ETV Bharat / state

ସୂର୍ଯ୍ୟମନ୍ଦିରର ସଂରକ୍ଷଣ ପାଇଁ ତତ୍ପରତା, ପୁଣି ବାଲି କଢା କାର୍ଯ୍ୟ ଆରମ୍ଭ କଲା ଏଏସଆଇ

author img

By ETV Bharat Odisha Team

Published : Aug 28, 2023, 3:49 PM IST

କୋଣାର୍କ ଐତିହ୍ୟ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଦିଗରେ ପୁଣି ଆରମ୍ଭ ହୋଇଛି କାର୍ଯ୍ୟ । କୌଣସି କାରଣକୁ ନେଇ ବାଲି କଢା କାର୍ଯ୍ୟ ବନ୍ଦ ରହିଥିବାବେଳେ ପୁଣି ଥରେ ଏହି କାମ ଆରମ୍ଭ କରିଛି ଏଏସଆଇ। ଅଧିକ ପଢନ୍ତୁ

asi plans to remove sand stuffed
ପୁଣି ଥରେ ବାଲି କଢା କାର୍ଯ୍ୟ ଆରମ୍ଭ
ପୁଣି ଥରେ ବାଲି କଢା କାର୍ଯ୍ୟ ଆରମ୍ଭ

ପୁରୀ: କୋଣାର୍କ ଐତିହ୍ୟ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଦିଗରେ ପୁଣି ଏଏସଆଇ କାର୍ଯ୍ୟ ଆରମ୍ଭ କରିଛି । ଗତ ଜାନୁଆରୀ ୩ ତାରିଖରୁ ବାଲି କଢା କାର୍ଯ୍ୟ ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିଥିଲା । ମାତ୍ର କୌଣସି କାରଣକୁ ନେଇ ଏହି ବାଲି କଢା କାର୍ଯ୍ୟ ଏଏସଆଇ ପକ୍ଷରୁ ଦୀର୍ଘ ଦିନ ପାଇଁ ବନ୍ଦ ରଖାଯାଇଥିଲା । ପୁନର୍ବାର ଏଏସଆଇ ପକ୍ଷରୁ କ୍ରେନ ସାହାଯ୍ୟରେ ବଡ଼ ବଡ଼ ଲୁହା ବିମ ସବୁ ଲଗାଯାଇ କାର୍ଯ୍ୟ କରାଯାଉଛି । ଏବେ ମନ୍ଦିର ଉତ୍ତର ଓ ପଶ୍ଚିମ କୋଣରେ ଲିଫ୍ଟ ପାଇଁ ମୂଳଦୁଆ ନିର୍ମାଣ ପରେ ଲୁହା ବିମ ଲଗାଯାଉଛି ।

ଉନ୍ନତ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ସ୍ୱତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିର ଚୂଡ଼ାରୁ ଗର୍ଭଗୃହରେ ରହିଥିବା ବାଲି ଗୁଡିକୁ ପର୍ଯ୍ୟାୟକ୍ରମେ ମନ୍ଦିର ପାଦଦେଶକୁ ସୁରକ୍ଷିତ ଉପାୟରେ ବାହାର କରାଯିବ । ପରେ ପାଦଦେଶରୁ ପାଇପ ସାହାଯ୍ୟରେ ବାଲି ଗୁଡିକ ସ୍ୱତନ୍ତ୍ର ରାସ୍ତା ଦେଇ ଉତ୍ତର ପଶ୍ଚିମ କୋଣରେ ସୁରକ୍ଷିତ ଭାବେ ରଖାଯିବ । ବାଲି ନିଷ୍କାସନ କାର୍ଯ୍ୟ ସରିଲେ ପର୍ଯ୍ୟଟକଙ୍କ ପାଇଁ ଜଗମୋହନ ଦ୍ବାର ଖୋଲାଯିବ । ଏଥିପାଇଁ ମନ୍ଦିର ପରିସରରେ କାର୍ଯ୍ୟଭାର ନେଇଥିବା ସଂସ୍ଥାର ଅଧିକାରୀମାନଙ୍କ ସହ ଏଏସଆଇର ସ୍ଥାନୀୟ ଅଧିକାରୀ ଦେବେନ୍ଦ୍ର କୁମାର ଉପସ୍ଥିତ ଥିଲେ । ମନ୍ଦିର ପରିସରରେ ଦୀର୍ଘ ମାସ ଧରି ପଡ଼ି ରହିଥିବା ଲୁହା ବିମକୁ କ୍ରେନ୍ ମାଧ୍ୟମରେ ଉଠାଯାଇ ମନ୍ଦିରକୁ ସୁରକ୍ଷିତ ରଖିବା ପାଇଁ ଲଗାଯାଉଛି ।

ତେବେ ଏହି ବାଲି କଢ଼ା ଯିବା କାର୍ଯ୍ୟ ଯେଉଁ ମେସିନ ସ୍ଥାପନ ହେଉଛି ଏଏସଆଇ ଅଧିକାରୀ ଓ ଏକ୍ସପର୍ଟଙ୍କ ଉପସ୍ଥିତିରେ ହେଉଛି । ଯେଭଳି ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟରେ କୌଣସି ପ୍ରତିକୂଳ ପ୍ରଭାବ ନପଡ଼ିବ ସେ ଦିଗରେ ଧ୍ୟାନ ଦିଆଯାଇଛି । ଦୀର୍ଘ ବର୍ଷ ହେବ ଲୁହା ପାଇପରେ କୋଣାର୍କ ମନ୍ଦିରକୁ ରଖାଯାଇଥିଲା । ହେଲେ ବିଭିନ୍ନ ମହଲରୁ ଦାବି ପରେ ଲୁହା ପାଇପ ଏଏସଆଇ ହଟାଇଥିଲା । ଗତ 2020ରେ କୋଣାର୍କ ସୂର୍ଯ୍ୟ ମନ୍ଦିର ସୁରକ୍ଷା ନେଇ ଏକ ବୈଠକ ହୋଇଥିଲା । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ, ଏଏସଆଇଡିଜି, ସୂର୍ଯ୍ୟ ମନ୍ଦିର ପାଇଁ ଥିବା ଆମିକସକ୍ୟୁରି ଏନ କେ ମହାନ୍ତି ପ୍ରମୁଖ ଯୋଗ ଦେଇଥିବାବେଳେ କୋଣାର୍କ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ପାଇଁ ମନ୍ଦିର ଭିତରେ ଥିବା ବାଲିକୁ କଢ଼ା ଯିବାନେଇ ନିଷ୍ପତ୍ତି ହୋଇଥିଲା ।

ଏହା ବି ପଢନ୍ତୁ...ନ୍ୟୁୟର୍କର ଐତିହାସିକ ଟାଇମ୍ସ ସ୍କୋୟାରରେ ଶୋଭା ପାଇଲା କୋଣାର୍କ ସୂର୍ଯ୍ୟ ମନ୍ଦିର ଚକ୍ର

ପୂର୍ବରୁ ବ୍ରିଟିଶ ସାସନ ସମୟରେ କୋଣାର୍କ ମନ୍ଦିରର ସୁରକ୍ଷା ପାଇଁ ଗର୍ଭଗୃହ ଭିତରେ ବାଲି ଭର୍ତ୍ତି କରାଯାଇ ରାସ୍ତା ବନ୍ଦ କରି ଦିଆଯାଇଥିଲା । ତେବେ ମନ୍ଦିର ଗର୍ଭଗୃହରୁ ବାଲି କାଢିବା ନିଷ୍ପତ୍ତି ପରେ ମନ୍ଦିର ସମ୍ବେଦନଶୀଳ ସ୍ଥାନ ଗୁଡିକର ସୁରକ୍ଷା ପାଇଁ ଲୁହା ବିମ ଲଗାଯାଉଛି। ଘୋଡା, ହାତୀ ଦ୍ଵାରରେ ବିମ୍ ଲଗାଯାଇଛି । ତେବେ ମନ୍ଦିର ଗର୍ଭ ଗୃହରୁ ବାଲି କାଢିବା ପ୍ରକ୍ରିୟା 3 ବର୍ଷ ଧରି ଲାଗିବ ବୋଲି ପୂର୍ବରୁ ଏଏସଆଇ ପକ୍ଷରୁ କୁହାଯାଇଥିଲା । 1903ରେ କୋଣାର୍କ ମନ୍ଦିରର ଗର୍ଭଗୃହରେ ଇଂରେଜମାନେ ବାଲି ଭର୍ତ୍ତି କରି ଗର୍ଭଗୃହ ଦ୍ୱାର ବନ୍ଦ କରିଥିଲେ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.