ETV Bharat / state

Pipili Toll Gate ନିକଟରେ ପର୍ଯ୍ୟଟକଙ୍କୁ ଆକ୍ରମଣ, ବିଭିନ୍ନ ମହଲରେ ସୁରକ୍ଷା ଦାବି

author img

By

Published : Dec 28, 2021, 10:19 PM IST

ପିପିଲି ଟୋଲ ଗେଟ ନିକଟରେ ପର୍ଯ୍ୟଟକଙ୍କ ଚଳନ୍ତା କାରକୁ ଘେରି କିଛି ଦୁର୍ବୃତ୍ତ ଆକ୍ରମଣ କରୁଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

Pipili Toll Get ନିକଟରେ ପର୍ଯ୍ୟଟକଙ୍କୁ ଆକ୍ରମଣ, ବିଭିନ୍ନ ମହଲରେ ସୁରକ୍ଷା ଦାବି

ପୁରୀ: ପିପିଲି ଟୋଲ ଗେଟ ନିକଟରେ ପର୍ଯ୍ୟଟକଙ୍କ ଚଳନ୍ତା କାରକୁ ଘେରି କିଛି ଦୁର୍ବୃତ୍ତ ଆକ୍ରମଣ କରୁଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି (Attack On Tourist at Pipili Toll Gate) ।

ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ପୁରୀ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ପୋଲିସ ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି ।

Pipili Toll Gate ନିକଟରେ ପର୍ଯ୍ୟଟକଙ୍କୁ ଆକ୍ରମଣ, ବିଭିନ୍ନ ମହଲରେ ସୁରକ୍ଷା ଦାବି

ସୂଚନା ଅନୁଯାୟୀ ଗତ ଶନିବାର ଅକ୍ଷୟ ମେହେରଙ୍କ ପରିବାର କାରରେ କୋଣାର୍କରୁ ଭୁବନେଶ୍ୱର ଫେରୁଥିବା ସମୟରେ ତାଙ୍କ ଉପରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉ ଥିବାବେଳେ ଏପରି ଅଘଟଣ କିପରି ସେମାନଙ୍କ ନଜରକୁ ଆସିଲା ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ଘଟଣା ପରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି ।

ତେବେ କିଛି ଦିନ ତଳେ ଜଗନ୍ନାଥ ବହ୍ଲବ ପାର୍କିଂରେ ଦାଦା ବଟିକୁ ନେଇ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ, ପିପିଲି ଟୋଲ ଗେଟରେ ଚଳନ୍ତା କାର ଉପରେ ଆକ୍ରମଣ ପରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ପୁରୀ ପୋଲିସ ତୁରନ୍ତ ଏମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାକୁ ବୁଦ୍ଧିଜୀବୀ ଏବଂ ସେନାୟତ ମହଲରେ ଦାବି କରାଯାଇଛି ।

ସେପଟେ ପୁରୀ ଅତିରିକ୍ତ ଏସପି (Puri Additional SP) କହିଛନ୍ତି ଯେ, ପର୍ଯ୍ୟଟକଙ୍କ ସୁରକ୍ଷା ପୋଲିସର ପ୍ରମୁଖ କର୍ତ୍ତବ୍ୟ । ପର୍ଯ୍ୟଟକଙ୍କୁ ହଇରାଣ କରୁଥିବା ଲୋକଙ୍କ ବିରୋଧରେ ପୋଲିସ କଠୋର ପଦକ୍ଷେପ ନେଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.