ETV Bharat / state

କୋଣାର୍କ ମନ୍ଦିର ଭିତରୁ ବାଲି କଢ଼ାଯିବାକୁ ନେଇ ଦ୍ବନ୍ଦ୍ବ, ASI ମୁଖ୍ୟ କହିଲେ ସେଭଳି କୌଣସି ନିଷ୍ପତ୍ତି ହୋଇନି - ବାଲି କଢ଼ାଯିବାକୁ ନେଇ ଏଏସ୍‌ଆଇ ଅଧିକ୍ଷକଙ୍କ ପ୍ରତିକ୍ରିୟା

କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି କଢ଼ାଯିବାକୁ ନେଇ ଏଏସ୍‌ଆଇ ଅଧିକ୍ଷକଙ୍କ ପ୍ରତିକ୍ରିୟା । କହିଲେ ସେଭଳି କୌଣସି ନିଷ୍ପତ୍ତି ହୋଇନି । ସୂର୍ଯ୍ୟ ମନ୍ଦିର ଭିତରୁ ବାଲି କଢ଼ାଗଲେ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇପାରେ । ଅଧିକ ପଢ଼ନ୍ତୁ

କୋଣାର୍କ ମନ୍ଦିର ଭିତରୁ ବାଲି କଢ଼ାଯିବାକୁ ନେଇ ଦ୍ବନ୍ଦ୍ବ

author img

By ETV Bharat Odisha Team

Published : Aug 29, 2023, 10:31 PM IST

କୋଣାର୍କ ମନ୍ଦିର ଭିତରୁ ବାଲି କଢ଼ାଯିବାକୁ ନେଇ ଦ୍ବନ୍ଦ୍ବ

ପୁରୀ: କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି କଢ଼ାଯିବାକୁ ନେଇ ଏଏସ୍‌ଆଇ ଅଧିକ୍ଷକଙ୍କ ପ୍ରତିକ୍ରିୟା ଏବେ ନୂଆ ଦ୍ବନ୍ଦ୍ବ ସୃଷ୍ଟି କରିଛି । ସୂର୍ଯ୍ୟ ମନ୍ଦିରରୁ ବାଲି କଢ଼ାଯିବା ଦ୍ବାରା ମନ୍ଦିର ପ୍ରତି ବିପଦ ଥିବା ଆଶଙ୍କା ବଢିବାରେ ଲାଗିଛି । ଏଏସ୍‌ଆଇ ଓଡ଼ିଶାର ମୁଖ୍ୟ ଦେବସିଦ୍ଧା ବ୍ରଜସୁନ୍ଦର ଗଡ଼ନାୟକଙ୍କ ପ୍ରତିକ୍ରିୟା ଏବେ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । କୋଣାର୍କ ମନ୍ଦିର ଭିତରେ ଥିବା ବାଲି କଢ଼ାଯିବାକୁ ନିଷ୍ପତ୍ତି ହୋଇଥିବା ପୂର୍ବରୁ ଏଏସ୍‌ଆଇ ଓଡ଼ିଶା ମୁଖ୍ୟ ଅରୁଣ ମଲିକ କହିଥିଲେ । ହେଲେ ଏଥିରେ କିନ୍ତୁ ସହମତି ଜଣାଇ ନାହାନ୍ତି ଏବେ ଓଡ଼ିଶାର ଏଏସ୍‌ଆଇ ମୁଖ୍ୟ ଥିବା ଡିବି ଗଡନାୟକ । ସୂର୍ଯ୍ୟ ମନ୍ଦିର ଭିତରୁ ବାଲି କଢ଼ାଗଲେ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି ଏଏସ୍‌ଆଇ ଅଧିକାରୀ ପରୋକ୍ଷରେ କହିଛନ୍ତି । ପୂର୍ବତନ ଅଧିକାରୀ ଏଭଳି ବେପରୁଆ ମତ କାହିଁକି ଦେଇଛନ୍ତି ସେ କହି ପାରିବେନି ବୋଲି କହିଛନ୍ତି । ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି ।

ପୂର୍ବରୁ ଏଏସ୍‌ଆଇ ଓଡ଼ିଶା ମୁଖ୍ୟ ଥିବା ଅଧିକାରୀ ଅରୁଣ ମଲିକ କହିଥିଲେ, "କୋଣାର୍କ ମନ୍ଦିର ଭିତରେ ଥିବା ବାଲି କଢ଼ାଯିବ । ଏଥିପାଇଁ ସ୍ଵତନ୍ତ୍ର ଲିଫ୍ଟ ସ୍ଥାପନା ହେବ । ବାଲିକୁ ସେହି ଲିଫ୍ଟ ସାହାଯ୍ୟରେ କଢ଼ାଯିବ । ଏହି କାର୍ଯ୍ୟ ୩ ବର୍ଷ ଲାଗିବ ।" ତେବେ ଏହି ମତରେ କିନ୍ତୁ ସହମତି ଜଣାଇ ନାହାନ୍ତି ଏବେ ଓଡ଼ିଶାର ଏଏସ୍‌ଆଇ ମୁଖ୍ୟ ଥିବା ଡିବି ଗଡନାୟକ । ସେ କହିଛନ୍ତି, "ପୂର୍ବ ଅଧିକାରୀ ଏଭଳି ବେପରୁଆ ମତ କାହିଁକି ଦେଇଛନ୍ତି ମୁଁ କହି ପାରିବେନି । ବାଲି କଢ଼ାଯିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ସ୍ଥିତିକୁ ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ । କୋଣାର୍କ ମନ୍ଦିର ଭିତରୁ ବାଲି କଢ଼ାଯିବା ନେଇ ଅଦ୍ୟାବଧି କୌଣସି ନିଷ୍ପତ୍ତି ହୋଇନାହିଁ । କେବଳ ମନ୍ଦିର ଭିତରର ସ୍ଥିତି ଜାଞ୍ଚ ପାଇଁ ଏବେ ଏକ ୱାର୍କିଂ ପ୍ଲାଟଫର୍ମର ବ୍ୟବସ୍ଥା କରାଯାଇଛି । ପ୍ରଥମେ ଶ୍ରମିକ ଓ ଏଏସ୍‌ଆଇ ଅଧିକାରୀମାନେ ଏହି ପ୍ଲାଟଫର୍ମ ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବେ । ମନ୍ଦିରର ଭିତର ସ୍ଥିତି ପରଖିବେ । କେଉଁଠି ଦୁର୍ବଳ ରହିଛି, କେଉଁଠି ମରାମତି ହେବ ସେନେଇ ସ୍ଥିତି ଅନୁଧ୍ୟାନ ପରେ କୋର୍ କମିଟି ସହ ଏକ ବୈଠକ ଅନୁଷ୍ଠିତ ହେବ । ପରେ ମନ୍ଦିରର ଭିତରେ ମରାମତି କରାଯିବ ।" ହେଲେ ବାଲି କଢ଼ାଯିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ସୂର୍ଯ୍ୟମନ୍ଦିରର ସଂରକ୍ଷଣ ପାଇଁ ତତ୍ପରତା, ପୁଣି ବାଲି କଢା କାର୍ଯ୍ୟ ଆରମ୍ଭ କଲା ଏଏସଆଇ

ତେବେ ସୂର୍ଯ୍ୟ ମନ୍ଦିର ଭିତରୁ ବାଲି କଢ଼ାଗଲେ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି ଏଏସ୍‌ଆଇ ଅଧିକାରୀ ପରୋକ୍ଷରେ କହିଛନ୍ତି । ଯେହେତୁ କୋଣାର୍କ ବହୁତ ପୁରୁଣା ମନ୍ଦିର, ଅତି ଯତ୍ନର ସହ ଏହି କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । ତେବେ ଗତ ଜାନୁଆରୀ ମାସରେ ଏଏସ୍‌ଆଇର ତତ୍କାଳୀନ ଅଧିକାରୀ ଅରୁଣ ମଲ୍ଲିକ ପୂଜାର୍ଚ୍ଚନା କରିବା ପରେ ବାଲି କଢ଼ାଯିବା ନେଇ ପ୍ରକ୍ରିୟା ଆରମ୍ଭ କରିଥଲେ । ଏକ ୱାର୍କିଂ ପ୍ଲାଟଫର୍ମ ସ୍ଥାପନା କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଏହି କାର୍ଯ୍ୟ ମଝିରେ ବନ୍ଦ ରହିଥିଲା । ତେବେ ଆସନ୍ତା ସେପ୍ଟେମ୍ବରରେ ଏହି ୱାର୍କିଂ ପ୍ଲାଟଫର୍ମର କାର୍ଯ୍ୟ ସାରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏଏସ୍‌ଆଇ ଓଡ଼ିଶା ମୁଖ୍ୟ ଡିବି ଗଡ଼ନାୟକ ସୂଚନା ଦେଇଛନ୍ତି । ବ୍ରିଟିଶ ଶାସନ ସମୟରେ ୧୯୦୩ ମସିହାରେ କୋଣାର୍କ ମନ୍ଦିର ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇ ଚାରିପଟ ଦ୍ବାର ବନ୍ଦ କରାଯାଇଥିଲା । ମନ୍ଦିର ସୁରକ୍ଷା ପାଇଁ ବ୍ରିଟିଶ ସରକାର ଏହି ପଦକ୍ଷେପ ନେଇଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.