ETV Bharat / state

ବଡଦାଣ୍ଡ ଉତ୍ସବ: କଣ୍ଢେଇ ନାଚ ପାଲଟିଛି ମୁଖ୍ୟ ଆକର୍ଷଣ - ବଡଦାଣ୍ଡ ଉତ୍ସବ

ବଡଦାଣ୍ଡ ଉତ୍ସବରେ ଅନେକ କଳାକାର ବେଶ୍‌ ଉତ୍ସାହର ସହ ସାମିଲ ହୋଇ ନିଜ କଳା ପ୍ରଦର୍ଶନ କରିଥିଲେ । ଫଳରେ ଆଧ୍ୟାତ୍ମିକ ହୋଇ ଉଠିଥିଲା ଶ୍ରୀକ୍ଷେତ୍ରର ପରିବେଶ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Aug 25, 2019, 2:07 PM IST

ପୁରୀ: ପ୍ରତି ରବିବାର ଭଳି ଚଳିତ ରବିବାର ମଧ୍ୟ ଉତ୍ସବ ମୁଖରିତ ବଡଦାଣ୍ଡ । ସକାଳ 6ଟାରୁ 8ଟା ପର୍ଯ୍ୟନ୍ତ ଜମିଥିଲା ନାଚଗୀତର ମାହୋଲ । ବେଶ୍‌ ଆଡମ୍ବରର ସହ ଅନୁଷ୍ଠିତ ହୋଇଥିଲା ବଡଦାଣ୍ଡ ମହୋତ୍ସବ । ଏଥିରେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ତଥା ଓଡିଶାର କଳା ସଂସ୍କୃତି ସହିତ ଜଡିତ ନୃତ୍ୟ, ଗୀତ, ଚିତ୍ରାଙ୍କନ, କୀର୍ତ୍ତନ, ଝୋଟି, କଣ୍ଢେଇ ନାଚ ଓ ମୂରୁଜ ଆଦି ବିଭିନ୍ନ କଳା ପ୍ରଦର୍ଶନ ହୋଇଥିଲା ।

କେବଳ ସେତିକି ନୁହେଁ ଏହି ବଡଦାଣ୍ଡ ଉତ୍ସବରେ ଅନେକ କଳାକାର ବେଶ୍‌ ଉତ୍ସାହର ସହ ସାମିଲ ହୋଇ ନିଜ କଳା ପ୍ରଦର୍ଶନ କରିଥିଲେ । ଫଳରେ ଆଧ୍ୟାତ୍ମିକ ହୋଇ ଉଠିଥିଲା ଶ୍ରୀକ୍ଷେତ୍ରର ପରିବେଶ । ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇବା ସହ ଏଭଳି ନିଆରା କାର୍ଯ୍ୟକ୍ରମ ଦେଖି ବେଶ ଆନନ୍ଦିତ ମଧ୍ୟ ହୋଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପ୍ରକାଶ ଯେ, ଜିଲ୍ଲା ପ୍ରଶାସନ ପକ୍ଷରୁ ସିଂହଦ୍ବାର ନିକଟସ୍ଥ ବଡଦାଣ୍ଡରେ ପ୍ରତି ରବିବାର ଏହି ବଡଦାଣ୍ଡ ଉତ୍ସବ ଅନୁଷ୍ଠିତ ହେଉଛି । ଯାହା ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ବଡ଼ଦାଣ୍ଡ ଉତ୍ସବBody:ପ୍ରତି ରବିବାର ଭଳି ଆଜି ବଡ଼ ଦାଣ୍ଡ ଉତ୍ସବ ମୁଖରିତ ହୋଇ ଥିଲା। ସକାଳ 6 ଟା ରୁ 8 ଟା ଯାଏଁ ଅନୁଷ୍ଠିତ ହୋଇଥିଲା ବଡ଼ ଦାଣ୍ଡ ମହୋତ୍ସବ। ଏଥିରେ ଜଗନ୍ନାଥ ସଂସ୍କୃତି , ପରମ୍ପରା , ତଥା ଓଡ଼ିଶାର କଳା ସଂସ୍କୃତି ସହିତ ଜଡିତ ନୃତ୍ୟ, ଗୀତ , ଚିତ୍ରଙ୍କନ , କୀର୍ତ୍ତନ , ଝୋଟି ପକାଇବା , କଣ୍ଢେଇ ନାଚ , ମୁରୁଜ , ଝୋଟି ଆଦି ବିଭିନ୍ନ କଳା ପ୍ରଦର୍ଶନ ହୋଇ ଥିଲା। ସହ ସହ କଳାକାର ସାମିଲ ହୋଇ ଥିଲେ ଏହି ନିଆରା କାର୍ଯ୍ୟକ୍ରମ ରେ। ଶ୍ରୀକ୍ଷେତ୍ର ଆଜି ଅଧ୍ୟାତ୍ମିକ ମୟ ହୋଇ ଯାଇ ଥିଲା । ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ ପାଇବା ସମେତ ଏଭଳି ନିଆରା କାର୍ଯ୍ୟକ୍ରମ ଦେଖି ବେଶ ଆନନ୍ଦିତ ହୋଇ ଥିଲେ। ଜିଲା ପ୍ରଶାସନ ପକ୍ଷରୁ ସିଂହ ଦ୍ୱାର ନିକଟ ବଡ଼ ଦାଣ୍ଡ ରେ ପ୍ରତି ରବିବାର ଏହି ବଡ଼ ଦାଣ୍ଡ ଉତ୍ସବ ଅନୁଷ୍ଠିତ ହେଉଛି। ଯାହାକି ଦିନକୁ ଦିନ ଲୋକୋ ପ୍ରିୟ ହେବାରେ ଲାଗିଛି।Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.