ପୁରୀ: ଘୋଷଯାତ୍ରାରେ ମହାପ୍ରଭୁ ଭାଇଭଉଣୀଙ୍କ ସହ ମିଶି ଜନ୍ମବେଦୀକୁ ଯାତ୍ରା କରିଥିବାବେଳେ ଖାଲି ପଡିଛି ଶ୍ରୀମନ୍ଦିର । ଏହି ସମୟରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା, ଏଏସ୍ଆଇ ଏବଂ ରୁର୍କୀ ସିବିଆଇର ବରିଷ୍ଠ ଅଧିକାରୀଙ୍କ ଦ୍ବାରା ଆରମ୍ଭ ହୋଇଛି ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ । ଗର୍ଭଗୃହର ପ୍ରଥମ ଓ ଦ୍ବିତୀୟ ମହଲା ସହିତ କାନ୍ଥ ଓ ଷ୍ଟିଲ କ୍ରସ୍ ଆଦିର ଯାଞ୍ଚ ହେବା ନେଇ ସୂଚନା ଦେଇଛି ଟିମ୍ ।
ସୂଚନା ଅନୁଯାୟୀ ଯାଞ୍ଚରେ ଗର୍ଭଗୃହର ଭେଣ୍ଟିଲେସନ ଉପରେ ଗୁରୁତ୍ବ ଦିଆଯିବା ସହ ଏହି ସମୟରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ଉପସ୍ଥିତ ରହିବେ । ଏଥିସହ ଶ୍ରୀମନ୍ଦିରର ଅନ୍ୟ କେତେକ ସମସ୍ୟାର ମଧ୍ୟ ଯାଞ୍ଚ ହେବାର ସୂଚନା ରହିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ