ୍କ ପାଇଁ ନାଚି ଯାଉଛନ୍ତି ନୃତ୍ୟଶିଳ୍ପୀ । ମହାପ୍ରଭୁ କଳା ଶ୍ରୀମୁଖର ଦର୍ଶନ ପାଇଁ ପବିତ୍ର ହୋଇଯାଉଛି ଚର୍ମଚକ୍ଷୁ ।

09:48 June 28

ପ୍ରଭୁ ବଡଠାକୁରଙ୍କ ପହଣ୍ଡି, ରଥରେ ବିଜେ କଲେ ବଳଭଦ୍ର

ରଥରେ ବିଜେ କଲେ ଚତୁର୍ଦ୍ଧାବିଗ୍ରହ
ରଥରେ ବିଜେ କଲେ ଚତୁର୍ଦ୍ଧାବିଗ୍ରହ

ଚାଲିଛି ଶ୍ରୀଜୀଉଙ୍କ ବାହୁଡା ଯାତ୍ରା । ନବଦିନାତ୍ମକ ଲୀଳାଖେଳା ସାରି ଜନ୍ମବେଦୀରୁ ବାହୁଡିବେ ଚତୁର୍ଦ୍ଧାବିଗ୍ରହ । ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । ଚକ୍ରରାଜ ସୁଦର୍ଶନ ଓ ଦେବୀ ସୁଭଦ୍ରା ରଥରେ ବିଜେ କରିସାରିଛନ୍ତି । ଏବେ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ହୋଇଛି । ଟାହିଆ ହଲେଇ ରଥକୁ ଯାଇଛନ୍ତି ବଡ ଠାକୁର । ଝୁଲି ଝୁଲି ତାଳଧ୍ବଜ ରଥରେ ବିଜେ କରିଛନ୍ତି ।

09:47 June 28

ଦର୍ପଦଳନ ରଥରେ ବିଜେ କଲେ ସୁଭଦ୍ରା

ଶରଧାବାଲିରେ ଭକ୍ତଙ୍କ ସମାଗମ
d
d

ପୁରୀ: ସରିଲା ଦେବୀ ସୁଭଦ୍ରାଙ୍କ ପହଣ୍ଡି । ଶୂନ୍ୟ ପହଣ୍ଡିରେ ରଥକୁ ଗଲେ ହଳଦୀ ମୁହିଁ । ଦର୍ପଦଳନ ରଥରେ ବିଜେ କଲେ ଯୋଗମାୟା ମା' ସୁଭଦ୍ରା । ପଛକୁ ବଡଠାକୁର ବଳଭଦ୍ରଙ୍କ ପହଣ୍ଡି ହୋଇଛି ।

09:18 June 28

ଶରଧାବାଲିରେ ଭକ୍ତଙ୍କ ସମାଗମ, ଅପେକ୍ଷାରେ ୩ ରଥ

ମହାପ୍ରଭୁଙ୍କ ଅପେକ୍ଷାରେ ୩ ରଥ । ଫୁଲରେ ସଜେଇ ହୋଇଛି ଶ୍ରୀମନ୍ଦିର । ନୀଳକନ୍ଦରକୁ ବାହୁଡିବେ କାଳିଆ ଠାକୁର । ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡା ଯାତ୍ରା ପାଇଁ ଶରଧାବାଲିରେ ହଜାର ହଜାର ଭକ୍ତଙ୍କ ସମାଗମ ହେଲାଣି । ତିନି ରଥ ସମ୍ମୁଖରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ନୃତ୍ୟଶିଳ୍ପୀ । ଆନନ୍ଦରେ ବିଭୋର ଭକ୍ତ ।

08:18 June 28

Bahuda Yatra Live Updates

ପୁରୀ: ଜନ୍ମବେଦୀରେ ସରିଲା ଲୀଳାଖେଳା । ଆଜି ବିଶ୍ବନିୟନ୍ତାଙ୍କ ପବିତ୍ର ବାହୁଡା ଯାତ୍ରା । ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ ମହାବାହୁ । ଶ୍ରୀଗୁଣ୍ଡିଚା ମନ୍ଦିରରେ ନବଦିନାତ୍ମକ ଲୀଳାଖେଳା ସାରି ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ବାହୁଡିଯିବେ । ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ବାହାରେ ଅପେକ୍ଷା ରହିଛନ୍ତି ରଥ ତ୍ରୟ । ଚଳଚଞ୍ଚଳ ହୋଇପଡିଲାଣି ବଡଦାଣ୍ଡ । ସକାଳୁ ଧୀରେ ଧୀରେ ଭକ୍ତଙ୍କ ଭିଡ ଜମିଲାଣି । ଦିନ ୧ଟାରୁ ୨ଟା ମଧ୍ୟରେ ବେଶ ଶେଷ ହୋଇ ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରା ପହଁରା କରାଯିବ । ଏହାପରେ ଅପରାହ୍ନ ୪ଟାରୁ ଆରମ୍ଭ ହେବ ରଥଟଣା । ତେବେ ପ୍ରଥମେ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ଶେଷ ହୋଇଛି । ଧାଡି ପହଣ୍ଡିରେ ରଥକୁ ବିଜେ କରିଛନ୍ତି ଚକ୍ରରାଜ ସୁଦର୍ଶନ । ଏହାପରେ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ହେବ । ପରେ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥରେ ବିଜେ କରିବେ । ଅନ୍ୟପଟେ ବାହୁଡା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୧୮୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

Last Updated : Jun 28, 2023, 2:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.