ETV Bharat / state

ଏଟିଏମ ଲୁଟେରା ଗ୍ୟାଙ୍ଗ ଗିରଫ

author img

By

Published : Dec 13, 2020, 8:46 AM IST

ପୁରୀ ବାସେଳି ସାହି ଥାନା ପୋଲିସ ଏଟିଏମ ଲୁଟେରା ଗ୍ୟାଙ୍ଗକୁ ଧରିବା ସହ ଏଟିଏମ ଲୁଟ୍ ଯୋଜନା ପଣ୍ଡ କରିଛି। ଅଧିକ ପଢନ୍ତୁ...

ଏଟିଏମ ଲୁଟେରା ଗ୍ୟାଙ୍ଗ ଗିରଫ
ଏଟିଏମ ଲୁଟେରା ଗ୍ୟାଙ୍ଗ ଗିରଫ

ପୁରୀ: ଏଟିଏମ ଲୁଟେରା ଗ୍ୟାଙ୍ଗ ଗିରଫ। ପୁରୀ ବାସେଳି ସାହି ଥାନା ପୋଲିସ ଏଟିଏମ ଲୁଟେରା ଗ୍ୟାଙ୍ଗକୁ ଧରିବା ସହ ଏଟିଏମ ଲୁଟ୍ ଯୋଜନା ପଣ୍ଡ କରିଛି ।ଲୁଟେରାଙ୍କ ଠାରୁ ଦୁଇଟି ଚୋରା ମୋଟର ସାଇକେଲ, ଏକ ଅଫୁଟା ବୋମା ସହ କଟର ମେସିନ ଓ ମରଣାସ୍ତ୍ର ଆଦି ଜବତ କରିଛି ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରେ ପୁରୀ କୁମ୍ଭାରପଡା ଥାନା ଅନ୍ତର୍ଗତ ବଡ଼ଶଙ୍ଖ ସୁଦର୍ଶନ ନଗରର ରାଜା ଓରଫ ରାଜେଶ ବାରିକ ରହିଛି।

ଏଟିଏମ ଲୁଟେରା ଗ୍ୟାଙ୍ଗ ଗିରଫ

ରାଜା ଜଣେ ପୁରୁଣା ଅପରାଧି ହୋଇଥିବା ବେଳେ ଏକାଧିକ ଥାନାରେ ତା ନାଁରେ ମାମଲା ଥିବା ପୋଲିସ କହିଛି। ପୋଲିସର ସୂଚନା ମୁତାବକ 11 ତାରିଖ ରାତି ପ୍ରାୟ ସାଢ଼େ 3 ଟା ବେଳେ ରାଜା ତାର କିଛି ସହଯୋଗୀଙ୍କୁ ଧରି ଦାମୋଦର ରୋଡ଼ରେ ଏଟିଏମ ଲୁଟ ପାଇଁ ଯୋଜନା କରିଥିଲା।

ଏଟିଏମ ଲୁଟେରା ଗ୍ୟାଙ୍ଗ ଗିରଫ
ଏଟିଏମ ଲୁଟେରା ଗ୍ୟାଙ୍ଗ ଗିରଫ

ବାସେଳୀ ସାହି ଥାନା ପୋଲିସ ଖବର ପାଇ ଉକ୍ତ ଅଞ୍ଚଳରେ ଚଢାଉ କରିଥିଲା। ମୁଖ୍ୟ ଅଭିଯୁକ୍ତ ରାଜା ସମେତ ତାର ସହଯୋଗଙ୍କୁ ମିଶାଇ 5 ଜଣଙ୍କୁ କାବୁ କରିଥିଲା। ଏନେଇ ବଳିଆ ପଣ୍ଡା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.