ETV Bharat / state

ପୁରୀରେ ବଡ଼ଦାଣ୍ଡ ସେବା କାର୍ଯ୍ୟକ୍ରମ, ଝାଡୁ ମାରିଲେ ମନ୍ତ୍ରୀ-ଜିଲ୍ଲାପାଳ

author img

By

Published : Mar 6, 2021, 4:52 PM IST

ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ସହର ପୁରୀକୁ ସ୍ବଚ୍ଛ ଓ ନିର୍ମଳ ରଖିବା ପାଇଁ ଆରମ୍ଭ ହେଲା ବଡଦାଣ୍ଡ ସେବା କାର୍ଯ୍ୟକ୍ରମ । ଏହି ଅଭିନବ କାର୍ଯ୍ୟକ୍ରମର ଅଂଶ ଭାବେ ବଡଦାଣ୍ଡରେ ଝାଡୁ ମାରିଲେ ମନ୍ତ୍ରୀ ଓ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ପୁରୀରେ ବଡ଼ଦାଣ୍ଡ ସେବା କାର୍ଯ୍ୟକ୍ରମ, ଝାଡୁ ମାରିଲେ ମନ୍ତ୍ରୀ-ଜିଲ୍ଲାପାଳ
ପୁରୀରେ ବଡ଼ଦାଣ୍ଡ ସେବା କାର୍ଯ୍ୟକ୍ରମ, ଝାଡୁ ମାରିଲେ ମନ୍ତ୍ରୀ-ଜିଲ୍ଲାପାଳ

ପୁରୀ: ସହରକୁ ସଫାସୁତୁରା ଓ ନିର୍ମଳ ରଖିବାକୁ ପୁରୀରେ ଆରମ୍ଭ ହେଲା ବଡଦାଣ୍ଡ ସେବା କାର୍ଯ୍ୟକ୍ରମ । ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏହି ସାମୂହିକ ସଫେଇ ଅଭିଯାନରେ ପ୍ରତ୍ୟେକ ଶନିବାର ସକାଳୁ ହେବ ବଡଦାଣ୍ଡ ସଫା କାର୍ଯ୍ୟ l ଏହି ପରିପ୍ରେକ୍ଷୀରେ ସରକାରୀ, ବେସରକାରୀ ଅନୁଷ୍ଠାନ ସମେତ ସବୁ ସ୍ତରର ସ୍ବେଚ୍ଛାସେବୀଙ୍କୁ ଏଥିରେ ସାମିଲ କରାଯାଇ ସହରକୁ ସ୍ଵଚ୍ଛ ରଖିବାକୁ ନିବେଦନ କରାଯାଇଛି l ଏହି ଅଭିନବ କାର୍ଯ୍ୟକ୍ରମରେ ଶନିବାର କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ଜୟନ୍ତୀ ଷଡ଼ଙ୍ଗୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱାର ବିଶାଳ ସିଂହ ଯୋଗଦେଇ ଝାଡୁ ଧରି ବଡଦାଣ୍ଡ ସଫା କରିଛନ୍ତି ।

ପୁରୀକୁ ପବିତ୍ର ଓ ସ୍ବଚ୍ଛ ରଖିବା ପାଇଁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ପ୍ରାୟ 30ଟି ସ୍ବେଚ୍ଛାସେବୀ ଅନୁଷ୍ଠାନର 600ରୁ ଊର୍ଦ୍ଧ୍ବ ସ୍ବେଚ୍ଛାସେବୀ ଭାଗ ନେଇଥିଲେ l 3 କିଲୋମିଟର ବଡଦାଣ୍ଡକୁ 6ଟି ଜୋନରେ ବିଭକ୍ତ କରାଯାଇ ସଫାଇ ଅଭିଯାନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା l ନୃତ୍ୟ, ସଂଗୀତ, ପଥପ୍ରାନ୍ତ ନାଟକ, ତର୍କ ପ୍ରତିଯୋଗିତା ପ୍ରଭୃତି କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା l

ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ସହର ପୁରୀକୁ ସ୍ବଚ୍ଛ ଓ ନିର୍ମଳ ରଖିବା ପାଇଁ ଏହି କାର୍ଯ୍ୟକ୍ରମ ସବୁସ୍ତରରେ ଆଦୃତ ହେବା ସହ ସହରର ସାମୂହିକ ବିକାଶର ମାଧ୍ୟମ ହେବ ବୋଲି ଆଶା କରାଯାଉଛି l

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.