ପୁରୀ: ଶ୍ରୀମନ୍ଦିରର ବିଭିନ୍ନ ମରାମତି କାର୍ଯ୍ୟର ଯାଞ୍ଚ କଲା ଏଏସଆଇ ଟିମ । ଏଏସଆଇରର ଯୁଗ୍ମ ମହାନିର୍ଦ୍ଦେଶକ ଅରୁଣେନ୍ଦ୍ର କୁମାରଙ୍କ ଦ୍ବାରା ଶ୍ରୀମନ୍ଦିର ମରାମତି କାର୍ଯ୍ୟର ଯାଞ୍ଚ କରାଯାଇଛି।
ପ୍ରତ୍ନତତ୍ତ୍ବ ଵିଭାଗର ରାଜ୍ୟ ଏଏସଆଇ ସୁପରିଡେଣ୍ଟେଣ୍ତ ଅରୁଣ ମଲ୍ଲିକ ଓ ବରିଷ୍ଠ ଅଧିକାରୀ ମାନେ ଯାଞ୍ଚ କାର୍ଯ୍ୟରେ ସାମିଲ ହୋଇଥିଲେ । ମନ୍ଦିରରୁ ଖସିଥିବା ହିରଣ୍ୟକସ୍ୟପ ମୂର୍ତ୍ତି ମରାମତି ସମେତ ଉକ୍ତ ମୂର୍ତ୍ତିକୁ ପୁନଃସ୍ଥାପନ କରାଯିବ ବୋଲି ସୂଚନା ଦେଇଛନ୍ତି ଅରୁଣ ମଲ୍ଲିକ ।
ଏହାସହ ଶ୍ରୀମନ୍ଦିରରେ ମେଘନାଥ ପାଚେରୀ କାମ ଚାଲିଛି । ଏହାବାଦ ଚାଲିଥିବା ସମସ୍ତ କାର୍ଯ୍ୟର ଯାଞ୍ଚ କରାଯିବା ସହ ରଥଯାତ୍ରାର ପ୍ରସ୍ତୁତି ନେଇ ଶ୍ରୀମନ୍ଦିର କଣ ଅନ୍ୟ ସବୁ ବ୍ୟବସ୍ଥା କରାଯିବ, ସେନେଇ ସମସ୍ତ କାର୍ଯ୍ୟକୁ ଏଏସଆଇ ଟିମ ଅନୁଧ୍ୟାନ କରିଥିବା ଜଣାପଡିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ