ETV Bharat / state

ଅଯୋଧ୍ୟା ମାମଲା: ସୁପ୍ରିମକୋର୍ଟଙ୍କ ରାୟକୁ ଶ୍ରୀକ୍ଷେତ୍ରବାସୀଙ୍କ ସ୍ବାଗତ - ପୁରୀର ମୁସଲିମ ସମ୍ପଦ୍ରାୟ

ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାରେ ପ୍ରକାଶ ପାଇଛି ସୁପ୍ରିମକୋର୍ଟଙ୍କ ରାୟ । ଏହାକୁ ସ୍ବାଗତ କରିଛନ୍ତି ଶ୍ରୀକ୍ଷେତ୍ରବାସୀ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Nov 9, 2019, 3:36 PM IST

ପୁରୀ: ଦୀର୍ଘ 70 ବର୍ଷ ଧରି ଚାଲିଥିବା ଅଯୋଧ୍ୟ ମାମଲାର ଚୂଡାନ୍ତ ରାୟ ସୁପ୍ରିମକୋର୍ଟଙ୍କ ଦ୍ବାରା ପ୍ରକାଶ ପାଇଛି । ଯାହାକୁ ସ୍ବାଗତ କରିଛନ୍ତି ଶ୍ରୀକ୍ଷେତ୍ରବାସୀ । ସମାଜସେବୀ ପ୍ରିୟ ଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ପୁରୀ ବଡ଼ ଦାଣ୍ଡରେ ଥିବା ଭକ୍ତ ସାଲ ବେଗ ପୀଠରେ ପୁରୀରୁ ସବୁ ଧର୍ମର ଲୋକ ଏକାଠି ହୋଇଥିଲେ । ସମସ୍ତେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଭାରତରେ ଏକତା ରଖିବାକୁ ଆହ୍ୱାନ ଦେଇଥିଲେ । ପରସ୍ପରକୁ ଫୁଲ ମାଳ ପିନ୍ଧାଇ ଓ ମିଠା ଖୁଆଇ ଅଭିନନ୍ଦନ ଜଣାଇ ଥିଲେ । ରାମ ମନ୍ଦିର ନିର୍ମାଣରେ କୌଣସି ଆପତ୍ତି ଓ ବିରୋଧ ନଥିବା ମତ ପ୍ରକାଶ ପାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏହାକୁ କେନ୍ଦ୍ରକରି କୌଣସି ହିଂସାକାଣ୍ଡ ନ କରିବାକୁ ସବୁ ଧର୍ମ ଲୋକେ ବାର୍ତ୍ତା ଦେଇଛନ୍ତି । ଶନିବାର ଅଯୋଧ୍ୟା ରାମ ମନ୍ଦିର ବିବାଦୀୟ ଜମି ନିର୍ମାଣ ମାମଲା ଉପରେ ସୁପ୍ରିମକୋର୍ଟ ନିଜର ରାୟ ଶୁଣାଇଛନ୍ତି । ରାମ ଜନ୍ମ ଭୂମି ଉପରେ ରାମ ମନ୍ଦିର ନିର୍ମାଣ ହେବ। ସେହିପରି ମୁସଲିମ ପକ୍ଷଙ୍କୁ ମସଜିଦ ନିର୍ମାଣ ପାଇଁ ଅଯୋଧ୍ୟାରେ 5 ଏକର ଜମି ଯୋଗାଇ ଦିଆଯିବ। କୋର୍ଟଙ୍କ ରାୟକୁ ସବୁ ମହଲରେ ସ୍ୱାଗତ କରାଯାଇଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଭାଇଚାର ର ବାର୍ତାBody:ଭାରତ ରେ ହିନ୍ଦୁ ଓ ମୁସଲମାନ ଏବଂ ଅନ୍ୟ ଧର୍ମାବଲମ୍ବୀ ମାନେ ଭାଇ ଭାଇ। ଭାଇଚାରା ରେ ଭାରତ ର ଏକତା ମଜଭୁତ। କୌଣସି ମନ୍ଦିର ମସଜିଦ ନିର୍ମାଣ କୁ ନେଇ ଏହି ଏକତା ନଷ୍ଟ ହୋଇ ପାରିବ ନାହିଁ। ଅଯୋଧ୍ୟା ରେ ରାମ ମନ୍ଦିର ନିର୍ମାଣ ନେଇ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ପରେ ପୁରୀ ଜଗନ୍ନାଥ ଧାମ ରୁ ଭାଇଚାର ବାର୍ତା ଯାଇଛି। ସମାଜସେବୀ ପ୍ରିୟ ଦର୍ଶନ ପଟ୍ଟନାୟକ ଙ୍କ ନେତୃତ୍ୱରେ ପୁରୀ ବଡ଼ ଦାଣ୍ଡ ଭକ୍ତ ସାଲ ବେଗ ପୀଠ ରେ ପୁରୀ ରୁ ସବୁ ଧର୍ମର ଲୋକ ଏକାଠି ହୋଇ ଥିଲେ। ସମସ୍ତେ ସୁପ୍ରିମକୋର୍ଟ ଙ୍କ ନିଷ୍ପତ୍ତି କୁ ସ୍ୱାଗତ କରିବା ସହ ଭାରତ ରେ ଏକତା ରଖିବାକୁ ଆହ୍ୱାନ ଦେଇଥିଲେ। ପରସ୍ପର କୁ ଫୁଲ ମାଳ ପିନ୍ଧାଇ ଓ ମିଠା ଖୁଆଇ ଆଭିନନ୍ଦନ ଜଣାଇ ଥିଲେ। ରାମ ମନ୍ଦିର ନିର୍ମାଣ ରେ କୌଣସି ଆପତି ଓ ବିରୋଧ ନ ଥିବା ମୁସଲିମ ଭାଇ ପ୍ରକାଶ କରିଛନ୍ତି। ଏହାର ସାମ୍ପ୍ରଦାୟିକ ଆଖ୍ୟା ଦେଇ ଦେଶରେ କୌଣସି ହିଂସାକାଣ୍ଡ ନ କରିବାକୁ ସବୁ ଧର୍ମ ଲୋକେ ବାର୍ତା ଦେଇ ଛନ୍ତି ସାରା ଦେଶ ବାସୀ ଙ୍କୁ। ଆଜି ଅଯୋଧ୍ୟା ରାମ ମନ୍ଦିର ବିବାଦୀୟ ଜମି ନିର୍ମାଣ ମାମଲା ଉପରେ ସୁପ୍ରିମକୋର୍ଟ ନିଜର ରାୟ ଶୁଣାଇଛନ୍ତି। ରାମ ଜନ୍ମ ଭୂମି ଉପରେ ରାମ ମନ୍ଦିର ନିର୍ମାଣ ହେବ। ସେହିପରି ମୁସଲିମ ପକ୍ଷ ଙ୍କୁ ଅଯୋଧ୍ୟା ରେ 5 ଏକ ର ଜମି ଯୋଗାଇ ଦିଆଯିବ ମସଜିଦ ନିର୍ମାଣ ପାଇଁ। ଏହି ରାୟ କୁ ସବୁ ମହଲରେ ସ୍ୱାଗତ କରାଯାଇଛି। ବିଶେଷ କରି ଶାନ୍ତି ଓ ଏକତା ଏବଂ ଭାଇ ଚାରା ରଖିବା ନେଇ ବିଭିନ୍ନ ମହଲରେ ବାର୍ତା ଦିଆଯାଇଛି। କେତେକ ଜାଗାରେ ମଧ୍ୟ ଗଣ୍ଡଗୋଲ କୁ ଦୃଷ୍ଟିରେ ରଖି କଡା ନିରାପତା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ବାଇଟ,, 1,, ପ୍ରିୟ ଦର୍ଶନ ପଟ୍ଟନାୟକ,, ସମାଜସେବୀ
ବାଇଟ2,, ମହମ୍ମଦ ଇସ ଲାମ,, ପୁରୀ ବାସିନ୍ଦା
ବାଇଟ3,, ମହମ୍ମଦ ସବୀର,, ପୁରୀ ବାସିନ୍ଦା
ବାଇଟ4,,ସମୁଏଲ ନାଏକ , ପୁରୀ ବାସିନ୍ଦା

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.