ପୁରୀ: ପୁରୀରେ ଥିବା ବଗଲା ଧର୍ମଶାଳା ଜମିର ଜାଗାକୁ ପ୍ଲଟିଂ କରି ଲଜ ମାଲିକଙ୍କୁ ଥଇଥାନ କରିବା ନେଇ ହେଉଥିବା ପ୍ରତିବାଦକୁ ଆହୁରି ବ୍ୟାପକ କରିବ ପୁରୀ ବିଜେପି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବ ବିଜେପି । ଅସନ୍ତା ଅକ୍ଟୋବର 2 ତାରିଖରେ ଏକ ପଦଯାତ୍ରା କରିବ ପୁରୀ ଜିଲ୍ଲା ବିଜେପି ।
ପୁରୀରୁ ନବୀନ ନିବାସ ପର୍ଯ୍ୟନ୍ତ କରିବ ପଦଯାତ୍ରା । ଶ୍ରୀମନ୍ଦିର ସିଂହ ଦ୍ୱାର ଠାରୁ ଏହି ପଦଯାତ୍ରା ଆରମ୍ଭ ହେବ । ବଗଲା ଜମି ପୂର୍ବ ଭଳି ଭକ୍ତଙ୍କ ଉଦେଶ୍ୟ ରହିବା ପାଇଁ ଆଶ୍ରୟସ୍ଥଳୀ କରିବା ମୁଖ୍ୟ ଦାବି ରହିଛି । ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ଦିଆଯାଇଛି ଶବିଶେଷ ସୂଚନା।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ