ETV Bharat / state

ଅମାନିଆଙ୍କୁ ପ୍ଲାକାର୍ଡ, ନିୟମ ପାଳନକାରୀଙ୍କୁ ଗୋଲାପ - ସଡକ ସୁରକ୍ଷା ସଚେତନତା

ଢେଙ୍କାନାଳ ଭୁବନ ଅଞ୍ଚଳରେ ସଡକ ସୁରକ୍ଷା ସଚେତନତା ପାଇଁ ଯୁବଗୋଷ୍ଠି ଓ ପୋଲିସ ପକ୍ଷରୁ ଅମାନିଆଙ୍କୁ ପ୍ଲାକାର୍ଡ ଓ ମାନୁଥିବା ଲୋକଙ୍କୁ ଗୋଲାପ ଫୁଲ । ଅଧିକ ପଢନ୍ତୁ...

ଅମାନିଆଙ୍କୁ ପ୍ଲା କାର୍ଡ, ନିୟମ ପାଳନକାରୀଙ୍କୁ ଗୋଲାପ

author img

By

Published : Feb 7, 2021, 5:21 PM IST

ଢେଙ୍କାନାଳ: ଜିଲ୍ଲା ଭୁବନରେ ଏକ ଅଭିନବ ଢଙ୍ଗରେ ଅମାନିଆଙ୍କୁ ସଡକ ସୁରକ୍ଷା ସମ୍ପର୍କରେ ସଚେତନତା କରାଯାଇଛି । ଭୁବନ ଉଚ୍ଚ ବିଦ୍ୟାଳୟର ୧୯୯୧ ମାଟ୍ରିକ ବ୍ୟାଚ୍ ପକ୍ଷରୁ ଟ୍ରାଫିକ ନିୟମ ମାନୁନଥିବା ଅମାନିଆଙ୍କୁ ପ୍ଲାକାର୍ଡ ଓ ମାନୁଥିବା ଲୋକଙ୍କୁ ଗୋଲାପ ଫୁଲ ଦେଇ ସଡକ ସୁରକ୍ଷା ଓ ଗାଡି ଚାଳନା ସମ୍ପର୍କରେ ସଚେତନ ସୃଷ୍ଟି ହୋଇଛି ।

ଅମାନିଆଙ୍କୁ ପ୍ଲା କାର୍ଡ, ନିୟମ ପାଳନକାରୀଙ୍କୁ ଗୋଲାପ

ଭୁବନ କାଳୀବଜାରଠାରେ ଗାଡି ଚାଳକମାନଙ୍କୁ ଅଟକାଇ ସରକାରଙ୍କର ସଡକ ସୁରକ୍ଷା ଆଇନ ବିଷୟରେ ଅବଗତ କରାଯାଇଛି । ଯେଉଁମାନେ ହେଲମେଟ୍ ଓ ସିଟ୍ ବେଲ୍ଟ ବ୍ୟବହାର କରିଥିଲେ ସେମାନଙ୍କୁ ଗୋଲାପ ଫୁଲ ଦେଇ ଶୁଭେଚ୍ଛା ଜଣାଯିବା ସହ ଯେଉଁମାନେ ଏସବୁ ବ୍ୟବହାର କରିନଥିଲେ ସେମାନଙ୍କୁ ସଡକ ସୁରକ୍ଷାର ଲିପ ପ୍ଲେଟ ଓ ପ୍ଲାକାର୍ଡ ଧରାଇ ଦେଇ ସଚେତନତା କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.