ETV Bharat / state

Bahuda Yatra: କାଲି ମାଉସୀ ମା' ମନ୍ଦିରରେ ପୋଡ଼ପିଠା ଖାଇବେ ଶ୍ରୀଜିଉ, କେମିତି ହୁଏ ଏହାର ପ୍ରସ୍ତୁତି

author img

By

Published : Jun 27, 2023, 8:25 PM IST

ମହାପ୍ରଭୁ କାଳିଆ ଭୋଜନ ପ୍ରିୟ, ପିଠା ପ୍ରିୟ । ୬୦ ପଉଟି ଭୋଗ ଲାଗି ହେଲେ ବି ମାଆ ହାତ ରନ୍ଧା ପ୍ରତି ରହିଥାଏ କାଳିଆର ଲୋଭ । ସେଥିପାଇଁ ବାହୁଡ଼ା ଯାତ୍ରାରେ ମାଉସୀ ମା' ମନ୍ଦିର ନିକଟରେ ପୋଡ଼ ପିଠା ଖାଆନ୍ତି ଶ୍ରୀଜିଉ । ଜାଣନ୍ତୁ କିପରି ହୁଏ ଏହାର ପ୍ରସ୍ତୁତି । ଦେଖନ୍ତୁ ଏହି ରିପୋର୍ଟ

Poda pitha Ritual
Poda pitha Ritual
Bahuda Yatra: କାଲି ମାଉସୀ ମା' ମନ୍ଦିରରେ ପୋଡ଼ପିଠା ଖାଇବେ ଶ୍ରୀଜିଉ, କେମିତି ହୁଏ ଏହାର ପ୍ରସ୍ତୁତି

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ଆସନ୍ତାକାଲି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଜନ୍ମବେଦୀ ଛାଡ଼ି ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରିବେ ଶ୍ରୀଜିଉ । ନବଦିନାତ୍ମକ ଯାତ୍ରା ଶେଷ ହୋଇଥିବା ବେଳେ ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି । ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । କାଲି ଫେରିବା ବାଟରେ ମାଉସୀ ମା' ମନ୍ଦିର ନିକଟରେ ଅଟକିବ ତିନି ଠାକୁରଙ୍କ ରଥ । ସେଠାରେ ମାଉସୀ ମା'ଙ୍କଠାରୁ ସୁସ୍ବାଦୁ ପୋଡ଼ ପିଠା ଖାଇବେ ତିନି ଠାକୁର । ଏନେଇ ପୋଡ଼ ପିଠା ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି ।

ରଥଯାତ୍ରା ଅବସରରେ ମହାପ୍ରଭୁ ନିଜ ଜନ୍ମ ସ୍ଥାନ ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି କାଳିଆ ଠାକୁର । ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା'ଙ୍କ ହାତରୁ ମହାପ୍ରଭୁ ପୋଡ଼ପିଠା ଖାଇବେ । ଏହି ପରମ୍ପରା କାହିଁ କେଉଁ ଯୁଗରୁ ରହିଆସିଛି । ଏଥିପାଇଁ ମାଉସୀମା'ଙ୍କ ମନ୍ଦିରରେ ପୋଡ଼ପିଠା ତିଆରି ଶେଷ ହୋଇଛି । ମାଉସୀମା'ଙ୍କ ପୂଜକ ବିଶ୍ଵନାଥ ମିଶ୍ର ଏହି ପୋଡ଼ପିଠା ପ୍ରସ୍ତୁତ କରିଛନ୍ତି । ପୋଡ଼ପିଠା ପ୍ରସ୍ତୁତ କରି ସେବକମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି । କାଲି ଏହି ପୋଡ଼ ପିଠା ମହାପ୍ରଭୁଙ୍କ ନିକଟରେ ଲାଗି ହେବା ପରେ ଏହା ମହାପ୍ରସାଦରେ ପରିଣତ ହେବ ।

ଏହା ବି ପଢନ୍ତୁ- ମହାପ୍ରଭୁଙ୍କ ଶେଷ ଆଡ଼ପ ଦର୍ଶନ, ଜମିଲା ଲକ୍ଷାଧିକ ଭକ୍ତଙ୍କ ଭିଡ଼

ପୋଡ଼ ପିଠା ପ୍ରସ୍ତୁତି:- ମାଉସୀ ମା' ମନ୍ଦିର ପକ୍ଷରୁ ଭଗବାନଙ୍କ ନିକଟରେ ଲାଗି ହେଉଥିବା ପୋଡ଼ ପିଠାର ପ୍ରସ୍ତୁତି ନିଆରା । ମାଉସୀ ମା' ମନ୍ଦିରର ପୂଜକ ବିଶ୍ଵନାଥ ମିଶ୍ର କହିଛନ୍ତି, ପୋଡ଼ ପିଠା ପ୍ରସ୍ତୁତ ପୂର୍ବରୁ ଅଟାରେ ଛେନା, ଚିନି, ପିସ୍ତା ବାଦାମ, ଅଳେଇଚ, ଲବଙ୍ଗ, ଦେଶୀ ଘିଅ ଆଦି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ ହୋଇଥାଏ। ଏହାକୁ ଚକଟା ଯାଇ ପୋଡ଼ପିଠା ଆକାରରେ ଚୁଲିରେ ବସାଯାଇ ବାମ୍ଫରେ ସିଝିବାକୁ ଦିଆଯାଇଥାଏ । ପ୍ରାୟ ୮ ଘଣ୍ଟା ବାମ୍ଫରେ ସିଝିବା ପରେ ଏହାକୁ ବାହାର କରି ଥଣ୍ଡା ହେବାକୁ ଛାଡ଼ି ଦିଆଯାଇଯାଏ । ଥଣ୍ଡା ହେବା ପରେ ଖଣ୍ଡ ଖଣ୍ଡ କରି କାଟି ଏହାକୁ ପୁନର୍ବାର ଦେଶୀ ଘିଅରେ ଛଣା ଯାଇଥାଏ । ପରେ ତିନି ଠାକୁରଙ୍କୁ ତିନିଟି କୁଡୁଆରେ ସମର୍ପଣ କରାଯାଇଥାଏ । ତେବେ ଯଦିଓ ଏହାର ନାମ ପୋଡ଼ ପିଠା ରହିଛି ଏହାକୁ କିନ୍ତୁ ପୋଡ଼ାଯାଏ ନାହିଁ । ଏହାକୁ ବାମ୍ଫରେ ସିଝାଯାଇ ଦେଶୀ ଘିଅରେ ଛଣାଯାଇ ପ୍ରସ୍ତୁତ କରାଯାଏ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.