ETV Bharat / state

ଶ୍ରୀମନ୍ଦିର ସ୍ନାନମଣ୍ଡପର ଯାଞ୍ଚ କଲା ଏଏସଆଇ - ASI visit puri shri mandir in puri

ଆଉ କେଇଟା ଦିନ ପରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଏହାକୁ ଦୃଷ୍ଟିରେ ରଖି ରବିବାର ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ତଥା ଏଏସଆଇ ପକ୍ଷରୁ ସ୍ନାନମଣ୍ଡପର ଯାଞ୍ଚ କରାଯାଇଛି।

shri mandir
ସ୍ନାନମଣ୍ଡପର ଯାଞ୍ଚ କଲା ଏଏସଆଇ
author img

By

Published : May 31, 2020, 4:38 PM IST

ପୁରୀ: ଆସନ୍ତା ଜୁନ ୫ ରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା। ଏହାକୁ ଦୃଷ୍ଟିରେ ରଖି ରବିବାର ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ତଥା ଏଏସଆଇ ପକ୍ଷରୁ ସ୍ନାନମଣ୍ଡପର ଯାଞ୍ଚ କରାଯାଇଛି। ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ତତ୍ତ୍ବାବଧାନରେ ଏକ ଟିମ ଏହାକୁ ଯାଞ୍ଚ କରିଥିବା ଜଣାପଡିଛି ।

ସ୍ନାନମଣ୍ଡପର ଯାଞ୍ଚ କଲା ଏଏସଆଇ

ସ୍ନାନ ମଣ୍ଡପରେ ପଥର ପରିବର୍ତ୍ତନ କିଭଳି ଭାବରେ ହୋଇଛି, ତାହା ସଠିକ୍ ଭାବେ ହୋଇଛି ନା ନାହିଁ, ସେସବୁ ଯାଞ୍ଚ କରିଥିଲା ଟିମ୍‌। ଏହାସହ ଶ୍ରୀମନ୍ଦିର ଜଗମୋହନ ଓ ନାଟ ମଣ୍ଡପର ବି ସ୍ଥିତି ଅନୁଧ୍ୟାନ କରିଛନ୍ତି ଏହି ଟିମ। ଆଗକୁ ରଥଯାତ୍ରା ଥିବାରୁ ଏଭଳି ରୁଟିନ ଯାଞ୍ଚ ଚାଲିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି ।

ବିଶେଷ କରି ସ୍ନାନମଣ୍ଡପ,ନାଟମଣ୍ଡପ ଓ ଜଗମୋହନ କାର୍ଯ୍ୟର ଅନୁଧ୍ୟାନ କରିଛି ଟିମ। ସ୍ନାନମଣ୍ଡପରେ ୬୦ରୁ ଅଧିକ ଖଣ୍ଡେଲାଇଟ ପଥର ଭାଙ୍ଗି ନଷ୍ଟ ହୋଇଯାଇଥିଲା। ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଏହି ସମସ୍ତ ପଥର ପରିବର୍ତନ କରାଯାଇଛି। ଏଏସଆଇ ସୁପରିଟେଡେଣ୍ଟ ଯାଞ୍ଚ ସମୟରେ ନିଜେ ଏହି କାର୍ଯ୍ୟ ବୁଲି ଦେଖିଛନ୍ତି।

ସ୍ନାନମଣ୍ଡପରେ ଆଉ କୌଣସି କାର୍ଯ୍ୟ ବାକି ନାହିଁ। ସେହିପରି ନାଟମଣ୍ଡପ ବିମରେ ସୃଷ୍ଟି ହୋଇଥିବା ଫାଟ ଓ ନାଟମଣ୍ଡପର ଆବଶ୍ୟକ ମରାମତି କାର୍ଯ୍ୟ ମଧ୍ୟ ଅନୁଧ୍ୟାନ କରିଛି ଟିମ। ନାଟମଣ୍ଡପ ଓ ଜଗମୋହନ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଅନୁଧ୍ୟାନ ପରେ ଟିମ ପକ୍ଷରୁ କୁହାଯାଇଛି। ଶ୍ରୀମନ୍ଦିର କୋର ଓ ବିଶେଷଜ୍ଞ କମିଟିର ଯାଞ୍ଚ ଓ ଅନୁଧ୍ୟାନ ପରେ ରଥଯାତ୍ରା ସମୟରେ ଶ୍ରୀମନ୍ଦିରରେ ଆବଶ୍ୟକ ମରାମତି କାର୍ଯ୍ୟ ଜାରି ରହିବ ବୋଲି ଏଏସଆଇ ସୁପରିଟେଡେଣ୍ଟ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.